naveen

୨୮.୯୫ କୋଟିର ପ୍ରକଳ୍ପକୁ ମଞ୍ଜୁରୀ

30

‘ଆମ ଗାଁ ଆମ ବିକାଶ’
ଭୁବନେଶ୍ୱର,୧ା୮(ବୁ୍ୟରୋ): ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୬ଟି ବ୍ଲକ ପାଇଁ ୨୮.୯୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡ଼ିକ ମଧ୍ୟରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଭଦ୍ରକ ଜିଲ୍ଲାର ବନ୍ତ, କଟକ ଜିଲ୍ଲାର ବାରଙ୍ଗ, କଳାହାଣ୍ଡି ଜିଲ୍ଲାର ଥୁଆମୁଳ-ରାମପୁର, ଗଜପତି ଜିଲ୍ଲାର ଗୋଷାଣୀ ଓ ସୋନପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ ପାତ୍ରପୁର ବ୍ଲକର ୨୩ଟି ପଞ୍ଚାୟତ ପାଇଁ ୫.୭୫ କୋଟି ଟଙ୍କାରେ ୧୨୩ଟି ପ୍ରକଳ୍ପ, ବନ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୬.୧୫ କୋଟି ଟଙ୍କାରେ ୧୭୮ଟି ପ୍ରକଳ୍ପ, ବାରଙ୍ଗ ବ୍ଲକର ୧୬ଟି ପଞ୍ଚାୟତ ପାଇଁ ୪.୩୫ କୋଟି ଟଙ୍କାରେ ୨୩୮ଟି ପ୍ରକଳ୍ପ, ଥୁଆମୁଳ-ରାମପୁର ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୪.୪୦ କୋଟି ଟଙ୍କାରେ ୨୫୨ଟି ପ୍ରକଳ୍ପ, ଗୋଷାଣୀ ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୬୯ଟି ପ୍ରକଳ୍ପ ଓ ବୀରମହାରାଜପୁର ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୩.୫୫ କୋଟି ଟଙ୍କାରେ ୧୧୭ଟି ପ୍ରକଳ୍ପ । ଏହିପରି ସମୁଦାୟ ୬ଟି ବ୍ଲକର ୧୨୨ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୮.୯୫ କୋଟି ଟଙ୍କାରେ ୧୦୭୭ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com