UNIT-1-ADIBASI-PADIA--mukhyamantri-naveen-patnaik-biswa-adibasi-dibasa-abasara-re-nijara-avibhasan-pradan-karuchanti-(25)

ଜନଜାତିଙ୍କ ବିକାଶ ଧାରା ଅବ୍ୟାହତ ରହିବ

268

ବିଜେଡିର ଆଦିବାସୀ ସମାବେଶ
ଭୁବନେଶ୍ୱର, ୯ ।୮ (ବୁ୍ୟରୋ) : ଜନଜାତିଙ୍କ ବିକାଶକୁ ରାଜ୍ୟ ସରାକର ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି । ସେମାନଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ଲାଗି ବ୍ୟାପକ ପଦକ୍ଷେପ ନିଆଯାଉଛି । ଆଗକୁ ଏହି ବିକାଶ ଧାରା ଅବ୍ୟାହତ ରହିବ । ବିଜେଡି କାମରେ ବିଶ୍ୱାସ କରେ ଏବଂ ସମନ୍ୱିତ ଅଭିବୃଦ୍ଧିରେ ବିଶ୍ୱାସ ମଧ୍ୟ କରୁ । ଜନଜାତି ଅଞ୍ଚଳର ବିକାଶ, କଲ୍ୟାଣ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ୟୁନିଟ-୧ସ୍ଥିତ ଆଦିବାସୀ ପଡ଼ିଆଠାରେ ବିଶ୍ୱଆଦିବାସୀ ଦିବସ ପାଳନ ଅବସରରେ ବିଜେଡି ଜନଜାତି ସାମ୍ମୁଖ୍ୟ ତରଫରୁ ରାଜ୍ୟସ୍ତରୀୟ ଆଦିବାସୀ ସମାବେଶରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିିଶ୍ୱ ଆଦିବାସୀ ଦିବସରେ ମହାନ୍ ସଂଗ୍ରାମୀ ସହିଦ୍ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରି ମୁଁ ବହୁତ ଖୁସି । ଦେଶପାଇଁ ଜୀବନ ଦେଇଥିବା ବିର୍ଶା ମୁଣ୍ଡାଙ୍କ ପରି ଆଉ ଜଣେ ସହିଦ୍ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି । ଜନଜାତି ବିଚ୍ଛିନ୍ନାଞ୍ଚଳରେ ଗୁରୁପି୍ରୟା ସେତୁ ଲୋକଙ୍କ ସେବାରେ ସମର୍ପିତ ହୋଇଛି । ଜନଜାତି ପିଲାମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ବିଜେଡି ସବୁବେଳେ କାର୍ଯ୍ୟ କରୁଛି । ଶିକ୍ଷା ବିକାଶର ସବୁଠାରୁ ବଡ଼ ଗ୍ୟାରେଣ୍ଟି । ତେଣୁ ଜନଜାତି ପିଲାଙ୍କ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହି ଉଦ୍ୟମ ଆଜି ସଫଳ ହୋଇଛି । ଫଳରେ ଜନଜାତି ପିଲାମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରୁଛନ୍ତି । ବିଜେଡି ଅନୁସୂଚିତ ଜାତି ଓ ଜନଜାତିଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛି ଏବଂ ଆଗକୁ ମଧ୍ୟ ଜାରି ରଖିବ । ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମ ପାଇଁ ବିଜେଡି ଜନଜାତି ସାମ୍ମୁଖ୍ୟକୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଚନ୍ଦ୍ରଶେଖରପୁର ସାନ୍ତାଳ ବସ୍ତିରେ ସହିଦ୍ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ସମାବେଶରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ରମେଶ ମାଝି କହିଛନ୍ତି ଯେ, ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ପରିଷଦ ଗଠନ କରିଛନ୍ତି । ଯାହା ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି । ଓଡ଼ିଶାରେ ୬୨ଟି ଆଦିବାସୀ ଜନଜାତିଙ୍କ ମଧ୍ୟରେ ୧୩ଟି ଆଦିମ ଜନଜାତି ଅନ୍ତର୍ଭୁକ୍ତ । ଜନଜାତି ସଂସ୍କୃତି ଓ ପ୍ରଗତିକୁୂ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଅନେକ ଯୋଜନାଗୁଡ଼ିକ କାର୍ଯ୍ୟକ୍ଷମ, ନୀତି ନିର୍ଦ୍ଧାରଣ ଓ ଆଇନ ପ୍ରଣୟନ କରିଛନ୍ତି । ବିଶେଷକରି ଜନଜାତି ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ପରିଚୟର ସୁରକ୍ଷା ସହିତ ସାମଗ୍ରିକ ବିକାଶ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଆଉ ପାଦେ ଆଗକୁ ଯାଇ ୯ ଆଦିବାସୀ ବହୁଳ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି । ରାଜ୍ୟରେ ଆଦିବାସୀ ପିଲାଙ୍କ ପାଇଁ ୬୨୦୦ ହଷ୍ଟେଲ୍ ସରକାର ନିଜସ୍ୱ ପାଣ୍ଠିରୁ ନିର୍ମାଣ କରିଛନ୍ତି । ଏହି ଆବାସିକ ହଷ୍ଟେଲ୍ରେ ସାଢ଼େ ପାଞ୍ଚ ଲକ୍ଷ ଜନଜାତି ପିଲା ପାଠ ପଢ଼ୁଛନ୍ତି । ଏଥିସହ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ୪ ଲକ୍ଷରୁ ଊଦ୍ଧ୍ୱର୍ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ବିଜେଡି ଜନଜାତି ସାମ୍ମୁଖ୍ୟ ରାଜ୍ୟ ଆବାହକ ତଥା ବିଧାୟକ ସୁଦାମ ମାର୍ଣ୍ଡିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାବେଶରେ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ବିଜେଡି ସାମ୍ମୁଖ୍ୟର ଉପସଭାପତି ତଥା ସାଂସଦ ଝିନ୍ନ ହିକ୍କା, ବିଧାୟକ ବଳଭଦ୍ର ମାଝି ପ୍ରମୁଖ ଯୋଗ ଦେଇଥିଲେ ।




Powered by odothemes.com