ଅନ୍ଲାଇନ୍ ନୁହେଁ | ସର୍ବସାଧାରଣ ଖବରକାଗଜ

ଅନ୍ଲାଇନ୍ ନୁହେଁ

16

କମ୍ପୁ୍ୟଟରଭିତ୍ତିକ ଜେଇଇ ଓ ନିଟ୍
ନୂଆଦିଲ୍ଲୀ, ୩୦ା୭: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ), ନ୍ୟାସ୍ନାଲ୍ ଇଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ଅନ୍ଲାଇନ୍ରେ ନୁହେଁ ବରଂ କମ୍ପୁ୍ୟଟରଭିତ୍ତିକ କରାଯିବ । ଛାତ୍ରଛାତ୍ରୀମାନେ ପୂର୍ବରୁ ଡାଉନ୍ଲୋଡ୍ ହୋଇଥିବା ପ୍ରଶ୍ନପତ୍ରକୁ କେବଳ ମାଉସ୍ ବ୍ୟବହାର କରି ଉତ୍ତର ଦେବେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦ୍କର ଲୋକସଭାରେ ସୂଚନା ଦେଇଛନ୍ତି । ଶ୍ରୀ ଜାଭେଦ୍କର କହିଛନ୍ତି ଯେ କିଛି ଅଞ୍ଚଳରେ ଇଣ୍ଟରନେଟ୍ ସଂଯୋଗ ଏକ ସମସ୍ୟା ଥିବା ବିଚାର କରାଯାଇ ଅନ୍ଲାଇନ୍ ଫର୍ମାଟ୍ରେ ପରୀକ୍ଷା ନକରିବା ପାଇଁ ନିଷ୍ପତ୍ତି ହୋଇଛି । ଏହାଛଡା ସରକାର ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ ବର୍ଷ ଉତ୍ତର ଖାତା ବ୍ୟବହାର କରି ପରୀକ୍ଷା ଦେବା ଲାଗି ଅନୁମତି ଦେବା ପାଇଁ ଚିନ୍ତା କରୁଛନ୍ତି । ପ୍ରଥମ ବର୍ଷ ପରେ ସେମାନେ କମ୍ପୁ୍ୟଟରରେ ପରୀକ୍ଷା କିଭଳି ଦେବାକୁ ପ୍ରଶିକ୍ଷଣ ନେଇ ଦ୍ୱିତୀୟ ଥର ଦେଇପାରିବେ । ଜେଇଇ ଓ ନିଟ୍ରେ ୨୪ ଲକ୍ଷ ଛାତ୍ରଛାତ୍ରୀ ଭାଗ ନେଇଥାନ୍ତି । ରାଜ୍ୟ ସରକାରଗୁଡିକ ମଧ୍ୟ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ଦେଇଥାନ୍ତି, ଯେଉଁଥିରେ ଦେଢ କୋଟି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି । ବର୍ତ୍ତମାନ ଜେଇଇ ଓ ନିଟ୍ ବର୍ଷକୁ ଦୁଇଥର କରାଯିବ ଏବଂ ଏହା ନ୍ୟାସ୍ନାଲ୍ ଟେଷ୍ଟିଂ ଏଜେନ୍ସି ଦ୍ୱାରା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।




Powered by odothemes.com