5-----DHENKANAL-Photo-No.-1

ପୁଣି କାନ୍ଧରେ ବୁହାଗଲା ଶବ

22

 ଡାକ୍ତରଙ୍କ ଦାୟିତ୍ୱହୀନତାର ଜ୍ୱଳନ୍ତ ଉଦାହରଣ
କାମାକ୍ଷାନଗର (ଆପ୍ର): ଗତ ବର୍ଷ କଳାହାଣ୍ଡି ଜିଲ୍ଲାର ଦାନ ମାଝି ନିଜ ସ୍ତ୍ରୀର ମୃତୁ୍ୟ ପରେ ଡାକ୍ତରଖାନାରୁ ୧୦ କିମି ଦୂର ଗାଁକୁ ଶବକୁ କାନ୍ଧରେ ବୋହି ନେବା ଘଟଣା ଲୋକମାନଙ୍କ ମନରୁ ନଲିଭୁଣୁ ଠିକ୍ ସେହିଭଳି ଆଉ ଏକ ଘଟଣାର ପୁନରାବୃତ୍ତିି ହୋଇଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ।
କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଅନ୍ତର୍ଗତ ଏକତାଳି ଗ୍ରାମରେ ଗୁରୁବାର ରାତି ୧୦ଟା ବେଳେ ଏକ ବିଷାକ୍ତ ସାପ କାମୁଡିବାରୁ ଜଗା ମୁଣ୍ଡାଙ୍କ ପୁଅ ସୁମନ୍ତ ମୁଣ୍ଡା (୮) ଗୁରୁତର ହୋଇପଡ଼ିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାକୁ ଏକ ଅଟୋ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତର୍ି କରିଥିଲେ । ରାତି ପ୍ର୍ରାୟ ୧.୩୦ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ସୁମନ୍ତଙ୍କ ମୃତୁ୍ୟ ହୋଇଥିଲା । ମୃତୁ୍ୟ ପରେ ଡାକ୍ତର ତାକୁ ଘରକୁ ନେଇଯିବାକୁ କହିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ବାଧ୍ୟ ହୋଇ ପରିବାର ଲୋକେ ସୁମନ୍ତଙ୍କ ମୃତଦେହ କୁ ଘରକୁ ଆଣିଥିଲେ । ଶବ ବ୍ୟବେଚ୍ଛେଦ କଲେ ସରକାରଙ୍କ ଠାରୁ ସହାୟତା ରାଶି ମିଳିବ ବୋଲି ଆଶା କର୍ମୀ, ସରପଞ୍ଚ ଓ ସ୍ଥାନୀୟ ଲୋକଙ୍କଠାରୁ ଜାଣି ପରିବାର ଲେକେ ସ୍ୱାସ୍ଥ୍ୟ ବିଭାଗ ଠାରୁ ସହାୟତା ଲୋଡିଥିଲେ । ପରିବାର ଲୋକଙ୍କ ବହୁ ଅନୁରୋଧ ସତ୍ତ୍ୱେ ୧୦୮ ଆମ୍ବୁଲାନ୍ସ, ରୋଗୀ କଲ୍ୟାଣ ସମିତିର ଗାଡି ଏପରିକି ମେଡିକାଲରେ ଶବବୁହା ଗାଡ଼ି ମଧ୍ୟ ସୁମନ୍ତର ମୃତଦେହ ଆଣିବାକୁ ଯାଇନଥିଲୋ । ଶେଷରେ ଆଦିବାସୀ ଦିନ ମଜୁରିଆ ଜଗା ନିଜ ପୁଅର ଶବକୁ କାନ୍ଧରେ ବୋହି ଦୀର୍ଘ ୪ କିମି ଦୂର ମେଡିକାଲକୁ ଆଣିଥିଲେ । ପୁଅର ଶବକୁ ବାପା କାନ୍ଧରେ ବୋହି ନେଉଥିବା ବେଳେ ଦେଖିବା ଲୋକର ମଧ୍ୟ ଆଖିରେ ଲୁହ ରହୁନଥିଲା । ତେବେ ଈଶ୍ୱରଙ୍କ ଦ୍ୱିତୀୟ ଅବତାର କୁହାଯାଉଥିବା ଡାକ୍ତରମାନଙ୍କ ହୃଦୟହୀନତା ସାରା କାମାକ୍ଷାନଗରରେ ଚର୍ଚ୍ଚା ପାଲଟିଛି । ସୁମନ୍ତର ଶବ ବ୍ୟବଚ୍ଛେଦ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଗରିବ ଆଦିବାସୀଙ୍କୁ ମାଗଣାରେ ପଠାଇବାର ବ୍ୟବସ୍ଥା ତ ଦୂରର କଥା ସମବେଦନା ଜ୍ଞାପନ ମଧ୍ୟ କଲେନାହିଁ । ଅନ୍ୟ ଲୋକଙ୍କ ସହାୟତାରେ ସୁମନ୍ତର ଶବକୁ ଡାକ୍ତରଖାନରେ ଥିବା ଶବବୁହା ଗାଡିରେ ପରିବାର ଲୋକ ଘରକୁ ନେଇଥିଲେ । ଏହି ଘଟଣାକୁ ନେଇ କାମାକ୍ଷାନଗରରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏଠାରେ ପ୍ର୍ରଶ୍ନ ଉଠୁଛି ରାତି ୧.୩୦ରେ ଯଦି ସୁମନ୍ତର ମୃତୁ୍ୟ ହୋଇଥିଲା ତେବେ ତାର ଶବ ବ୍ୟବଚ୍ଛେଦ ନକରି ଡାକ୍ତରମାନେ ଘରକୁ ପଠାଇଲେ କାହିିଁକି । ଏ ସମ୍ପର୍କରେ ଚିକିତ୍ସା କରିଥିବା ଡାକ୍ତର ଦିଗମ୍ବର ସାହୁଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ଯେ, ସୁମନ୍ତକୁ ରାତିରେ ତା’ ପରିବାର ଲୋକେ ମେଡିକାଲକୁ ଆଣିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତୁ୍ୟ ହୋଇଥିଲା । ଶବ ବ୍ୟବଚ୍ଛେଦ କରିବାକୁ ତାଙ୍କ ପରିବାରଙ୍କୁ କୁହାଯାଇଥିଲେ ମଧ୍ୟ ନିଶାସକ୍ତ ପରିବାର ତାଙ୍କ କଥା ନ ଶୁଣି ସୁମନ୍ତକୁ ନେଇଯାଇଥିଲେ । ଏ ନେଇ କାମାକ୍ଷାନଗର ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ରତ୍ନାକର ସାମଲଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ଯେ, ପରିବାର ଲିଖିତ ଆକାରରେ ଦେଇଥିଲେ ଆମେ ମାଗଣାରେ ଶବକୁ ଘରକୁ ପଠାଇଥାନ୍ତୁ । ଯେହେତୁ ସେମାନେ କିଛି ଦେଇନାହାନ୍ତି ତେଣୁ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବୁ ନାହିଁ । ଆଦିବାସୀ ତଥା ଦିନ ମଜୁରିଆ ଭାବେ କାମ କରୁଥିବା ସୁମନ୍ତର ପରିବାର ପାଠ ପଢି ନଥିବା ବେଳେ ସେ କିପରି ଲେଖିକି ଦେଇଥାନ୍ତେ ପ୍ରଶ୍ନରେ ସ୍ୱାସ୍ଥ୍ୟ ଅଧିକାରୀ ଚୁପ୍ ରହିଥିଲେ ।

ସେଆର କରନ୍ତୁ:



Powered by odothemes.com