tini-rath

ତିନି ରଥରେ ପଡ଼ିଲା କପଡ଼ା

263

ଦିନକ ପରେ ଘୋଷଯାତ୍ରା
ପୁରୀ(ବୁ୍ୟରୋ): ଆଉ ମାତ୍ର ଦିନକ ପରେ ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ । ଭକ୍ତ ଭରପୂର ହୋଇଉଠିଲାଣି ଶଙ୍ଖକ୍ଷେତ୍ର । ସରିଆସିଲାଣି ରଥକାମ । ଶୁକ୍ରବାର ନେତ୍ରୋତ୍ସବ । ଗୁରୁବାର ସମସ୍ତ ସେବାୟତ ମିଳିତ ଭାବରେ ତିନି ରଥରେ କପଡ଼ା ବିଛାଇଛନ୍ତି । କେବଳ ଅପେକ୍ଷା ମହାପ୍ରଭୁଙ୍କ ଆଜ୍ଞାମାଳକୁ । ପ୍ରଭୁଙ୍କ ଆଜ୍ଞାହେଲେ ତିନି ରଥ ଲାଗିବ ସିଂହଦ୍ୱାରରେ । କପଡ଼ା ବିଛା କାର୍ଯ୍ୟ ଶେଷ କରାଯିବା ସହିତ ତିନି ରଥରେ ଘୋଡ଼ା ଯୋଚା ଆରମ୍ଭ ହୋଇଛି । ଆଉ ଯାହା ବାକି ରହିଛି ସେସବୁ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ବରିଷ୍ଠ ମହାରଣା ସେବାୟତ ।  ଅନ୍ୟପଟରେ ଶୀଜୀଉମାନଙ୍କ ବସିବା ପାଇଁ ଦରଜି ସେବାୟତମାନେ ଗଦି ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତିି । ଶୁକ୍ରବାର ସକାଳେ ଯାଞ୍ଚ ପରେ ଶ୍ରୀମନ୍ଦିର ପ୍ରଶାସନ ରଥଗୁଡ଼ିକୁ ଅକ୍ତିଆରକୁ ଆଣିବେ । ଶ୍ରୀମନ୍ଦିର ପୁରୋହିତ ଓ ବଡ଼ପଣ୍ଡା ଶ୍ରୀଜିଉଙ୍କ ଆଜ୍ଞାମାଳ ଆଣି ତିନି ରଥରେ ସ୍ଥାପନ କଲା କରେ ଆରମ୍ଭ ହେବ ଅନ୍ୟ ବିଧିବିଧାନ । ଶୁକ୍ରବାରଠାରୁ ତିନି ରଥକୁ କଡା ସୁରକ୍ଷାରେ ରଖିବ ପୁଲିସ । ଆଉ ରଥ ନିକଟକୁ ଯିବା ଲାଗି ଭକ୍ତଙ୍କୁ ସୁଯୋଗ ମିଳିବନି । ତେଣୁ ତିନି ରଥକୁ ଭକ୍ତମାନେ ସ୍ପର୍ଶ କରି ଖୁସିବ୍ୟକ୍ତ କରିଛନ୍ତି । ଶୁକ୍ରବାର ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ତେଣୁ ଭକ୍ତମାନେ ଶ୍ରୀକ୍ଷେତ୍ରମୁହାଁ । ପୁରୀ ସହରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଦିନ ତମାମ୍ ଭକ୍ତମାନେ ବିଭିନ୍ନ ଯାନବାହାନରେ ପୁରୀରେ ପହଞ୍ଚô ହୋଟେଲ, ଲଜିଂ ଓ ଧର୍ମଶାଳାରେ ଅବସ୍ଥାନ କରୁଛନ୍ତି । ରଥଯାତ୍ରା ଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ।




Powered by odothemes.com