OMC-ra-Manamani,-Mahadeijoda-(1)

ଓଏମ୍ସି କର୍ତ୍ତୃପକ୍ଷଙ୍କ ମନମାନି, ତାତିଲେ ଇଚିଣ୍ଡାବାସୀ

38

ମହାଦେଇଯୋଡା,୧୩ା୭(ଆପ୍ର): କାଗଜ କଲମ ଏବଂ ଫଳକରେ ସୀମିତ ରହିଛି ଇଚିଣ୍ଡାବାସୀଙ୍କ ବିକାଶର ସ୍ପପ୍ନ । ବର୍ଷ ବର୍ଷ ଧରି ଖୁବ୍ ଦହଗଞ୍ଜ ହେଉଥିଲେ ବାଂଶପାଳ ବ୍ଲକ ତଳକଇଁସାରୀ ପଞ୍ଚାୟତର ଇଚିଣ୍ଡା ଗ୍ରାମବାସୀ । ଅନେକ ଆନେ୍ଦାଳନ, ଅଭିଯୋଗ ପରେ ୨୦୧୫ ମସିହାରୁ ଏହି ଇଚିଣ୍ଡା ଗ୍ରାମକୁ ଓଡିଶା ଖଣି ନିଗମ (ଆଞ୍ଚଳିକ କାର୍ଯ୍ୟାଳୟ ଗନ୍ଧମାର୍ଦ୍ଦନ)ର ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ଦ୍ୱାରା ପୋଷ୍ୟଗ୍ରାମ ଭାବେ ହାତକୁ ନେଇ କଂକ୍ରିଟ ରାସ୍ତା, ପାଇଖାନା ନିର୍ମାଣ, ଗଭୀର ନଳକୂପ ଏବଂ ଜଳଯୋଗାଣ ଇତ୍ୟାଦି ଆବଶ୍ୟକ କାର୍ଯ୍ୟକୁ ହାତକୁ ନେଇ ୩୧ ଅକ୍ଟୋବର୨୦୧୬ ସୁଦ୍ଧା ସାରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ୨ବର୍ଷରୁ ଅଧିକ ହେବ ଶତକଡା ୫୦ ଭାଗ ମଧ୍ୟ କାମ ହାଇନଥିବା ଦେଖିବାକୁ ମିଳିଛି । ଗ୍ରାମ ରାସ୍ତାକୁ କଂକ୍ରିଟ୍ କରାଯାଇଥିଲେ ସୁଦ୍ଧା, ଅଣଓସାରିଆ ଏବଂ ନିୟମ ଠାରୁ ବହୁ ଓଜନର ମାଲଗାଡି ପରିବହନ ହେଉଥିବାରୁ ଦିନରାତି ହାଇୱା ଗାଡି ଗର୍ଜନରେ ଲୋକେ ଅତିଷ୍ଟ ହୋଇପଡିଲେଣି । ବହୁ ଦିନରୁ ରାସ୍ତାକୁ ଲାଗି ସ୍କୁଲ ଏବଂ ଅଙ୍ଗନୱାଡିର ଛୋଟ ଛୋଟ ଛୁଆଙ୍କ ଜୀବନ ବାଜିରେ ଲାଗିଛି । ବାହାର ଜିଲ୍ଲାକୁ ଯାଉଥିବା ଟ୍ରକ କଥା ସମସ୍ତେ ଜାଣନ୍ତି । ହେଲେ ଯେବେ ଠାରୁ ଓଏମ୍ସି ଦ୍ୱାରା ଲିଜ୍ ନେଇ କେ.ସି.ସି. ସଂସ୍ଥା ଦ୍ୱାରା ହିଲଟପ୍କୁ ଖନନ କରି ବଡ ବଡ ୧୪/୧୮ ଚକା ହାଇୱା ଯୋଗେ ଦିନରାତି ବିନା ପାଲ ଏବଂ ବିନା ଗଛଡାଳରେ ମାଲଗୁଡିକୁ ସାଇଡିଂକୁ ବୁହାହେଉଛି । ଯଦ୍ୱାରା ଅନେକ ବଡ ବଡ ପଥର ଓ ଧୂଳିରେ ରାସ୍ତାସାରା ବିଛାଇ ହୋଇପଡୁଛି ।
ସୂଚନା ଯୋଗ୍ୟ ଯେ, ରାସ୍ତା ଉଚ୍ଚା ହେବାରୁ ସ୍କୁଲ ପାଚେରୀ ସବୁ ଛୋଟ ହୋଇଯାଇ ବିଦ୍ୟାଳୟକୁ ଏବଂ ଛୋଟ ପିଲାଙ୍କ ଜୀବନକୁ ବିପଦ ମୁହଁକୁ ଯାଉଛି । ଫଳରେ ଏଥିନେଇ ଇଚିଣ୍ଡା ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଓଏମ୍ସି କର୍ତ୍ତୃପକ୍ଷ ବାରମ୍ବାର ବର୍ଷ ବର୍ଷ ଧର ଅଧିବାସୀଙ୍କୁ ଶୋଷଣ ଓ ଭୁଆଁ ବୁଲାଇ କୌଣସି କାର୍ଯ୍ୟକୁ ଠିକ୍ ଢଙ୍ଗରେ ନ କରିବାରୁ ବାଧ୍ୟହୋଇ ଗ୍ରାମବାସୀ ଶୁକ୍ରବାର ସ୍ଥାନୀୟ ସରପଞ୍ଚଙ୍କ ସମେତ ଗାଡି ଚଳାଚଳ ବନ୍ଦ କରି ଦେଇଥିଲେ । ଯେତେଦିନ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ସହ ଆଲୋଚନା ନହୋଇଛି ସେତେଦିନ ପର୍ଯ୍ୟନ୍ତ ଗାଡିଚଳାଚଳ ବନ୍ଦ ରହିବ ବୋଲି ଗ୍ରାମବାସୀ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ଜଣେ କର୍ମଚାରୀ କହିଛନ୍ତି । ଦୁଃଖର ବିଷୟ ଯେ ଏହି ଗ୍ରାମ ଓଏମ୍ସି ପୋଷ୍ୟଗ୍ରାମ ହୋଇଥିଲେ ସୁଦ୍ଧା କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁ ପାଣି ସଂଯୋଗ, ଷ୍ଟାଣ୍ଡ ପୋଷ୍ଟ ଦ୍ୱାରା ବିଷୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟସବୁ ଯେମିତିକି ସେମିତି ପଡିରହିଛି । ଆଗକୁ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନଦେଲେ ବଡ ଆନେ୍ଦାଳନ ହେବ ବୋଲି ଚେତାବନୀ ଦେଇଛନ୍ତି । କାରଣ ସରକାରଙ୍କ କୌଣସି କାର୍ଯ୍ୟ ଏହି ଗ୍ରାମରେ ହୋଇପାରିବ ନାହିଁ । ଯେହେତୁ ଏହା ପୋଷ୍ୟଗ୍ରାମ ।

ସେଆର କରନ୍ତୁ:



Powered by odothemes.com