konark

ସୂର୍ଯ୍ୟ ମନ୍ଦିର ପ୍ରବେଶ ଦ୍ୱାରରେ ବର୍ଷାଜଳ

140

କୋଣାର୍କ(ଆପ୍ର): ବର୍ଷାରେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଦ୍ୱାରରେ ପାଣି ଜମି ରହିବା ଫଳରେ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥିପାଇଁ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ମୁଖ୍ୟ ଫାଟକ ନିକଟରେ ଦୁଇ ଫୁଟର ପାଣି ଜମି ରହିଛି । ଏଏସ୍ଆଇ କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ନଦେବାରୁ ସମସ୍ୟା ବଢ଼ିବାରେ ଲାଗିଛି । ଏଏସ୍ଆଇ ପକ୍ଷରୁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ବାବଦ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଥିଲେବି ପର୍ଯ୍ୟଟକଙ୍କ ସୁବିଧା ପଦକ୍ଷେପ ନିଆଯାଉନଥିବାରୁ କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶ, ହସ୍ତଶିଳ୍ପ ବ୍ୟବସାୟ ସଂଘ ସଭାପତି ସୁବାସ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କୋଣାର୍କ ଏନ୍ଏସି ପକ୍ଷରୁ ଅଳିଆ ଆବର୍ଜନା ସଫା ନହେବାରୁ ଅନେକ ସ୍ଥାନରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଏନେଇ ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।

ସେଆର କରନ୍ତୁ:



Powered by odothemes.com