3------------Sikshyaka-Andolan

ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ

20

ଦଶରଥପୁର (ଆପ୍ର): ଓଡ଼ିଶାର ସ୍କୁଲ କଲେଜର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ମିଳିତ ମଞ୍ଚ ପକ୍ଷରୁ ସମଗ୍ର ରାଜ୍ୟରେ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରାଯାଇଛି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ମଣ୍ଡଳ ଶିକ୍ଷାଧିକାରୀଙ୍କ ସମ୍ମୁଖରେ ହୋଇଥିବା ଆନେ୍ଦାଳନରେ ଓଷ୍ଟା, ଅଲ ଓଷ୍ଟା, ମଦ୍ରସା, ୬୬୨ ବର୍ଗ, ୪୪୮ ବର୍ଗ ଓ ସଂସ୍କୃତ ଟୋଲ୍ର ପ୍ରାୟ ୩୦୦ରଉ ଊଦ୍ଧ୍ୱର୍ ଶିକ୍ଷକ, ଅଧ୍ୟାପକ କର୍ମଚାରୀ ସାମିଲ ହୋଇଥିଲେ । ଦଶରଥପୁର ଓଷ୍ଟାର ବ୍ଲକ୍ ସଭାପତି ବିପିନ କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଷ୍ଟାର ସମ୍ପାଦକ ଶିଶିର କୁମାର ଶତପଥୀ, ଅଲ ଓଷ୍ଟାର ସମ୍ପାଦକ ସୁଜିତ କୁମାର ଦାସ, ମଦ୍ରସାର ସମ୍ପାଦକ ମିର୍ ଇନୁସୁ, ଓଷ୍ଟାର ସହ ସମ୍ପାଦକ ଶ୍ରୀକାନ୍ତ ସାହୁ, ଓଷ୍ଟାର ପୂର୍ବତନ ସମ୍ପାଦକ ଜଗନ୍ନାଥ ଦାସ, ମଙ୍ଗଳପୁର ନାଗରିକ ମଞ୍ଚ ପକ୍ଷରୁ ବଂଶୀଧର ଦାସ ପ୍ରମୁଖ ଯୋଗଦେଇ ସରକାରଙ୍କର ଶିକ୍ଷକ ମାରଣା ନୀତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେମାନଙ୍କ ଦାବିଗୁଡ଼ିକ ହେଉଛି ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତଙ୍କୁ ଅନୁଦାନ ପରିସରଭୁକ୍ତ କରାଯାଇ ଚାକିରୀ ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ କରାଯାଉ, ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସପ୍ତମ ବେତନ କମିଶନ୍ର ପ୍ରଦାନ ଲାଗୁ କରିବା, ଅନୁଦାନ ଯୋଗ୍ୟ ସମ୍ବନ୍ଧୀୟ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ କରିବା, ଅନୁଦାନ ଦେବା ଆଳରେ ସତ୍ୟପାଠ କିମ୍ବା ଲିଖିତ ସୂଚନା ଦେବାପାଇଁ ହୋଇଥିବା ନିଦେ୍ର୍ଦଶନାମା ପ୍ରତ୍ୟାହାର କରିବା, ସମସ୍ତ ସ୍କୁଲ କଲେଜର କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରିବା ଇତ୍ୟାଦି ଦାବି ରହିଛି । ସଭାରେ ଭୁବନେଶ୍ୱର ପି.ଏମ୍.ଜି ଛକଠାରେ ହେବାକୁ ଥିବା ଚଳିତମାସ ୧୬, ୧୭ ଓ ୧୮ ତାରିଖରେ ଅହୋରାତ୍ର ଧାରଣାରେ ଦଶରଥପୁର ବ୍ଲକ୍ର ବହୁ ସଂଖ୍ୟାରେ ଶିକ୍ଷକ, ଅଧ୍ୟାପକ କର୍ମଚାରୀୂ ଯୋଗଦେବା ପାଇଁ ବ୍ଲକ୍ ଓଷ୍ଟାର ସମ୍ପାଦକ ଶିଶିର କୁମାର ଶତପଥୀ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକନେତା ଧୀରେନ୍ଦ୍ର କୁମାର ଜେନା, ବିଦ୍ୟାଧର ମିଶ୍ର, ପ୍ରଦୀପ କୁମାର ସାହୁ, ପ୍ରଦୀପ ପଲାଇ, ଶିବ ପ୍ରସାଦ ପୋଥାଳ, ସଞ୍ଜୟ କୁମାର ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଏହି ଦାବିଗୁଡ଼ିକୁ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦଶରଥପୁର ମଣ୍ଡଳ ଶିକ୍ଷାଧୀକାରୀ ଗୟାଧନର ନନ୍ଦଙ୍କୁ ପ୍ରଦାନ କରାଯାଇଥିଲା । ।




Powered by odothemes.com