ଭୁଶୁଡ଼ିଲା ମାର୍କଣ୍ଡେଶ୍ୱର ପୁଷ୍କରିଣୀ ପାଚେରି | ସର୍ବସାଧାରଣ ଖବରକାଗଜ
markend-puskarani-r-prachir-bhusudila

ଭୁଶୁଡ଼ିଲା ମାର୍କଣ୍ଡେଶ୍ୱର ପୁଷ୍କରିଣୀ ପାଚେରି

37

ପୁରୀ(ବୁ୍ୟରୋ): ଦୁଇ ଦିନ ଲଗୁଚାପ ବର୍ଷାରେ ଉବୁଟୁବୁ ହୋଇଛି ପୁରୀ ସହର । ସୋମବାର ଦିନ ତମାମ ବର୍ଷା ଲାଗି ରହିଛି । ଫଳରେ ମାର୍କଣ୍ଡେଶ୍ୱର ପୁଷ୍କରିଣୀ ୫୦ଫୁଟ ପାଚେରୀ ଭୁଶୁଡି ପଡିଛି । ଉକ୍ତ ରାସ୍ତାରେ ରହିଥିବା ବିଦୁ୍ୟତ୍ ଖୁଣ୍ଟ ମଧ୍ୟ ଉପୁଡ଼ିପଡ଼ିଛି । ଯାହାଦ୍ୱାରା ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ ରହିଛି । ମାର୍କଣ୍ଡେଶ୍ୱର ପୁଷ୍କରଣୀ ହେଉଛି ଶ୍ରୀକ୍ଷେତ୍ରରେ ଥିବା ପଞ୍ଚତୀର୍ଥ ପୁଷ୍କରଣୀ ମଧ୍ୟରୁ ଅନ୍ୟତମ । ପଞ୍ଚ ତୀର୍ଥ ପୁଷ୍କରଣୀରେ ବୁଡ ପକାଇବା ସହିତ ସ୍ନାନ କରି ରନôସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ବହୁ ପୁଣ୍ୟ ମଳେ ବୋଲି ବିଶ୍ୱାସ କରାଯାଏ । ଏହି ପବିତ୍ର ପୁଷ୍କରଣୀର ପାଚେରୀ ଭୁଶୁଡିଲା ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ବିଶାଦ ଭରିଯାଇଛି । ଏହି ଐତିହ୍ୟ ପୁଷ୍କରିଣୀର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏପରି ଘଟଣା ଘଟୁଛି ବୋଲି ସ୍ଥ୍ାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ଏଥି ସହିତ ଫେଲ୍ ମାରିଛି ପ୍ରଶାସନର ରଥଯାତ୍ରା ପ୍ରସ୍ତୁତି । ବର୍ଷା ଲାଗି ରହିବାରୁ ଭକ୍ତଙ୍କ ଠାରୁ ଆରମ୍ଭ କରି ପୁରୀବାସୀ ଜଳ ଘେରରେ ରହିଛନ୍ତି । ଏପରିକି ବଡଦାଣ୍ଡ ଠାରୁ ସହରର ସମସ୍ତ ଗଳି କନ୍ଦିରେ ଲହଡ଼ି କାରିଛି ପାଣି । ଘରେ ପାଣି ପ୍ରବେଶ କରିଛି । କିନ୍ତୁ ପ୍ରବଳ ବର୍ଷା ସତ୍ତ୍ୱେ ଭକ୍ତମାନେ ଭିଜି ଶରଧାବାଲିରେ ରଥାରୂଢ଼ ତିନି ଠାକୁରଙ୍କୁ ମନଭରି ଦର୍ଶନ କରିଛନ୍ତି । ବର୍ଷା ଯୋଗୁଁ ନର୍ଦ୍ଦମାପାଣିରେ ବଡ଼ଦାଣ୍ଡ ଭାସିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯେଉଁଠାରେ ବିଶ୍ୱନିୟନ୍ତା ରହିଛନ୍ତି ସେଠାରେ ଏପରି ଦୁଗୁର୍ନ୍ଧମୟ ପରିବେଶକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଭକ୍ତ । ଏହି ପବିତ୍ର ଧାମର ଅବସ୍ଥା ଦେଖି ବହୁତ କଷ୍ଟ ଲାଗୁଛି ବୋଲି କହିଛନ୍ତି ଭବାନୀପାଟଣାର ଜଣେ ଭକ୍ତ ।




Powered by odothemes.com