kidny

ଆତଙ୍କରେ ଗହମଖଳାବାସୀ

97

ବ୍ୟାପକ ହେଉଛି କିଡ୍ନୀ ରୋଗ
ଗଁଦିଆ,୧୬ା୭(ଆପ୍ର): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ଦିଗାମ୍ବରପୁର ପଞ୍ଚାୟତ ଅନ୍ତର୍ଗତ ଗହମଖଳା ଗ୍ରାମରେ ଦିନକୁ ଦିନ ଅତିଷ୍ଠ ହେବାରେ ଲାଗିଛି କିଡ୍ନୀ ରୋଗ । ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁ ନଥିବା ଗ୍ରାମବାସୀ କହିଛନ୍ତି । ଅନ୍ୟପକ୍ଷରେ କିଡ୍ନୀ ରୋଗରେ ଗହମଖଳା ଗ୍ରାମର ୮ରୁ ଊର୍ଦ୍ଧ୍ୱ ମୃତୁ୍ୟବରଣ କରିଥିବା ବେଳେ ୪୫ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଗ୍ରାମରେ ମୋଟ୍ ୪ଟି ନଳକୂପରୁ ଗ୍ରାମବାସୀମାନେ ପାନୀୟ ଜଳ ସଂଗ୍ରହ କରି ବ୍ୟବହାର କରିଥାନ୍ତି । ଏହି ପାନୀୟ ଜଳ ଦୂଷିତ କାରଣରୁ କିଡ୍ନୀ ପରି ମାରାତ୍ମକ ରୋଗ ହୋଇଥାଇପାରେ ବୋଲି ଗ୍ରାମବାସୀମାନେ କହିଛନ୍ତି । ଏହି ଗ୍ରାମର କାଙ୍ଗାଳି ପୃଷ୍ଟି (୬୫), ଇନ୍ଦ୍ରମଣି ପୃଷ୍ଟି (୪୭), ସୂର୍ଯ୍ୟମଣି ପୃଷ୍ଟି (୬୫), ଜୟରାମ ଦାସ (୧୮), ବିପିନ ଦାସ (୨୨), ମହେଶ୍ୱର ଦେହୁରୀ ପ୍ରମୁଖ ଏହି ରୋଗରେ ମୃତୁ୍ୟ ବରଣ କରିଥିବା ବେଳେ ଝୁନୁ ବରାଳ (୪୫), ପ୍ରମୋଦ ଦାସ (୫୨), ପ୍ରଭାତୀ ଦାସ ଏବଂ ଅନ୍ୟ କେତେକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଜଣାପଡ଼ିଛି । କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଲୋକେ ମୃତୁ୍ୟମୁଖରେ ପଡ଼ୁଥିବା ବେଳେ ପ୍ରଶାସନର କୌଣସି ଅଧିକାରୀ ଏଠାକୁ ନ ଆସୁଥିବା ଲୋକଙ୍କ ମନରେ ଅସନ୍ତୋଷ ଜାତ ହେବା ସହ ଭୟ ମଧ୍ୟ ଉପୁଜିଛି । ଗ୍ରାମବାସୀମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବାବେଳେ ସରକାର ସ୍ୱାସ୍ଥ୍ୟର ଉନ୍ନତି ହେଉଥିବା ଡିଣ୍ଡିମ ପିଟୁଛନ୍ତି । ଏଣୁ ପ୍ରଶାସନ ନିରବଦ୍ରଷ୍ଟା ନସାଜି ଆକ୍ରାନ୍ତ ରୋଗୀଙ୍କର ଚିକିତ୍ସା କରାଇବା ସହ ରୋଗର ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।




Powered by odothemes.com