ଆଠ ଗଣସଂଗଠନ ପକ୍ଷରୁ ଜେଲଭରୋ ଆନେ୍ଦାଳନ | ସର୍ବସାଧାରଣ ଖବରକାଗଜ
JALESWAR-TAHASIL-SAMMUKHA-RE-JAILBHARA-ANDOLANA

ଆଠ ଗଣସଂଗଠନ ପକ୍ଷରୁ ଜେଲଭରୋ ଆନେ୍ଦାଳନ

9

ଜଳେଶ୍ୱର,୯ା୮ (ଆପ୍ର): ଓଡ଼ିଶା କୃଷକ ସଭା, କ୍ଷେତ ମଜଦୁର ୟୁନିୟନ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ଭାରତର ଟ୍ରେଡ୍ ୟୁନିୟନ କେନ୍ଦ୍ର(ସିଟୁ) ଜଳେଶ୍ୱର ବ୍ଲକ କମିଟି ସମେତ ଅନ୍ୟାନ୍ୟ ୪ଟି ଗଣ ସଂଗଠନ ର ମିଳିତ ଆହ୍ୱାନରେ ଜଳେଶ୍ୱର ତହସିଲ ସମ୍ମୁଖରେ ଆଜି ଜେଲଭରୋ ଆନେ୍ଦାଳନ ଅନୁଷ୍ଠିତ ହୋଇଯାଇଛି । ୧ ହଜାରରୁ ଊଦ୍ଧ୍ୱର୍ ଆନେ୍ଦାଳନକାରୀ ସ୍ଥାନୀୟ ଷ୍ଟେସନ ଛକ ଠାରୁ ଏକ ବିଶାଳ ପଟୁଆରରେ ବାହାରି ତହସିଲ ସମ୍ମୁଖରେ ପହଞ୍ଚି ଥିଲେ । ଏଠାରେ ଅନୁଷ୍ଠିତ ସଭାରେ କୃଷକଙ୍କୁ କୃଷିଋଣ ଛାଡ଼, ଧାନର କ୍ୱିଣ୍ଟାଲ ପ୍ରତି ମୂଲ୍ୟ ୩ ହଜାର ଟଙ୍କା ଧାର୍ଯ୍ୟ କରିବା, ଭାଗଚାଷୀଙ୍କୁ ପଲ୍ଲୀସଭାରେ ଚିହ୍ନଟ କରି ପରିଚୟପତ୍ର ପ୍ରଦାନ କରିବା ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା, ଭୂମିହୀନମାନଙ୍କୁ ଦଖଲ ଜମିର ପଟ୍ଟା ପ୍ରଦାନ ନିମନ୍ତେ ଆଇନ୍ ପ୍ରଣୟନ କରିବା, ନୂଆବଜାର ରେଳ ଓଭରବ୍ରିଜ୍ ନିର୍ମାଣକାର୍ଯ୍ୟ ତୁରନ୍ତ ଆରମ୍ବ କରିବା ଇତ୍ୟାଦି ୧୨ ଦଫା ସମ୍ବଳିତ ଦାବିକୁ ନେଇ ନେତା ଶିଶିର ହୁଇ, ସୀତାଂଶୁ ସେନାପତି, ଦିଲୀପ ଗିରି, ଦିଲୀପ ପରିଡ଼ା, ଜିତାଂଶୁ ନନ୍ଦୀ, ନେତ୍ରୀ ତାପସୀ ପ୍ରହରାଜ, ମମୀ ପଣ୍ଡା, ଆରତୀ ପଲାଇ ପ୍ରମୁଖ ଦୀପ୍ତିମାନ ଆଚ୍ଚାର୍ଯ୍ୟ ସଭାପତିତ୍ୱରେ ବକ୍ତବ୍ୟ ପ୍ରଦାନ କରି ସଂଘବଦ୍ଧ ହୋଇ ଆଇନ୍ ଅମାନ୍ୟ କରି ବଳପୂର୍ବକ ତହସିଲ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ଉକ୍ତ ସମୟରେ ପୋଲିସ ଆଇନ୍ ଅମାନ୍ୟକାରୀମାନଙ୍କୁ ଗିରଫ କରି ଥାନାକୁ ନେଇଯାଇଥିଲେ ।




Powered by odothemes.com