Untitled-1

ଆଡ଼ପମଣ୍ଡପରେ ବିଜେ ଚତୁର୍ଦ୍ଧାମୂରତି

74

ପୁରୀ, ୧୬ା୭(ବୁ୍ୟରୋ): ଶରଧାବାଲିରେ ରଥାରୂଢ ହୋଇ ରହିଥିବା ଚତୁର୍ଦ୍ଧାମୂରତିଙ୍କୁ ଆଜି ସଂଧ୍ୟାରେ ସେବାୟତମାନେ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରାଇଛନ୍ତି । ଏହି ସମୟରେ ଶରଧାବାଲି ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଭକ୍ତମାନେ ଶ୍ରୀଜିଉଙ୍କ ଧାଡିପହଣ୍ଡି ଦେଖିବା ପାଇ ବ୍ୟାକୁଳ ହୋଇପଡିଥିଲେ । ଆଜି ଦିନ ତମାମ୍ ରଥ ଉପରେ ଶ୍ରୀଜିଉମାନଙ୍କୁ ରଥାରୂଢ ଅବସ୍ଥାରେ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା । ଅପରାହ୍ନ ୫ଟା ୪୦ରେ ପ୍ରଥମେ ଆରମ୍ଭ ହୋଇଥିଲା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ପରେ ପରେ ସେବାୟତମାନେ ବଡଠାକୁର ବଳଭଦ୍ରଙ୍କୁ ତାଳଧ୍ୱଜ ରଥରୁ ତଳକୁ ଆଣିଥିଲେ । ଗୋଟି ପହଣ୍ଡି କରି ଏକ ଭକ୍ତିମେୟ ପରିବେଶରେ ଗୁଣ୍ଡିଚାମନ୍ଦିର ତଥା ଜନ୍ମବେଦୀ ବା ଆଡପମଣ୍ଡପକୁ ବିଜେ କରିଥିଲେ । ଦର୍ପଦଳନ ରଥରୁ ଦେବୀ ସୁଭଦ୍ରାଙ୍କୁ ନେଇ ବିଜେ କରାଇଥିଲେ । ଶେଷରେ ବିଶ୍ୱନିଅନ୍ତାକୁ ନନ୍ଦିଘୋଷ ରଥରୁ ଦୋହଲି ଦୋହଲି ହରିବୋଲ, ହୁଳହୁଳି ଓ ଘଣ୍ଟନାଦରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆକୁ ଝୁଲାଇ ଝୁଲାଇ ତାଙ୍କର ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇ ବିଜେ କରିଛନ୍ତି ଆଡପମଣ୍ଡପକୁ । ଆଜି ଠାରୁ ଆଡପମଣ୍ଡରେ ରହି ଭକ୍ତମାନଙ୍କୁ ଦର୍ଶନ ଦେବେ । ଫଳରେ କାଲିଠାରୁ ଗହଳିଚହଳି ଲାଗିବ ଗୁଣ୍ଡିଚାମନ୍ଦିରରେ । ଗତ ଶନିବାରୁ ରଥଯାତ୍ରାରେ ବାହରିଥିବା ଶ୍ରୀଜିଉମାନେ ଶୁଖିଲା ଭୋଗ ଖାଇ ରହିଛନ୍ତି । ତେଣୁ ତାଙ୍କୁ ଗୁଣ୍ଡିଚାଘରେ ଆଡ଼ପ ଅବଢା ଖାଇବା ସହିତ ତାଙ୍କର ଅଗଣିତ ଭକ୍ତଙ୍କୁ ନୀଳାଚଳ ମହାପ୍ରସାଦ ଖାଇବାର ସୁଯୋଗ ଦେବେ ।
ସୂଚନାଯୋଗ୍ୟ, ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମିଳିତ ଭାବରେ ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଏଥରର ନୀତିକାନ୍ତିକୁ ଶେଷ କରିଛନ୍ତି । ଗଜପତିଙ୍କ ଛେରାପହଁରାଠାରୁ ଆରମ୍ଭ କରି ରଥଯାତ୍ରା ପର୍ଯ୍ୟନ୍ତ ବହୁଶୀଘ୍ର କରାଯାଇଛି । ଫଳରେ ସନ୍ଧ୍ୟା ପୂର୍ବରୁ ତାଳଧ୍ୱଜ ଓ ଦେବୀଦଳନ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚôପାରିଥିଲା ।

ସେଆର କରନ୍ତୁ:



Powered by odothemes.com