ମରାମତି ନାହିଁ: ରାସ୍ତା ପାଲଟିଛି ମରଣଯନ୍ତା | ସର୍ବସାଧାରଣ ଖବରକାଗଜ
JALESWAR-BARAGADIA-THARE-BACKBONE-COMPANY-RA-KARYALAYA

ମରାମତି ନାହିଁ: ରାସ୍ତା ପାଲଟିଛି ମରଣଯନ୍ତା

7

ଜଳେଶ୍ୱର,୧୦ା୮(ଆପ୍ର): ଜଳେଶ୍ୱର-ବାଟଗ୍ରାମ-ଚନ୍ଦନେଶ୍ୱର (୫୭ ନଂ. ରାଜ୍ୟ ରାଜପଥ) ଏବେ ପାଲଟିଛି ମରଣଯନ୍ତା । ପ୍ରତ୍ୟେହ ଛୋଟବଡ଼ ସଡ଼କ ଦୁର୍ଘଟଣା ହେଉଥିବା ନଜିର ମଧ୍ୟ ରହିଛି । ପୃଥକ୍ ପୃଥକ୍ ଭାବେ ଗତ ୩ ଦିନ ମଧ୍ୟରେ ଅସ୍ତ ହୋଇଯାଇଛି ୨ଟି ନିରୀହ ଜୀବନ । ଉକ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ସରକାରଙ୍କ ପୂର୍ତ୍ତବିଭାଗ ହାତକୁ ନେଇ ବେକବୋନ୍ ନାମକ ଏକ ଘରୋଇ କମ୍ପାନୀକୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ଉକ୍ତ କମ୍ପାନୀର କର୍ମଚାରୀ ୪୦ ରୁ ଉଦ୍ଧ୍ୱର୍ ଡମ୍ପର ଓ ରାସ୍ତା ନିର୍ମାଣ ପାଇଁ ବ୍ୟବହୃତ ହୋଇଥିବା ଉଚ୍ଚକ୍ଷମତା ସମ୍ପନ୍ନ ଆଧୁନିକ ଯନ୍ତ୍ରପାତି ଆଦି ସହିତ ମିକ୍ସର ଓ ଜେସିବି ମେସିନ୍ ଆଦି ଆମ୍ବିଳିଅଠା ବାରାଗଡ଼ିଆ ତଥା ପରୁଣା ତନଖିଫାଟକ ଠାରେ ଏକ ଘରୋଇ ଜମିକୁ ଭଡ଼ା ଆକରରେ ଅଧିଗ୍ରହଣ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଯାହା ୨ ବର୍ଷ ହେବ କଚ୍ଛପ ଗତିରେ ଚାଲିଛି । ଉକ୍ତ ରାସ୍ତାରେ ପ୍ରତ୍ୟେହ ଶହେରୁ ଊଦ୍ଧ୍ୱର୍ ଯାତ୍ରିବାହୀ ବସ୍, ଶହ ଶହ ଟ୍ରକ୍, ଡମ୍ପର, ହଜାର ହଜାର ବାଇକ୍ ଓ ଅଟୋ ସହିତ ସ୍କୁଲ ଏବଂ କଲେଜ୍ର ଛାତ୍ରଛାତ୍ରୀ ସାଇକେଲ ଯୋଗେ ବିପଜ୍ଜନକ ଭାବେ ଯାତାୟାତ କରୁଛନ୍ତି । ଉକ୍ତ କମ୍ପାନୀର କାର୍ଯ୍ୟାଳୟ ଠାରୁ ପ୍ରାୟ ୧ କିମି ପର୍ଯ୍ୟନ୍ତ ୨ ବର୍ଷ ରୁ ଉଦ୍ଧ୍ୱର୍ ହେବ ରାସ୍ତା ର କୈାଣସି ମରାମତି କିମ୍ବା ପ୍ରଶସ୍ତିକରଣ ଅଦ୍ୟାବଧୀ କମ୍ପାନୀ କରି ନଥିବାରୁ ରାସ୍ତା ଉପରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି । ସାଧାରଣ ଜନତା ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଉକ୍ତ ରାସ୍ତା ମରାମତି କରିବାପାଇଁ ବାରମ୍ବାର କହି ଆସୁଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି କର୍ତ୍ତୃପକ୍ଷ । ପରନ୍ତୁ ଉକ୍ତ ସଂକୀର୍ଣ୍ଣ ରାସ୍ତା ଉପରେ ସଦାସର୍ବଦା କମ୍ପାନୀର ବ୍ୟବହୃତ ଯାନବାହନ ଓ ମେସିନ ଆଦି ପାର୍କିଂ କରି ରଖୁଥିବା ଯୋଗୁଁ ଉକ୍ତ ସ୍ଥାନରେ ବାରମ୍ବାର ସଡ଼କ ଦୂର୍ଘଟଣା ଘଟୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଆସୁଛି । ତୁରନ୍ତ ଉକ୍ତ କମ୍ପାନୀକୁ ରାସ୍ତା ମରାମତି କରିବାପାଇଁ ପ୍ରଶାସନ ନିଦେ୍ର୍ଦସ ଦେବା ସହ ରାସ୍ତା କଡ଼ରୁ ବାଲି, ଚିପ୍ସ ଓ ଯାନବାହନ ଇତ୍ୟାଦିର ପାର୍କିଂକୁ ବନ୍ଦ କରିବାପାଇଁ ତାଗିଦ୍ କରିବାକୁ ସାଧାରଣରେ ଦାବି ହୋଇ ଆସୁଛି । ବେଆଇନ୍ ପାର୍କିଂ ଓ ରାସ୍ତା ମରାମତି କରା ନଗଲେ ଉକ୍ତ ରାସ୍ତାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚକାଜାମ୍ କରାଯିବ ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।




Powered by odothemes.com