nandankanan

୬ ମାସ ପରେ ପର୍ଯ୍ୟଟକ ବୁଲିଲେ ୪ ସଫାରୀ

76

ନନ୍ଦନକାନନ ସଫାରୀକୁ ଗଡ଼ିଲା ବସ୍
ବାରଙ୍ଗ(ଆପ୍ର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ସଫାରୀ ବସ୍ ପୁଣି ଥରେ ଗଡ଼ିଛି । ଶନିବାର ପୂର୍ବାହ୍ନରେ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅତିଥି ଭାବେ ଯୋଗଦେଇ ୫ଟି ସଫାରୀ ବସ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପନିଦେ୍ର୍ଦଶକ ଜୟନ୍ତ ଦାସ, ଅଞ୍ଜନ ମହାନ୍ତି, ଅମୂଲ୍ୟ ପରିଡ଼ା, ରେଞ୍ଜର ଅଶୋକ ଦାସ, ସମୀର ସାହୁ, କୁମର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୬ ମାସ ତଳେ ସଫାରୀ ବସ୍ ନିଲାମଧାରୀଙ୍କ ଅବଧି ଶେଷ ହୋଇଯାଇଥିଲା । ଯାହାଫଳରେ ଟେଣ୍ଡରଧାରୀମାନେ ଅବଧି ସମୟ ପରେ ମଧ୍ୟ କର୍ତ୍ତୃପକ୍ଷଙ୍କ ସହ ହାତ ମିଳାଇ ବସ୍ ଚଳାଇ ଆସୁଥିଲେ । ହେଲେ ସଫାରୀ ବସ୍ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁ ଜଣେ ପର୍ଯ୍ୟଟକଙ୍କ ମୃତୁ୍ୟ ହୋଇଥିଲା । ପରେ ଉତ୍ତେଜନା ପ୍ରକାଶ ପାଇବାରୁ ସାନି ଟେଣ୍ଡର ଡାକିବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ସମୟ ନେଇଥିଲେ । ତେବେ ଏହାର ତିନିମାସ ପରେ ଟେଣ୍ଡର କରାଯାଇଥିଲେ ହେଁ ଟେଣ୍ଡରଧାରୀମାନେ କୌଣସି କାରଣ ଯୋଗୁ ଟେଣ୍ଡର ରଦ୍ଦ କରିଥିଲେ । ସେହିଦିନଠାରୁ ଅଚଳ ହୋଇ ପଡ଼ିରହିଥିବା ପ୍ରାଣୀ ଉଦ୍ୟାନର ୪ ସଫାରୀ ଓ ସଫାରୀ ବସ୍ରେ ବୁଲିବା ପର୍ଯ୍ୟଟଙ୍କା ଲାଗି ସ୍ୱପ୍ନ ପାଲଟି ଯାଇଥିଲା । ପୁନର୍ବାର ଟେଣ୍ଡର କରାଯାଇ ୨ଠ୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହାର ଅବଧି ରଖାଯାଇଥିଲା । ତେବେ ମାସକୁ ୭ଲକ୍ଷ ୬ହଜାର ଟଙ୍କା ଟେଣ୍ଡର ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି ।
ଶନିବାର ରଥଯାତ୍ରା ଅବସରରେ ୫ଟି ସଫାରୀ ବସ୍ ଚଳାଚଳ ଆରମ୍ଭ ହୋଇଛି । ପ୍ରତ୍ୟେକ ବସ୍ ପ୍ରାଣୀ ଉଦ୍ୟାନରେ ଥିବା ବାଘ ସଫାରୀ, ଭାଲୁ ସଫାରୀ, ସିଂହ ସଫାରୀ ଓ ତୃଣଭୋଜି ସଫାରୀ ବୁଲିବା ଲାଗି ୪୫ ମିନିଟ୍ ଦିଆଯାଇଛି । ଏହାଛଡ଼ା ପ୍ରତି ୩ ବର୍ଷରୁ ଊଦ୍ଧ୍ୱର୍ ପର୍ଯ୍ୟଟକଙ୍କ ଲାଗି ସଫାରୀ ବସ୍ରେ ୫ଠ ଟଙ୍କା ପରିବର୍ତ୍ତେ ୬ଠ ଟଙ୍କା ଭଡ଼ା ରଖାଯାଇଛି । ବିଶେଷ କରି ବାଘ ସଫାରୀରେ ପ୍ରଥମ ଥର କରି ମେଲାନିଷ୍ଟିକ୍ ଟାଇଗରକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ପର୍ଯ୍ୟଟକଙ୍କ ଲାଗି ବିକ୍ରି ହେଉଥିବା ବସ୍ ଟିକେଟ୍ ସେପ୍ଟେମ୍ବର ୩ଠ ତାରିଖ ପର୍ଯ୍ୟନ୍ତ ସେଠାରେ ଥିବା କାଉଣ୍ଟରରେ ଉପଲବ୍ଧ ହେବ । ହେଲେ ଅକ୍ଟୋବର ପ୍ରଥମ ସପ୍ତାହରୁ ନୂତନ ମୁଖ୍ୟ ଫାଟକ ନିକଟରେ ଏକ ଟିକେଟ୍ କାଉଣ୍ଟର ଖୋଲାଯିବ । ପର୍ଯ୍ୟଟକ ସେଠାରୁ ଟିକେଟ୍ ସଂଗ୍ରହ କରିବେ ।

ସେଆର କରନ୍ତୁ:



Powered by odothemes.com