PIDITA-SAROJ-badasahi

କିଡ୍ନୀ ଓ ଲିଭର୍ ରୋଗରେ ପୀଡ଼ିତ ବାଳକକୁ ଦିଲ୍ଲୀ ଏମ୍ସ ନିଆଗଲା

68

ବଡ଼ସାହି (ଆପ୍ର): ଦୁଇବର୍ଷ ଧରି କିଡିନ୍ ଓ ଲିଭର ବେମାରୀରେ ପୀଡ଼ିତ ଗରିବ ପରିବାରର ଏକ ୯ବର୍ଷର ବାଳକକୁ ଶନିବାର ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ଭେଟି ସହାୟତା ପ୍ରଦାନ କରିଛନ୍ତି । ଘଟଣାନୁଯାୟୀ ଚନ୍ଦନପୁର ପଞ୍ଚାୟତ ମହୁପୁରା ଗ୍ରାମର କରୁଣାକର ମହାଳିକ ଓ ସଂଜୁଙ୍କ ପୁଅ ସରୋଜ ଦୁଇବର୍ଷ ହେଲା ଅସହ୍ୟ ଯନ୍ତ୍ରଣା ଭୋଗୁଛି । ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ସରୋଜର ହଠାତ୍ ପେଟ ଫୁଲିବାରୁ ଭୂବନେଶ୍ୱର ସ୍ଥିତ ଏମ୍ସରେ ଚିକିସôିତ ହେଉଥିଲା । ମାତ୍ର ସେଠାରେ ଅଧିକ ଚିକିସôା ସମ୍ଭବ ନହେବାରୁ ତାକୁ ଉନ୍ନତ ଚିକିସôା ପାଇଁ ଦିଲ୍ଲୀ ସ୍ଥିତ ଏମ୍ସକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ମାତ୍ର ଗରିବ ହୋଇଥିବାରୁ ପରିବାର ଲୋକଙ୍କ ଦିଲ୍ଲୀ ଯିବା ସମ୍ଭବ ନଥିଲା । ଖବାର ପାଇବା ପରେ ବିଧାୟକ ଶ୍ରୀ ପାତ୍ର ବାଲେଶ୍ୱର ସାଂସଦ ରବିନ୍ଦ୍ର କୁମାର ଜେନାଙ୍କ ସହ ଯୋଗାଯୋଗ କରିଥିଲେ । ସାଂସଦ ଶ୍ରୀ ଜେନା ମାଗଣା ଚିକିତ୍ସା ଲାଗି ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ନିକଟକୁ ନିବେଦନ କରି ପତ୍ର ଲେଖିଥିଲେ । ଆର୍ଥିକ ସହାୟତା ସହିତ ଉକ୍ତ ଚିଠିକୁ ବିଧାୟକ, ସାଂସଦଙ୍କ ପ୍ରତିନିଧି ରାକେଶ ମହାପାତ୍ର ଓ ବ୍ଲକ ବିଜଦ ଯୁବ ସଭାପତି ନିହାର ରଞ୍ଜନ ମହାପାତ୍ର ସରୋଜର ପରିବାରକୁ ପ୍ରଦାନ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି । ସରୋଜକୁ ଶନିବାର ଦିଲ୍ଲୀ ନିଆଯାଇଛି ।

ସେଆର କରନ୍ତୁ:



Powered by odothemes.com