POSY-SANTAN

ଶିଶୁକୁ ବେଆଇନ ଭାବେ ଅନ୍ୟକୁ ଦେଲେ ଜେଲ୍ଦଣ୍ଡ

21

ଅବୈଧ ପୋଷ୍ୟସନ୍ତାନ ଗ୍ରହଣ ସମ୍ପର୍କରେ ବୈଠକ
ଅନୁଗୁଳ,୧୦ା୮(ଆପ୍ର): ବିଭିନ୍ନ ଶିଶୁ ସୁରକ୍ଷା ଅନୁଷ୍ଠାନରେ ଲାଳନପାଳନ ହେଉଥିବା ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ନିମନ୍ତେ ସରକାରଙ୍କ ନିୟମାବଳୀକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସରକରୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ କ୍ଲିନିକ୍ ଓ ନର୍ସିଂହୋମ ଗୁଡ଼ିକରେ କାର୍ଡାଇଲ ବେବି ପଏଣ୍ଟ ସ୍ଥାପନ କରି ଶିଶୁଙ୍କୁ ଚିକିତ୍ସା କରିବାକୁ ଜିଲ୍ଲାପାଳ କର୍ମକର୍ତ୍ତାଙ୍କୁ ପରାର୍ମଶ ଦେଇଛନ୍ତି । ଅବହେଳିତ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର ନ କରି ଅନ୍ୟ କାହାରିକୁ ପ୍ରଦାନ କଲେ କିଶୋର ନ୍ୟାୟ ଆଇନ-୨୦୧୫ ଅନୁସାରେ ସେମାନଙ୍କୁ ୧ଲକ୍ଷ ଟଙ୍କା ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି । ଜିଲ୍ଲାରେ ଥିବା ୫ଟି ଶିଶୁ ସୁରକ୍ଷା ଅନୁଷ୍ଠାନ ଯଥା- ଆଦୃତା ଶିଶୁ ସଦନ, ବାଜି ରାଉତ ଛାତ୍ରାବାସ, ନବଜୀବନ କମୁ୍ୟନିଟି ସେଣ୍ଟର, କ୍ଷୀରୋଦ ବାସିନୀ କନ୍ୟାଶ୍ରମ ଓ ଆଠମଲ୍ଲିକ ବାଳାଶ୍ରମର ପରିଚାଳନା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର ଯୋଗଦେଇ ଅସହାୟ ଓ ଭିନ୍ନକ୍ଷମ ଶିଶୁଙ୍କର ଉପଯୁକ୍ତ ରକ୍ଷଣବେକ୍ଷଣ ଓ ଦାୟିତ୍ୱ ଉପରେ ଗୁରୁତ୍ୱରୋପ କରିଥିଲେ ।

ସେଆର କରନ୍ତୁ:



Powered by odothemes.com