ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଦେ୍ର୍ଦଶକୁ ସମାଲୋଚନା | ସର୍ବସାଧାରଣ ଖବରକାଗଜ
Photo-for-news-1

ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଦେ୍ର୍ଦଶକୁ ସମାଲୋଚନା

97

ଦଶଦଫା ଦାବିରେ ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ
ବାଲେଶ୍ୱର,୧୬ା୭(ଆପ୍ର): ପ୍ରବଳ ବର୍ଷା ସତ୍ତ୍ୱେ ସହସ୍ରାଧିକ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଦେ୍ର୍ଦଶକୁ ଦୃଢ଼ ସମାଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କ ଅଙ୍ଗନୱାଡ଼ି କେନ୍ଦ୍ରର ହିତାଧିକାରୀମାନଙ୍କ ପାଇଁ ଗରମ ରନ୍ଧାଖାଦ୍ୟ ଓ ଅଧିକ ଅଣ୍ଡା ପ୍ରଦାନ ନିମିତ୍ତ ଯେଉଁ ନୂତନ ନୀତି ଧାର୍ଯ୍ୟ କରିଛନ୍ତି, ସେଥିପାଇଁ ଅଧିକ ଅର୍ଥ ବରାଦ କରିନଥିବାରୁ ସୋମବାର ଦିନ ଜିଲ୍ଲାରେ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖି କର୍ମୀ ଓ ସହାୟିକାମାନେ ରେଳଷ୍ଟେସନରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଫାଟକ ନିକଟରେ ପହଞ୍ଚô ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସମାବେଶରେ ସିଆଇଟିୟୁର ରାଜ୍ୟ ସଂପାଦକ ରାଧାରମଣ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ଏଆଇଟିୟୁସି ସହବନ୍ଧିତ ଅଙ୍ଗନୱାଡ଼ି ସଂଘର ଜିଲ୍ଲା ସଂପାଦିକା ଗୌରୀ ଦାସ, ସିଆଇଟିୟୁ ସହବନ୍ଧିତ ସଂଘର ଜିଲ୍ଲା ସଂପାଦିକା ବିମଳା ବେହେରା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଦେ୍ର୍ଦଶକୁ ଦୃଢ଼ ସମାଲୋଚନା କରିଥିଲେ । ହିତାଧିକାରୀଙ୍କୁ ଅଧିକ ଅଣ୍ଡା ପ୍ରଦାନକୁ ସେମାନେ ସ୍ୱାଗତ କରିଥିବାବେଳେ ଏଥିପାଇଁ ଅଧିକ ଅର୍ଥ ବରାଦ ନଥିବାରୁ ସଂଘ ତରଫରୁ ସରକାରଙ୍କ ନିଦେ୍ର୍ଦଶ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ସେମାନେ ପ୍ରକାଶ କରିଥିଲେ । ଏତଦ୍ଭିନ୍ନ ଜାଳେଣି ବାବଦରେ ହିତାଧିକାରୀଙ୍କ ପ୍ରତି ମାତ୍ର ଦଶପଇସା ପ୍ରଦାନ କରାଯାଉଥିବାରୁ ଏହି ପରିମାଣ ବୃଦ୍ଧି କରିବାକୁ ଓ କେନ୍ଦ୍ରମାନଙ୍କୁ ଜାଳେଣି ଗ୍ୟାସ୍ ଓ ଚୁଲା ପ୍ରଦାନ ପାଇଁ ସେମାନେ ସଂଘ ତରଫରୁ ଦାବି କରିଥିଲେ । ରେସନ୍ କାର୍ଡ଼ ବଣ୍ଟନ ପ୍ରକି୍ରୟାରେ ସହଯୋଗ କରିଥିବା ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଦୀର୍ଘ ୩ବର୍ଷ ଧରି ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇ ନଥିବାର ଅଭିଯୋଗ ହୋଇଛି । ଏଆଇଟିୟୁସିର ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ, ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ସଂପାଦକ ମାୟାଧର ନାୟକ, ପୁରୁଷୋତ୍ତମ ସେଠୀ, ସିଆଇଟିୟୁର ନିକୁଞ୍ଜ ବସନ୍ତ ରାୟ, ଏମ୍କେଡି ମଜୁମଦାର ପ୍ରମୁଖ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ ନ୍ୟାୟପୂର୍ଣ୍ଣ ଦାବି ଓ ଆନେ୍ଦାଳନକୁ ବିକ୍ଷୋଭସ୍ଥଳରେ ସମର୍ଥନ ଜଣାଇ ବକ୍ତବ୍ୟ ପ୍ରଦାନ କରିଥିଲେ । କେନ୍ଦ୍ରସରକାର ସମନ୍ୱିତ ଶିଶୁ ବିକାଶ ବିଭାଗର ଯୋଜନା ବାବଦକୁ ଅର୍ଥ ହ୍ରାସ କରୁଥିବାବେଳେ ରାଜ୍ୟସରକାର ଅଙ୍ଗନୱାଡ଼ି କର୍ମୀଙ୍କ ଉପରେ ଆର୍ଥିକ ବୋଝ ଲଦି ଦେଉଥିବାର ଅଭିଯୋଗ କରିଥିଲେ । ବିକ୍ଷୋଭ ସ୍ଥଳରୁ ବିଭାଗୀୟ ମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଜରିଆରେ ଦଶଦଫା ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟସରକାରଙ୍କ ସହ ଆଲୋଚନା ପରେ ନୂତନ ନୀତିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ଆସନ୍ତା ୨୦ତାରିଖ ପରେ ସଂଘସହ ଆଲୋଚନା କରିବାପାଇଁ ସଂଘର ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିବା ସଂପର୍କରେ ବିକ୍ଷୋଭ ସ୍ଥଳରେ ଘୋଷଣା କରାଯାଇଥିଲା । ଜିଲ୍ଲାପାଳଙ୍କ ସହ ଆଲୋଚନା ନହେବା ପର୍ଯ୍ୟନ୍ତ ପୁରୁଣା ନୀତିରେ ଗରମ ରନ୍ଧାଖାଦ୍ୟ ଓ ଅଣ୍ଡା ବଣ୍ଟନ କରାଯିବାକୁ ସଂଘ ନିଷ୍ପତ୍ତି ଗ୍ରହଣ କରିଛି । ସମସ୍ୟାର ସମାଧାନ ନହେଲେ ପୁନଶ୍ଚ ଲଗାତର ଧର୍ମଘଟ କରାଯିବ ବୋଲି ମିଳିତ ମଞ୍ଚ ଘୋଷଣା କରିଛି । ଏହି ଶୋଭାଯାତ୍ରା ଓ ବିକ୍ଷୋଭରେ ଆରତି ଦାସମହାପାତ୍ର, ଆରସିଆନ୍ ବିବି, ରାଧାରାଣୀ ପଣ୍ଡା, ପୁଷ୍ପଲତା ତପସି, ପୂର୍ଣ୍ଣିମା ଦେ, ଅନୁପମା ଗିରି, କାଞ୍ଚନ ଦାସ, ଲକ୍ଷ୍ମୀପି୍ରୟା ମିଶ୍ର, ବର୍ଷା ଭାର୍ଗବୀ ରଥ, ଜୟଶ୍ରୀ ରାଉତ, ସୁକାନ୍ତି ବିଶ୍ୱାଳ, ନମିତା ସାହୁ, କାଞ୍ଚନ ଦାସ, ଚନ୍ଦ୍ରକାନ୍ତି ପୁହାଣ, ଗୀତାରାଣୀ ବାରିକ୍, ନିର୍ମଳା ପାଣିଗ୍ରାହୀ, ରିଙ୍କି ମଜୁମଦାରଙ୍କ ସମେତ ଶ୍ୟାମସୁନ୍ଦର ଜେନା ଓ ଶଶିକାନ୍ତ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ ।




Powered by odothemes.com