PHOTO.

ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର

35

ଯୋଜନାର ସୁଫଳ ସୁଦୂରପରାହତ!
ଘଟଗାଁ,୧୬ା୭(ଆପ୍ର): ସରକାର ଅସହାୟ ଗରିବଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି । ବିଜୁ ପକ୍କା ଗୃହ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ’ କୁଡିଆ ଆଦି ବହୁ ଯୋଜନା କରାଯାଇଛି । କୌଣସି ବ୍ୟକ୍ତି ଭଙ୍ଗା ଘରେ ଓ ଅସୁରକ୍ଷିତ ଗୃହରେ ନରହିବା ଉଦେ୍ଦଶ୍ୟରେ ଏସବୁ ଯୋଜନା କରାଯାଇଛି । ଗରିବଙ୍କ ପାଇଁ ଆବାସ ଯୋଜନା ସୁନିଶ୍ଚିତ କରିବା ଲାଗି ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ନିଦେ୍ର୍ଦଶ ରହିଛି । ବହୁ ଯୋଜନା ପ୍ରଣୟନ ହୋଇଥିଲେ ମଧ୍ୟ ଏବେବି ବହୁ ପରିବାର ଏସବୁରୁ ବଞ୍ଚିତ ଅଛନ୍ତି । ଏଭଳି ବଞ୍ଚôତ ପରିବାରରେ ସାମିଲ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ହୋଣ୍ଡା ପଞ୍ଚାୟତ ହୋଣ୍ଡା ଗ୍ରାମରେ ବାସକରୁଥିବା ପାଣୁ ବେହେରା । ଖବର ଅନୁଯାୟୀ, ୬ମାସ ତଳେ କାଳବୈଶାଖୀରେ ତାଙ୍କ ଘର ଉପରେ ଏକ ଗଛ ପଡିଥିଲା । ଭଙ୍ଗା ଘରେ ରହୁଥିଲେ ବି ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ । ସ୍ତ୍ରୀ, ଦୁଇ ପୁଅ, ବୋହୂ, ନାତି ନାତୁଣୀ ସମେତ ୮ଜଣ ଭଙ୍ଗା ଘରେ ଅସୁରକ୍ଷିତ ଜୀବନ ବିତାଉଛନ୍ତି । ଖାଲି ଘର ନୁହେଁ ତାଙ୍କୁ ଆଜି ଯାଏ ରାସନ୍ କାର୍ଡ ମଧ୍ୟ ମିଳିନାହିଁ । ବାହାରୁ ବହୁ ଦାମ୍ରେ ଚାଉଳ କିଣୁଛନ୍ତି ପାଣୁ । ପାଣୁ ସରପଞ୍ଚଙ୍କୁ ଜଣାଇଥିଲେ । କିନ୍ତୁୂ ତାଙ୍କ ପ୍ରତି ସରପଞ୍ଚଙ୍କ କୃପା ଦୃଷ୍ଟି ପଡ଼ିନାହିଁ ।
ପାଣୁ ହରିଚନ୍ଦନପୁର ତହସିଲ୍ଦାର୍, ବିଡିଓଙ୍କୁ ଜଣାଇବାରୁ ବିଡିଓ, ହୋଣ୍ଡା ସରପଞ୍ଚ, ଜିପିଇଓ ପ୍ରମୁଖ ସରଜମିନ୍ ତଦାରଖ କରି ଏକ ପଲିଥିନ୍ ଦେଇଥିଲେ । କିନ୍ତୁ ସେହି ପଲିଥିନ୍ ଏବେ ଖରା ବର୍ଷା ଖାଇ ଚାରିଫାଳ ହୋଇଗଲାଣି । ଖବରକାଗଜ ପ୍ରତିନିଧି ବିଡିଓ ବିଜୟାନନ୍ଦ ସେଠୀଙ୍କୁ ଏ ବିଷୟରେ ପଚାରିବାରୁ ‘ ମୁଁ ନୂଆହୋଇ ଯୋଗ ଦେଇଛି, ଯେହେତୁ ଖବର ପାଇଲି ଘଟଣାସ୍ଥଳକୁ ଯାଇ ପାଣୁଙ୍କ ସ୍ଥିତି ଅନୁଧ୍ୟାନ କରାଯାଇ ଆବଶ୍ୟକ ବ୍ୟବସ୍ଥା କରାଯିବ । ଅନ୍ୟପକ୍ଷରେ ପାଣୁଙ୍କୁ କାହିଁକି ଘର ମିଳିଲାନି ତା’ର ତଦନ୍ତ କରାଯିବାକୁ ସାଧାରଣରେ ଦାବି କରାଯାଇଛି ।




Powered by odothemes.com