ଜିତିଲେ ହରିବଂଶ | ସର୍ବସାଧାରଣ ଖବରକାଗଜ
haribansha

ଜିତିଲେ ହରିବଂଶ

86

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ
ନୂଆଦିଲ୍ଲୀ,୯ା୮: ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ତଥା ପ୍ରଥମ ଥର ଲାଗି ସାଂସଦ ହୋଇଥିବା ହରିବଂଶ ନାରାୟଣ ସିଂହ ବିଜୟୀ ହୋଇଛନ୍ତି । ଜେଡି(ୟୁ) ସାଂସଦ ହରିବଂଶଙ୍କୁ ମୋଟ ୧୨୫ଟି ଭୋଟ ମିଳିଥିବା ବେଳେ ୟୁପିଏ ପ୍ରାର୍ଥୀ ବି.କେ. ହରିପ୍ରସାଦଙ୍କୁ ୧୦୫ଟି ଭୋଟ ମିଳିଛି । ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ଗୋଟିଏ ଆସନ ଖାଲି ପଡ଼ିଥିବା ବେଳେ ମତଦାନରେ ୨୨୨ ଜଣ ଅଂଶଗ୍ରହଣ କରିଥିଲେ । ଶେଷ ମୁହୂର୍ତ୍ତରେ ହରିବଂଶଙ୍କ ପ୍ରାର୍ଥôତ୍ୱକୁ ବିଜେଡି ସମର୍ଥନ ଦେବା ଲାଗି ଘୋଷଣା କରିବା ପରେ ଏନ୍ଡିଏର ପଲା ଭାରି ହୋଇଥିଲା । ବିରୋଧୀ ମେଣ୍ଟଠାରୁ ଏହି ପଦକୁ ଛଡାଇ ଆଣିବା ଲାଗି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଶେଷରେ ସଫଳ ହୋଇଥିଲା । ବିଜେଡିର ୯ ସାଂସଦଙ୍କ ସମର୍ଥନ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କଲା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କେୟା ନାଇଡ଼ୁ ହରିବଂଶଙ୍କ ବିଜୟ ସମ୍ପର୍କରେ ଗୃହରେ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି




Powered by odothemes.com