9----------Pitatali-Rajaswa-karyalaya-re-pani-200

ରାଜସ୍ୱ କାର୍ଯ୍ୟାଳୟରେ ପାଣି

27

ଚିକିଟି(ଆପ୍ର): ଚିକିଟି ତହସିଲ ପିତାତଳି ରାଜସ୍ୱ କାର୍ଯ୍ୟାଳୟରେ ବର୍ଷା ପାଣି ଜମିରହିବା ଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । କାନ୍ଥରୁ ପାଣିଝରି କାଗଜପତ୍ର ଓଦା ହୋଇ ନଷ୍ଟ ହେଉଥିବାବେଳେ ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ହୋଇନାହିଁ । ଲଗାଣ ବର୍ଷା ଫଳରେ ଏସବୁ ସମସ୍ୟା ଦେଖାଦେଉଛି । କାର୍ଯ୍ୟାଳୟ ପରିସର ମଧ୍ୟରେ ଖାଲ ରହିଥିବାରୁ ପାଣି ଜମି ରହି କାର୍ଯ୍ୟାଳୟ ମଧ୍ୟକୁ ପାଣି ପଶିଆସିଥିଲା । ସେହିଭଳି କାର୍ଯ୍ୟାଳୟ ପଛପଟୁ ମଧ୍ୟ ପାଣି ଭର୍ତ୍ତି ହୋଇ କାର୍ଯ୍ୟାଳୟ ପରିସର ମଧ୍ୟକୁ ପାଣି ଆସି ଜମି ରହୁଥିଲେ ମଧ୍ୟ ନିଷ୍କାସନର ବ୍ୟବସ୍ଥା କରାଯାଉନାହିଁ । ପାଣି ଗଳିବା ସହ କାର୍ଯ୍ୟାଳୟ କୋଠରୀର ଅବସ୍ଥା ମଧ୍ୟ ଦୁର୍ବଳ ହୋଇଗଲାଣି । ତେଣୁ କୋଠା ଭୁଶୁୁଡ଼ିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ତେଣୁ ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com