SAHEED-NKN-SMRUTEE-RE-(3)

ଓଡ଼ିଶାର ସଂଗ୍ରାମୀଙ୍କ ବଳିଦାନ ଅବିସ୍ମରଣୀୟ

21

ଭୁବନେଶ୍ୱର(ବୁ୍ୟରୋ): ଦେଶର ସ୍ୱାଧୀନତା ଆନେ୍ଦାଳନରେ ଓଡ଼ିଶାର ବୀର ସହିଦ ସଂଗ୍ରାମୀଙ୍କ ବଳିଦାନ ଅବିସ୍ମରଣୀୟ । ସେମାନଙ୍କ ପ୍ରତିଟି ରକ୍ତବିନ୍ଦୁର ମୂଲ୍ୟରେ ଆମେ ସ୍ୱାଧୀନତା ପାଇଛୁ । ଅଗଷ୍ଟ କ୍ରାନ୍ତି ଦିବସରେ ସେମାନଙ୍କୁ ଏ ଦେଶ ପ୍ରଣାମ କରୁଛି । ଆଗାମୀ ପିଢି ଲାଗି ସେମାନଙ୍କ ତ୍ୟାଗ ପ୍ରେରଣାର ଉତ୍ସ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ଅଗଷ୍ଟ ୯ କ୍ରାନ୍ତି ଦିବସରେ ସହିଦ୍ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଓଡ଼ିଶାର ସହିଦଙ୍କ ସ୍ମୃତିରେ ନିର୍ମାଣ ହେଉଥିବା ସ୍ମୃତିସ୍ତମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସହିଦ ପୀଠରୁ ଆସିଥିବା ପବିତ୍ର ମାଟିର କଳସକୁ ସଂସ୍ଥାପନ କରିଛନ୍ତି । ପ୍ରାୟ ୩୮ଟି ସ୍ଥାନରୁ ଆସିଥିବା ମାଟି ସ୍ମୃତିସ୍ତମ୍ଭରେ ରଖାଯାଇଛି ।
ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଅମର ସହିଦ୍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ପ୍ରକାଶିକ ପୁସ୍ତିକା ‘ସହିଦ୍ ସ୍ମାରକୀ’ର ଉନ୍ମୋଚନ କରିଥିଲେ । ପରେ ସହିଦ ପୀଠର କଳସଗୁଡିକୁ ସ୍ମୃତିସ୍ତମ୍ଭରେ ସ୍ଥାପନ କରିଥିଲେ । ଏହି ସହିଦ୍ ସ୍ମୃତିସ୍ତମ୍ଭ ଯୁବ ସମାଜକୁ ଦେଶର ଏକତା, ଅଖଣ୍ଡତା ଓ ବିକାଶ ଲାଗି କାର୍ଯ୍ୟ କରିବାକୁ ପ୍ରେରଣା ଦେବ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ । ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମୁଖ୍ୟ ସଭାପତି ତଥା ସାଂସଦ ଭର୍ତ୍ତୃହରୀ ମହତାବ ୧୮୦୭ ମସିହାରୁ ଆରମ୍ଭ କରି ୧୯୪୨ ପର୍ଯ୍ୟନ୍ତ ଓଡ଼ିଶାର ଅମର ସହିଦ୍ମାନଙ୍କ ପବିତ୍ର ପୀଠରୁ କିଭଳି ବିଗତ ଦୁଇମାସ ମଧ୍ୟରେ ମାଟି ସଂଗ୍ରହ କରାଯାଇଛି ଓ ରାଜ୍ୟବ୍ୟାପୀ ସ୍ୱାଗତ ସମ୍ବର୍ଦ୍ଧନା ସହ ସଂଗ୍ରାମୀ ସଦନକୁ ଅଣାଯାଇଛି ସେ ସଂପର୍କରେ ସୂଚନା ଦେଇଥିଲେ । ୪୨ ଫୁଟ ଉଚ୍ଚତାର ସ୍ମୃତିସ୍ତମ୍ଭରେ ସ୍ୱାଧୀନତା ଆନେ୍ଦାଳନର ଓଡ଼ିଶାର ଅମର ସହିଦ୍ଙ୍କ ନାମ ଉଲ୍ଲେଖ ରହିବା ସହିତ ସେମାନଙ୍କ ସ୍ମୃତିରେ ପବିତ୍ର ମୃତ୍ତିକା ଚିରଦିନ ଲାଗି ସଂରକ୍ଷିତ ହୋଇ ରହିବ ବୋଲି ଶ୍ରୀ ମହତାବ କହିଥିଲେ । ଭବିଷ୍ୟତରେ ଏହା ସ୍ୱାଧୀନତା ଆନେ୍ଦାଳନର ଏକ ପବିତ୍ର ସ୍ମୃତିପୀଠ ଭାବେ ପରିଣତ ହେବ ବୋଲି ସେ ପ୍ରକାଶ କରିଥିଲେ ।
ସମାରୋହରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସ ସଂଗ୍ରାମୀଙ୍କ ଦାୟଦ ତଥା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ମନ୍ତ୍ରୀ ବଦି୍ରନାରାୟଣ ପାତ୍ର, ଡାକ୍ତର ନୃସିଂହ ସାହୁ, ରମେଶ ମାଝି, ବିଧାୟକ ପ୍ରଭାତ ତି୍ରପାଠୀ, ପୁଷ୍ପେନ୍ଦ୍ର ସିଂଦେଓ, ରବିନାରାୟଣ ମହାପାତ୍ର, ମୁକ୍ତିକାନ୍ତ ମଣ୍ଡଳ, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ସେହିପରି ବିଧାୟକ ଭୁଜବଳ ମାଝି, କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ଣ୍ଣଚନ୍ଦ୍ର ନାଏକ, ରମେଶ ପଟୁଆ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ରବିନାରାୟଣ ପାଣି, ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରମୁଖ ଉଦ୍ବୋଧନ ଦେଇ ସହିଦ୍ମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସହିଦ୍ ସ୍ମାରକୀ ଟ୍ରଷ୍ଟ୍ ପକ୍ଷରୁ ଉପେନ୍ଦ୍ର ପାଢୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମୁଖ୍ୟର ରାଜ୍ୟ ସମ୍ପାଦକ ତଥା ସାମ୍ବାଦିକ ବିରୁପାକ୍ଷ ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ସହିଦ ପୀଠରୁ ମାଟି ଆଣିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା । ପୂର୍ବରୁ ସକାଳେ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ପ୍ରଭୃତି ଜିଲ୍ଲାର ବିଭିନ୍ନ ସହିଦ ପୀଠରୁ ଆସିଥିବା ମାଟିକୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ ପରେ ସ୍ମୃତିସ୍ତମ୍ଭରେ ରଖାଯାଇଥିଲା । ଅଭୟ ବଡ଼ଜେନା, ଦୁଃଶାସନ ସ୍ୱାଇଁ, ଶ୍ରୀକାନ୍ତ ସାମଲ, ଜଗନ୍ନାଥ ପାଢୀ, ଶ୍ୟାମପ୍ରସାଦ ପଟ୍ଟନାୟକ, ବିଭୁଦତ୍ତ ତି୍ରପାଠୀ, ବିଚିତ୍ରାନନ୍ଦ ନାଏକ, ପ୍ରମେଶ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।




Powered by odothemes.com