ଧାନ ଦଳିଳେ ହାତୀପଲ: ଚିନ୍ତାରେ ଚାଷୀ | ସର୍ବସାଧାରଣ ଖବରକାଗଜ
HATINKA-UPADRABA,-GHATAGAON

ଧାନ ଦଳିଳେ ହାତୀପଲ: ଚିନ୍ତାରେ ଚାଷୀ

13

ଘଟଗାଁ (ଆପ୍ର): ଘଟଗାଁ ବ୍ଲକ୍ ପୁରୁମୁଣ୍ଡା ଓ ଅସନବାହାଳି ଗ୍ରାମର ଚାଷୀଙ୍କ ଦୁଃଖ କହିଲେ ନସରେ । ହାତୀପଲ ଧାନ ବିଲରେ ପଶି ଚକଟି ଦେଉଛନ୍ତି । ଗତ କିଛି ଦିନ ହେବ ପୁରୁମୁଣ୍ଡା ଓ ଅସନବାହାଳି ନିକଟସ୍ଥ କୁଆଝରଣ ଜଙ୍ଗଲରେ ହାତୀପଲ ଆଶ୍ରୟ ନେଇ ସଂନ୍ଧ୍ୟା ହେଲେ ଗ୍ରାମରେ ପ୍ରବେଶ କରି ଜମିବାଡ଼ି ଦଳାଚକଟା କରି ଫସଲ ନଷ୍ଟ କରୁଛନ୍ତି । ଫଳରେ ବ୍ୟାପକ ଜମି ପଡ଼ିଆ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି ଓ ଚାଷୀଙ୍କ ମୁହଁରୁ ଖୁସୀ ଉଭାନ୍ ହୋଇଯାଇଛି । ବନବିଭାଗ ହାତୀ ଘଉଡ଼ାଇବା ପାଇଁ ଦାବି କରାଯାଇଛି ।




Powered by odothemes.com