3

ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି

107

କାହା ନିଦେ୍ର୍ଦଶରେ ଚାଲିଛି ଅଁଳାଝରି ପଥର ଖାଦାନ?
ଭୁବନ,୨୧ା୭(ଆପ୍ର): ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅନ୍ତର୍ଗତ ଅଁଳାଝରି ଠାରେ ବେଆଇନ ଭାବେ ଦୈନିକ ମାଙ୍କଡ଼ା ପଥର କଟାଯାଇ ଲକ୍ଷ ଲକ୍ଷ ଟଙ୍କାର ଚୋରାଚାଲାଣ କରାଯାଉଛି । ପଥର ମାଫିଆମାନେ ଜଙ୍ଗଲ ଜମି, ଅନାବାଦି ଏବଂ ଧାନ ଜମିରେ ମଧ୍ୟ ପଥର ତାଡ଼ି ରାତିସାର ଟିପ୍ପର ଲଗାଇ ବୋହି ନେଉଛନ୍ତି । ତହସିଲ୍ ଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ପ୍ରଶାସନ ଏହାର ଟେର୍ ପାଉନଥିବା ଆଶ୍ଚର୍ଯ୍ୟର ବିଷୟ । ପୂର୍ବରୁ ପୁଲିସ ଏବଂ ତହସିଲ୍ ପକ୍ଷରୁ ଚଢ଼ଉ କରାଯାଇଥିଲେ ମଧ୍ୟ ମାଫିଆମାନେ ସୂଚନା ପାଇ ସ୍ଥାନ ଛାଡ଼ି ଫେରାର ହୋଇଯାଉଛନ୍ତି । କାଁ ଭାଁ ସ୍ଥାନରୁ ପୂର୍ବରୁ ପଥର ଗାଡ଼ି ଧରି ତାକୁ ଫାଇନ୍ କରି ତହସିଲ୍ ପକ୍ଷରୁ କାମସାରି ଦିଆଯାଉଛି ।
ଏହି ଅଞ୍ଚଳରେ ପଥର ଗାଡ଼ିଗୁଡିକ ଦ୍ୱାରା ବହୁ ସ୍ଥାନରେ ବଡ଼ ବଡ଼ ଖାଲମାନ ହୋଇଯାଇଥିବାରୁ ପାଣି ପଶି ଗୋରୁ ଗାଈଙ୍କ ପାଇଁ ବିପଦ ପାଲଟିଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କ ତରଫରୁ ଖଣି ବନ୍ଦ କରିବା ପାଇଁ ବହୁବାର ଅଭିଯୋଗ ହୋଇଥିଲେ ସୁଦ୍ଧା ସରକାରୀସ୍ତରରେ କୌଣସି ପଦକ୍ଷେପ ନେଉନଥିବା ଜଣାଯାଇଛି । ମାଫିଆମାନେ ଉଚ୍ଚା ମୂଲ୍ୟରେ ଏହି ପଥରକୁ ବିକ୍ରି କରିବା ସହ ଅଧିକାରୀମାନଙ୍କୁ ଉପହାର ପ୍ରଦାନ କରୁଥିବା ଜଣାପଡ଼ିଛି । ତେଣୁ ଜିଲ୍ଲାପାଳ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।




Powered by odothemes.com