naveen

ରକ୍ତଦାନ ଲାଗି ଆହ୍ୱାନ

87

‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୨ା୭(ବୁ୍ୟରୋ): ରକ୍ତ ଦାନ ମହାପୂଣ୍ୟ । ରକ୍ତ ଦାନ ଦ୍ୱାରା ଆମେ ଗୋଟିଏ ମଣିଷର ଅମୂଲ୍ୟ ଜୀବନକୁ ବଞ୍ଚାଇ ପାରିଥାଉ । ତେଣୁ ସମସ୍ତେ, ବିଶେଷକରି ଯୁବସମାଜ ରକ୍ତ ଦାନ କରିବା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଆଜି ସଚିବାଳୟରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରି ‘ରକ୍ତ ଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ’ ବୋଲି ଆହ୍ୱାନ ଦେଇଛନ୍ତି । ଏ ସମ୍ପର୍କରେ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟରେ ରକ୍ତଦାନ ଏକ ଆନେ୍ଦାଳନରେ ପରିଣତ ହୋଇପାରିଛି । ସେ କହିଲେ, ‘ମୁଁ ଚାହେଁ, ରାଜ୍ୟର ଜଣେ ବି ଲୋକ ରକ୍ତ ଅଭାବରୁ ଜୀବନ ନ ହରାନ୍ତୁ । ମୁଁ ଚାହେଁ, ଆମ ଓଡ଼ିଶାର ସବୁ ସୁସ୍ଥ ଲୋକ ବିଶେଷକରି ଯୁବ ସମାଜ ରକ୍ତ ଦାନ କରିବା ପାଇଁ ଆଗେଇ ଆସନ୍ତୁ ।’ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୮ରୁ ୬୫ ବର୍ଷ ମଧ୍ୟରେ ସବୁ ସୁସ୍ଥ ଲୋକ ରକ୍ତ ଦାନ କରିବା ପାଇଁ ଆଗେଇ ଆସନ୍ତୁ ।’ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୮ରୁ ୬୫ ବର୍ଷ ମଧ୍ୟରେ ସବୁ ସୁସ୍ଥ ଲୋକ ରକ୍ତଦାନ କରିପାରିବେ । ରକ୍ତଗତ ସମସ୍ୟା ଥିବା ହେମୋଫିଲିଆ, ଥାଲାସେମିଆ ଓ ସିକିଲ ସେଲ ଆନାମିଆ ପରି ରୋଗୀମାନଙ୍କୁ ଏବଂ ବିପିଏଲ୍ ପରିବାରର ରୋଗୀଙ୍କୁ ମାଗଣାରେ ରକ୍ତ ଯୋଗାଇ ଦିଆଯାଉଛି । ସେହିପରି ଦୁର୍ଘଟଣାଗ୍ରସ୍ତ ଅସହାୟ ବ୍ୟକ୍ତିମାନଙ୍କୁ ମଧ୍ୟ ମାଗଣାରେ ରକ୍ତ ଯୋଗାଇ ଦିଆଯାଉଛି । ରକ୍ତଗତ ସମସ୍ୟା ଥିବା ରୋଗୀମାନଙ୍କୁ ଡାକ୍ତରଖାନା ଯିବାଆସିବା ପାଇଁ ୫୦୦ ଟଙ୍କା ଭତ୍ତା ମଧ୍ୟ ଦିଆଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସୂଚନାଯୋଗ୍ୟ, ପ୍ରତି ସପ୍ତାହରେ ଚାଲିଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭାଗ ନେଇଥିବା ପଞ୍ଚାୟତ ଓ ଜନସାଧାରଣଙ୍କ ସହିତ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା କରୁଛନ୍ତି ।

ସେଆର କରନ୍ତୁ:



Powered by odothemes.com