ଆଶାକର୍ମୀଙ୍କୁ ପ୍ରୋତ୍ସାହନ | ସର୍ବସାଧାରଣ ଖବରକାଗଜ
10-8-2018=3

ଆଶାକର୍ମୀଙ୍କୁ ପ୍ରୋତ୍ସାହନ

17

ଭୁବନେଶ୍ୱର, ୧୦ ।୮ (ବୁ୍ୟରୋ): ରାଜ୍ୟର ବିଭିନ୍ନ ପଞ୍ଚାୟତ, ଗ୍ରାମାଞ୍ଚଳ ତଥା ଅପହଞ୍ଚ ଇଲାକାରେ କାର୍ଯ୍ୟ କରୁଥିବା ଆଶାକର୍ମୀଙ୍କ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଆଶାକର୍ମୀମାନଙ୍କ ରହିଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଏକକାଳୀନ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଶୁକ୍ରବାର ସଚିବାଳୟରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ କାର୍ଯ୍ୟରତ ଆଶାକର୍ମୀମାନଙ୍କ ମନୋବଳ ବୃଦ୍ଧି ଓ ସେବା ମନୋଭାବ ଯୋଗୁ ଏହି ପ୍ରୋତ୍ସାହନ ରାଶି ଦିଆଯାଇଛି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶାକର୍ମୀଙ୍କ ଅବଦାନ ପ୍ରଶଂସନୀୟ । ଗର୍ଭବତୀ ମା’ମାନଙ୍କ ଯନô ଓ ସେମାନଙ୍କୁ ଡାକ୍ତରଖାନା ଆଣିବା, ନବଜାତ ଶିଶୁମାନଙ୍କର ଠିକ୍ଭାବେ ଯନôନେବା ଦିଗରେ ସେମାନଙ୍କ ଉଦ୍ୟମ ଯୋଗୁଁ ମା’ ଓ ଶିଶୁ ମୃତୁ୍ୟ ରୋକିବାରେ ଓଡିଶା ଭଲ କାମ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଥିବା ବିଭିନ୍ନ ସହାୟତା ରାଶିକୁ ବୃଦ୍ଧି କରିଛନ୍ତି । ସେମାନଙ୍କ ପ୍ରୋତ୍ସାହନ ଲାଗି ପ୍ରତ୍ୟେକ କାର୍ଯ୍ୟରତ ଆଶାକର୍ମୀଙ୍କୁ ଛତା, ଚପଲ, ଆଲମିରା, ସାଇକେଲ୍, ଟର୍ଚ୍ଚ ଲାଇଟ୍ ଆଦି କିଣିବା ପାଇଁ ୧୦ ହଜାର ଟଙ୍କା ସହାୟତା ଦେବେ । ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ସେମାନଙ୍କୁ ସାଇକେଲର ସହାୟତା ଯୋଗାଇ ଦିଆଯିବ । ସେହିଭଳି ପଞ୍ଚାୟତ ସ୍ତରରେ ବିତରଣ ହେଉଥିବା ଔଷଧ, ସାନିଟାରୀ ନାପ୍କିନିଗୁଡ଼ିକୁ ନିରାପଦ ସଂରକ୍ଷଣ କରିବା ତଥା ରାଜ୍ୟର ସଂଗୃହୀତ ହେଉଥିବା ତଥ୍ୟ, ସୂଚନା ଓ ବିବରଣୀ ପୁସ୍ତିକାଗୁଡ଼ିକୁ ସାଇତି ରଖିବା ପାଇଁ ରାଜ୍ୟ ସରକାର ଆଲମିରାର ବ୍ୟବସ୍ଥା କରିଛନ୍ତି । ସେହିଭଳି ଖରା ବର୍ଷାକୁ ଦୃଷ୍ଟିରେ ରଖି ଆଶାକର୍ମୀମାନେ ଏହି ପ୍ରୋତ୍ସାହନ କରାଯାଇଥିବା ରାଶିରେ ଛତା ଓ ଚପଲ କ୍ରୟ କରିବେ । ୬୨ ବର୍ଷ ପରେ ଅବସରବେଳେ ପୂର୍ବରୁ ଆଶା କର୍ମୀମାନଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଉଥିବାବେଳେ ଉକ୍ତ ପ୍ରୋତ୍ସାହନ ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ମୋଟ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଯୋଜନା ଦ୍ୱାରା ରାଜ୍ୟର ୪୭ ହଜାରରୁ ଊଦ୍ଧ୍ୱର୍ ଆଶାକର୍ମୀ ଉପକୃତ ହୋଇ ପାରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଶାକର୍ମୀମାନଙ୍କ ବିଭିନ୍ନ ସମସ୍ୟା ରହିଛି । ଗତବର୍ଷ ସେମାନଙ୍କ କେତେକ ଦାବିକୁ ସରକାର ପୂରଣ କରିଛନ୍ତି । ଆଗକୁ ଆଶାକର୍ମୀମାନେ ନିଷ୍ଠାର ସହ କାର୍ଯ୍ୟ କରିବେ ଏବଂ ଗାଁରେ ରହୁଥିବା ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହାୟକ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ୧୦ ଜିଲ୍ଲାର ୧୦ ବ୍ଲକ୍ର ଲକ୍ଷାଧିକ ଲୋକ ଭାଗ ନେଇଥିଲେ ।




Powered by odothemes.com