ନୂଆ ନିୟମକୁ ନେଇ ବଢୁଛି ଅସନ୍ତୋଷ | ସର୍ବସାଧାରଣ ଖବରକାଗଜ
anganwadi

ନୂଆ ନିୟମକୁ ନେଇ ବଢୁଛି ଅସନ୍ତୋଷ

28

ସମସ୍ୟାରେ ଅଙ୍ଗନୱାଡି କର୍ମୀ
ମାହାଙ୍ଗା (ଆପ୍ର): ଶିଶୁ ଓ ମହିଳାଙ୍କ କଲ୍ୟାଣ ନିମନ୍ତେ ପ୍ରତ୍ୟେକ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି ସରକାର । ଏହି କେନ୍ଦ୍ର ଜରିଆରେ ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କର ଉନ୍ନତି ନିମନ୍ତେ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏବେ ନୂତନ ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇ ଲାଗୁ ହୋଇଛି । ସରକାର ଜଣେ ଶିଶୁ ପିଛା ୮ ଟଙ୍କା ଖର୍ଚ୍ଚ କରୁଛନ୍ତି । ସେଥିମଧ୍ୟରୁ ଚାଉଳ ବାବଦରେ ୨୪ ପଇସା, ବାଟ ଖର୍ଚ୍ଚ ବାବଦରେ ୬ ପଇସା ଗଲା ପରେ ସକାଳ ଜଳଖିଆ ବାବଦରେ ୧ .୨୦ ପଇସା ପ୍ରଦାନ କରୁଛନ୍ତି । ପୂର୍ବରୁ ସକାଳ ଜଳଖିଆ ବାବଦରେ ୧.୫୦ ପଇସା ସରକାର ଦେଉଥିଲେ । ନୂଆ ମେନୁ ଅନୁସାରେ ସକାଳ ଜଳଖିଆ ବାବଦରେ ୩୦ ପଇସା କମ୍ ମିଳିବ । ସେହିଭଳି ଅଙ୍ଗନୱାଡି କେନ୍ଦ୍ରରେ ରୋଷେଇ କରିବା ନିମନ୍ତେ ଜାଳେଣୀ ବାବଦରେ ସରକାର ଜଣ ପିଛା ୩୦ ପଇସା ଦେଉଥିଲେ । ବର୍ତମାନ ୨୦ ପଇସା ପ୍ରଦାନ କରୁଛନ୍ତି । ସାଧାରଣରେ ଜାଳେଣୀ କ୍ୱିଣ୍ଟାଲ ୬୦୦ ଟଙ୍କା ରହିଥିଲା ବେଳେ ଗୋଟିଏ ଅଙ୍ଗନୱାଡି କେନ୍ଦ୍ରରେ ୧୦ ପିଲା ଥିଲେ ଜାଳେଣି ବାବଦରେ ସରକାର ଦୈନିକ ୨ ଟଙ୍କା ମିଳିବ । ଦୁଇ ଟଙ୍କାର ଜାଳେଣିରେ କୌଣସିମତେ ରୋଷେଇ କରିବା ସମ୍ଭବ ନୁହେଁ । ସେହିଭଳି କେନ୍ଦ୍ରଗୁଡିକରେ ସୋମବାର ଭାତ, ଡାଲମା ଲେମ୍ବୁ, ମଙ୍ଗଳ ଓ ଗୁରୁବାର ଭାତ ପରିବା ତରକାରୀ ସିଝା ଅଣ୍ଡା ଲେମ୍ବୁ, ବୁଧବାର, ଶୁକ୍ର ଶନିବାର ଦିନ ଭାତ ଅଣ୍ଡା ତରକାରୀ ଓ ଲେମ୍ବୁ ପ୍ରଦାନ କରିବାକୁ ସରକାର ଦୈନିକ ଜଣେ ଶିଶୁ ପିଛା ୬.୫୦ ପଇସା ଖର୍ଚ୍ଚ କରୁଛନ୍ତି । ଏବେ ଅଣ୍ଡାର ଦର ୬ ଟଙ୍କା, ଆଳୁକୁ ଛାଡି କୌଣସି ପରିବାର ମୂଲ୍ୟ ୩୦ ଟଙ୍କା ତଳକୁ ନାହିଁ । ବଜାରରେ କାଗେଜି ଲେମ୍ବୁର ମୂଲ୍ୟ ୨ ଟଙ୍କା, ଆଳୁ ଓ ପରିବା ପାଇଁ ସରକାର କିଲୋ ପିଛା ମୂଲ୍ୟ ୨୨ ଟଙ୍କା ଧାର୍ଯ୍ୟ କରିଛନ୍ତି । ଯାହାକୁ ନେଇ ଅଙ୍ଗନୱାଡି କେନ୍ଦ୍ରରେ ରୋଷେଇ ହେବା ଅସମ୍ଭବ ହୋଇପଡ଼ିବ । ଗୋଟିଏ ଅଣ୍ଡାର ମୂଲ୍ୟ ସରକାର ୫.୫୦ ପଇସା ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ମଙ୍ଗଳବାର ଓ ଗୁରୁବାର ଦିନ ଭାତ ପରିବା ତରକାରୀ ସିଝା ଅଣ୍ଡା ଲେମ୍ବୁ, କର୍ମୀ ୨୦ ପଇସା ଜାଳେଣିରେ ରୋଷେଇ କରିପାରିବ ସମ୍ଭବ ନୁହେଁ । ସକାଳ ଜଳଖିଆ ପ୍ରସ୍ତୁତ କରିବା ପାଇଁ ସରକାର ଜାଳେଣି ମୂଲ୍ୟଧାର୍ଯ୍ୟ କରିନାହାଁନ୍ତି । ଫଳରେ ଏହି ଯୋଜନାର ସଫଳତା ମିଳିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ବହୁ ପରିଶ୍ରମ ସତ୍ତ୍ୱେ ସ୍ୱଳ୍ପ ବେତନ ପାଉଥିବା ଅଙ୍ଗନୱାଡି କର୍ମୀଙ୍କୁ ପରୋକ୍ଷରେ ଦୁର୍ନୀତି କରିବାକୁ ବାଧ୍ୟ କରୁଛନ୍ତି ସରକାର ବୋଲି ଆଲୋଚନା ହେଉଛି ।
ଅନ୍ୟ ଏକ ସମସ୍ୟା ଏବେ ଦେଖାଦେଇଛି, ରାଜ୍ୟ ସରକାରଙ୍କର ଅପାରଗତା ଯୋଗୁ ବେସରକାରୀ ବିଦ୍ୟାଳୟଗୁଡିକରେ ନିୟମ ନଥାଇ ଶିଶୁ ଶ୍ରେଣୀ, ନର୍ସରୀ ଶ୍ରେଣୀ, କେଜି ଶ୍ରେଣୀ ଖୋଲାଯିବାରୁ ଅଙ୍ଗନୱାଡି କେନ୍ଦ୍ରକୁ ପୂର୍ବଭଳି ପିଲା ଆସୁନାହାଁନ୍ତି । ସରକାରୀ ନିୟମ ଠିକ୍ ରୂପେ କାର୍ଯ୍ୟକାରି ହେଉନଥିବାରୁ ସରକାରୀ ବିଦ୍ୟାଳୟ ଭଳି ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ତାଲା ପଡିବା ଅବସ୍ଥା ସୃଷ୍ଟି ହେଲାଣି । ବାହାର ରାଜ୍ୟରୁ ଅଣ୍ଡା ଆସୁଥିଲା ବେଳେ ଅଣ୍ଡାର ମାନ ପରୀକ୍ଷା କରାଯିବା ଉପରେ ସରକାର ଗୁରୁତ୍ୱ ଦେଉ ନାହାଁନ୍ତି । ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ଅଣ୍ଡା ଖାଇବାକୁ ବାରଣ କରୁଛନ୍ତି । ଅଣ୍ଡା ଖାଇବା ଦ୍ୱାରା ଶରୀରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛିା ମାଛ ପରି ଅଣ୍ଡାର ମାନ ପରୀକ୍ଷା କରାଯିବାକୁ ଦାବି କରାଯାଇଛି । ଏସବୁ ଭିତରେ ବିଚରା କର୍ମୀ ଦହଗଞ୍ଜ ହେଉଛନ୍ତି । ନବୁଝିନଶୁଝି ଖାଦ୍ୟ ନିୟମରେ ପରିବର୍ତ୍ତନ କରାଯାଇଥବବାରୁ ଏହା ଅଗାମୀ ଦିନରେ ସମସ୍ୟା ସୃଷ୍ଟି କରିବା ଅସମ୍ଭ ନୁହେଁ । କୋଟ ଉପରେ ନୂଆ ନିୟମକୁ ନେଇ କର୍ମୀମାନେ ଅଡୁଆରେ ପଡ଼ିଛନ୍ତି ।




Powered by odothemes.com