bhanga-ghare-chalichi-school,-TELKOI

ଭଙ୍ଗାଘରେ ଚାଲିଛି ପାଠପଢ଼ା

12

ତେଲକୋଇ,୧୦ା୮ (ଆପ୍ର): ତେଲକୋଇ ବ୍ଲକ ଅନ୍ତର୍ଗତ ସଲେଇକେନା ପଞ୍ଚାୟତ ଡିମିରିଆ ପ୍ରାଥମିକ ଉଚ୍ଚବିଦ୍ୟାଳୟର ଶ୍ରେଣୀ ଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହି ଭଙ୍ଗା ଗୃହରେ ପାଠପଢାକୁ ନେଇ ଅଭିଭାବକମାନେ ଆତଙ୍କିତ ହେବା ସହିତ ବ୍ଲକ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ଶ୍ରେଣୀ ଗୃହ ପୁନଃନିର୍ମାଣ ନହେଲେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହି ପ୍ରକଳ୍ପ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୫୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶ୍ରେଣୀ ଗୃହର ଅଭାବ ଯୋଗୁଁ ଭଗ୍ନ ଓ ଜରାଜୀର୍ଣ୍ଣ ଥିବା ୩ଟି ଗୃହର ବାରଣ୍ଡାରେ ପାଠପଢା କାର୍ଯ୍ୟ ଚାଲିଛି । ଏନେଇ ବିଭିନ୍ନ ସମୟରେ ଶିକ୍ଷା ବିଭାଗକୁ ଅଭିଯୋଗ କରି ବିଫଳ ହୋଇଥିବା ଅଭିଭାବକମାନେ କହିଛନ୍ତି । ଅଭିଯୋଗକାରୀ ଶିକ୍ଷା କମିଟିର ହାଡିବନ୍ଧୁ କିଷାନ, ଦେବାନନ୍ଦ ସାହୁ, ମକରା ସାହୁ, କ୍ଷୀରମଣୀ ମହାନ୍ତି ସମେତ ଅଭିଭାବକ ରହିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ପାତ୍ରଙ୍କ କହିବାନୁଯାୟୀ ଶ୍ରେଣୀ ଗୃହ ଅଭାବ ଯୋଗୁଁ ବାଧ୍ୟ ହୋଇ ଭଙ୍ଗା ଘରର ବାରଣ୍ଡାରେ ପାଠପଢା ଯାଉଛି । ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଗୋଲପ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଯେ ବିଦ୍ୟାଳୟ ପାଇଁ ପଞ୍ଚାୟତ ବିଭାଗ ଅଧୀନରେ ଅର୍ଥ ବ୍ୟବସ୍ଥା କରାଯାଇଛି ।




Powered by odothemes.com