71-Year-Pare-bi-Maulika-Subidharu-Banchita,-RIMULI--NEWS-Dt12

ମୌଳିକ ସୁବିଧାରୁ ବଞ୍ଚିତ ଅମଳାଣିଗୋଡ଼ା ମୁଣ୍ଡାସାହି

40

ରିମୁଳି(ଆପ୍ର): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମପଞ୍ଚାୟତର ଅମଳାଣିଗୋଡା ମୁଣ୍ଡାସାହି ସ୍ୱାଧୀନତାର ୭୧ବର୍ଷ ପରେବି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗରୁ ଜଣାପଡିଛି ଯେ, ଆଦିବାସୀ ଅଧ୍ୟୁଷିତ ମୁଣ୍ଡାସାହିରେ ୮୦ରୁ ଊଦ୍ଧ୍ୱର୍ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ୨୦୦ରୁ ଊଦ୍ଧ୍ୱର୍ । ଦୁଃଖର କଥା ସାହିକୁ ଆଜିଯାଏଁ ବିଦୁ୍ୟତ ସଂଯୋଗ ହୋଇନାହିଁ । ଫଳରେ ଲୋକେ ବହୁ ଅସୁôବିଧାର ସମ୍ମୁଖୀନ ହେଉଛନ୍ତି । ଏଥିନେଇ ଗ୍ରାମର ନବ ସର୍ଦ୍ଦାର, ରମେଶ ମୁଣ୍ଡା, ରାଜେସ ଡିଗି, ଜୟ ସିଂ ଡିଗି, ଅର୍ଜୁନ ମୁଣ୍ଡା, କୁଶ ସର୍ଦ୍ଦାର, ରାମ ମୁଣ୍ଡା, ଛୋଟରାୟ ମୁଣ୍ଡା ପ୍ରମୁଖ କ୍ଷୋଭ ବ୍ୟକ୍ତ କରିଛନ୍ତି । ମୁଣ୍ଡାସାହିଟି ଜଙ୍ଗଲକୁ ଲାଗି ରହିଥିବାରୁ ହାତୀ ଓ ଭାଲୁର ଭୟ ରହୁଛି । ସନ୍ଧ୍ୟା ହେଲେ ଘରେ ତାଟିକବାଟ ପଡ଼ୁଛି । ପାଠପଢୁଥିବା ପିଲାଙ୍କୁ ଡିବିରି ଆଲୁଅ ହିଁ ଭରସା ପାଲଟିଛି । ସେହିପରି ସାହିକୁ ଯାଇଥିବା ରାସ୍ତା ୨୦୦୭ରେ ନିର୍ମାଣ କରାଯିବା ପରେ ଆଜି ପର୍ଯ୍ୟନ୍ତ ମରାମତି ହୋଇନି । ଏହା ଫଳରେ ରାସ୍ତା ସାରା ଖାଲଖମା ଭର୍ତ୍ତି ହୋଇ ଆମ୍ବୁଲାନ୍ସ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ପାନୀୟଜଳ ପାଇଁ ୨ଟି ନଳକୂଅ ରହିଥିବା ବେଳେ ଆବଶ୍ୟକ ଅନୁଯାୟୀ ପାଣି ଯୋଗାଇ ପାରୁନାହିଁ । ଏକମାତ୍ର ଜଳାଶୟ ପୁରୁଣା ବନ୍ଧ ପୁନରୁଦ୍ଧାର କରାଯାଉ ନଥିବାରୁ ଏହା ଅମରିଲଟାରେ ପରିପୂର୍ଣ୍ଣ ହୋଇ ବ୍ୟବହାର ଅନୁପଯୋଗୀ ହୋଇଛି । ଏଥିପ୍ରତି ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି ।




Powered by odothemes.com