asi-team-ra-srimandira-garva-gruha-janch

ଶ୍ରୀମନ୍ଦିର ସ୍ଥିତି ପରଖିଲେ ଏଏସ୍ଆଇ ଟିମ୍

53

ଜୟବିଜୟ ଦ୍ୱାର ନିକଟରୁ ଗଳୁଛି ପାଣି
ପୁରୀ(ବୁ୍ୟରୋ): ୧୯୯୩ ରେ ଶ୍ରୀମନ୍ଦିର ଗର୍ଭଗୁହରୁ ପଥର ଖସିଥିଲା । ସେସମୟରେ ଠାକୁରଙ୍କୁ ସ୍ଥାନାନ୍ତର କରାଯାଇ ଏହାକୁ ମରାମତି କରାଯାଇଥିଲା । ଏହା ପରଠାରୁ ପ୍ରତ୍ୟେକ ବର୍ଷ ଗର୍ଭଗୃହ ସ୍ଥିତି ଯାଞ୍ଚ କରାଯାଉଛି । ଏଏସ୍ଆଇ ବୈଷୟିକ କୋର୍ କମିଟି ଓ ପୂର୍ତ୍ତ ବିଭାଗ ପକ୍ଷରୁ ମିଳିତ ଭାବରେ ଏହି ଯାଞ୍ଚ କାର୍ଯ୍ୟ ଚାଲିଛି । ସୋମବାର ମିଳିତ ଭାବେ ଏହି ଟିମ୍ ଶ୍ରୀମନ୍ଦିର ଯାଇ ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥି ସହିତ ନୀଳାଦ୍ରିବିଜେ ସମୟରେ କେଉଁ କାର୍ଯ୍ୟ କରାଯିବ ସେ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି । ଏହି ଟିମ୍ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜଗନ୍ନାଥ ମନ୍ଦିର ବୈଷୟିକ ପରାମର୍ଶଦାତା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ମିତ୍ର, ସଦସ୍ୟ ଇଂ ଧର୍ମପ୍ରସାଦ ମିଶ୍ର, ଇଂ ପଦ୍ନଲୋଚନ ମହାପାତ୍ର, ଇଂ ଏନ୍ସି ପାଲ୍, ଏଏସ୍ଆଇ କଲିକତାର ଆଞ୍ଚଳିକ ନିଦେ୍ର୍ଦଶକ ଡ. ନନ୍ଦିନୀ ଭଟ୍ଟାଚାର୍ଯ୍ୟ, ଏଏସ୍ଆଇ ନୂଆଦିଲ୍ଲୀର ଇଂ ଗିରିଶ କୁଲକର୍ଣ୍ଣନ,ଏଏସ୍ଆଇ ଭୁବନେଶ୍ୱର ସର୍କଲ ଅଧୀକ୍ଷକ ହେମ ସାଗର, ଅଭୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ ମୁଖ୍ୟମନ୍ଦିରର ପ୍ରଥମ ମହଲାରେ ପାଣି ଗଳୁଥିବା ଯାଞ୍ଚ ସମୟରେ ଜଣାପଡିଛି । ଆସନ୍ତା ୨୨ ତାରିଖ ସୁଦ୍ଧା ଜୟବିଜୟ ଦ୍ୱାରର ଛାତ ମରାମତି କରାଯିବ । ଜଗମୋହନ-ନାଟମଣ୍ଡପର ସଂଯୋଗସ୍ଥଳ ତଥା ଜୟବିଜୟ ଦ୍ୱାର ନିକଟ ଛାତ ମରାମତି ୱାରିଂ ପ୍ଲାଟ୍ଫର୍ମ ବନ୍ଧା ସରିଛି । ମଙ୍ଗଳବାର ଠାରୁ ମରାମତି ଆରମ୍ଭ ହେବ । ଉକ୍ତ ସ୍ଥାନରେ ତିନୋଟି ବିମ୍ ସପୋର୍ଟ ଦିଆଯିବା ସହ ତାହାର ସଂରକ୍ଷଣ କାର୍ଯ୍ୟ କରାଯିବ । ୨୨ ତାରିଖ ସୁଦ୍ଧା କାମ ଶେଷ କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଜଗମୋହନ ମରାମତି ହେବା ସମୟରେ ଏସି ଖୋଲାଯାଇଥିଲା । ଫେବ୍ରୁୟାରୀ ୨୪ ତାରିଖ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ । ଜଗମୋହନ ପୋଟାଲ ଫ୍ରେମ୍ ଠିକ୍ରୂପେ କାମ କରୁଛି କି ନାହି ତାହା ଯାଞ୍ଚ କରାଯିବ । କମିଟି ନାଟମଣ୍ଡପ ଯାଞ୍ଚ କରିବା ସହିତ ଭିନ୍ନ ସ୍ଥାନ ଅନୁଧ୍ୟାନ କରି ଅବସ୍ଥା ଦୁର୍ବଳ ଥିବା ଅନୁଭବ କରିଛି । ତେଣୁ ତାକୁ ମଧ୍ୟ ମରାମତି କରାଯିବ ବୋଲି କମିଟି ପକ୍ଷରୁ ଏଏସ୍ଆଇକୁ ପରାମର୍ଶ ଦିଆାଯାଇଛି ।

ସେଆର କରନ୍ତୁ:



Powered by odothemes.com