ସ୍କୁଲ୍ ଗାଡ଼ିରେ ଶିକ୍ଷୟିତ୍ରୀଙ୍କୁ ଉଠାଇ ନେଲା ଡ୍ରାଇଭର | ସର୍ବସାଧାରଣ ଖବରକାଗଜ
sikhyatir-udahar-pai-sp-meet

ସ୍କୁଲ୍ ଗାଡ଼ିରେ ଶିକ୍ଷୟିତ୍ରୀଙ୍କୁ ଉଠାଇ ନେଲା ଡ୍ରାଇଭର

33

ରାସ୍ତା ମଝିରେ ଛାତ୍ରଛାତ୍ରୀ ଓହ୍ଲାଇ ଦେଲା
ତିହିଡି/ଭଦ୍ରକ୧୨ା୮(ଆପ୍ର): ‘ସ୍କୁଲ ଗାଡିରେ ଆମଗାଁର ଝିଅକୁ ଉଠାଇ ନେଇଥିବା ଡ୍ରାଇଭରକୁ ଧର, ଆମ ଝିଅକୁ ଫେରାଇ ଦିଅ’ ଦାବି କରି ୨୦୦ରୁ ଅଧିକ ମହିଳା ଭଦ୍ରକ ଏସ୍ପି ଅଫିସ୍ ଏବଂ ଗ୍ରାମାଞ୍ଚଳ ଥାନାରେ ପହଁଞ୍ଚି ଥିଲେ । ତିହିଡି ଅଞ୍ଚଳର ଶିକ୍ଷୟିତ୍ରୀଙ୍କୁ ଆନନ୍ଦ ବଜାର ରାସ୍ତାରେ ଅପହରଣ କରାଯାଇଥିବାରୁ ତିହିଡି ବିଲଣା ଅଞ୍ଚଳର ଶତାଧିକ ମହିଳା ଥାନା ଘେରାଉ କରିଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ-ଅନ୍ନପାଳରେ ଶ୍ରୀଅରବିନ୍ଦ ଏଣ୍ଟ୍ରିଗାଲ ବିଦ୍ୟାଳୟ ରହିଛି । ଏହି ବିଦ୍ୟାଳୟକୁ ବିଲଣା ଅଞ୍ଚଳର ଛାତ୍ରଛାତ୍ରୀ ପାଠ ପଢିବାକୁ ଯିବା ପାଇଁ ଗାଡିର ବ୍ୟବସ୍ଥା ହୋଇଛି । ବିଲଣା ପଞ୍ଚାୟତ ନୟାପାଟଣା ଗ୍ରାମର ଜଣେ ଅବିବାହିତା ଝିଅ ଏହି ଅରବିନ୍ଦ ଏଣ୍ଟ୍ରିଗାଲ୍ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ବିଲଣା ନୟାପାଟଣା ଅଞ୍ଚଳର ଟାଟା ମେଜିକ ଗାଡି ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ନେବା ପାଇଁ ଭଡାରେ ଲାଗିଥିଲା । ସବୁଦିନ ଭଳି ଶନିବାର ଗାଡିର ଡ୍ରାଇଭର ପିଣ୍ଟୁ ଜେନା ବିଲଣା ଛକରୁ ଶିକ୍ଷୟିତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କୁ ଉଠାଇ ଆଗକୁ ବଢାଇ ଥିଲେ । କେରଡିହ ଛକରେ ଛାତ୍ରଛାତ୍ରୀ ଓ ଅନ୍ୟ ଶିକ୍ଷୟିତ୍ରୀ ଗାଡିକୁ ଅଟକାଇ ଥିଲେ ମଧ୍ୟ ଉଠିବା ପାଇଁ ଡ୍ରାଇଭର ଦ୍ରୁତଗତିରେ ପଳାଇ ଥିଲା । ବେଲମା ଛକରୁ ଦୁଇ ଜଣ ଯୁବକଙ୍କୁ ଡ୍ରାଇଭର ଗାଡିରେ ଉଠାଇଥିଲା ।
ସୂଚନାଯୋଗ୍ୟ ଯେ, ଆନନ୍ଦବଜାର ପୂର୍ବରୁ ଲକ୍ଷ୍ମୀମନ୍ଦିର ପାଖରେ ରାଜରାସ୍ତା ଉପରେ ଗାଡି ରଖି ଡ୍ରାଇଭର କହିଥିଲା ପମ୍ପଚର ହୋଇଯାଇଛି ସମସ୍ତେ ଓହ୍ଲାଇ ପଡ ଗାଡି ସଜଡା ଯିବ । କୋମଳମତି ଶିଶୁ ନିଜ ସ୍କୁଲ୍ ବ୍ୟାଗ ଧରି ଗାଡିର ଓହ୍ଲାଇ ପଡିବା ପରେ ଜୋରଜବରଦସ୍ତ ସେହି ଶିକ୍ଷୟିତ୍ରୀଙ୍କୁ ଗାମୁଛା ମୁହଁରେ ଦେଇ ଗାଡିକୁ ଟେକି ନେଇ ଫେରାର ହୋଇଯାଇଥିଲେ ଡ୍ରାଇଭର । ଆନନ୍ଦବଜାରରୁ ଗାଡିଟି ସିଧା ସଳଖ କଟକ ପର୍ଯ୍ୟନ୍ତ ଯାଇଥିଲା । କଟକରେ ଡ୍ରାଇଭର ପିଣ୍ଟୁ ଜେନା ଓ ଶିକ୍ଷୟିତ୍ରୀଙ୍କୁ ଛାଡି ଦେଇ ଅନ୍ୟ ଦୁଇଜଣ ଯୁବକ ଭଦ୍ରକ ଫେରିଥିଲେ ସେହି ଟାଟା ମେଜିକକୁ ନେଇ । ଅନ୍ୟପକ୍ଷରେ ରାସ୍ତା କଡରେ ଶିଶୁମାନେ ସ୍କୁଲ ବ୍ୟାଗ ଧରି କାନ୍ଦୁଥିବା ଅବସ୍ଥାରେ ଦେଖି ଜଣେ ବୟସ୍କ ବ୍ୟକ୍ତି ସ୍କୁଲ୍ କୁ ଖବର ଦେଇ ଲୋକଙ୍କ ସାହାଯ୍ୟରେ ଅନ୍ୟ ଗାଡିରେ ନେଇଥିଲେ । ଗାଡି ମାଲିକ ପୁଲିସରେ ଖବର ଦେବା ପରେ ଭଦ୍ରକ ଟାଉନ ଥାନା ଓ ଗ୍ରାମାଞ୍ଚଳ ଥାନା ପ୍ରମୁଖ ଆରଡି ଛକରୁ ଉକ୍ତ ଟାଟା ମେଜିକକୁ ଅପରାହ୍ଣରେ ଧରିଥିଲେ । ସଂପୃକ୍ତ ଦୁଇ ଯୁବକଙ୍କୁ ଗ୍ରାମାଞ୍ଚଳ ଥାନାରେ ଅଟକ ରଖାଯାଇଥିବା ବେଳେ କେଶ ନଂ ୩୮୪/୧୮ ଦଫା ୩୬୬ ବଳରେ ଏକ ମୋକଦ୍ଦମା ରୁଜୁ କରାଯାଇଛି । ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ ଙ୍କ ଉଦ୍ୟମରେ ୨୦୦ ରୁ ଅଧିକ ମହିଳା ରବିବାର ଛୁଟି ଥିଲେ ମଧ୍ୟ ଏସ୍ପି, ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ଗ୍ରାମାଞ୍ଚଳ ଥାନାରେ ପହଁଞ୍ଚି ତୁରନ୍ତ ଗାଁ ଝିଅ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିବାକୁ ଦାବିପତ୍ର ଦେଇଛନ୍ତି । ଏହି ଘଟଣା ଏବେ ଭାରି ଚର୍ଚ୍ଚାରେ ବିଷୟ ହୋଇଛି ।




Powered by odothemes.com