dkl-hospital-(1)

ରୋଗୀ ନେଇ ଆସୁଛନ୍ତି, ରୋଗ ନେଇ ଫେରୁଛନ୍ତି

66

କାମାକ୍ଷାନଗର ଡାକ୍ତରଖାନା ଅସୁସ୍ଥ
କାମାକ୍ଷାନଗର,(ଆପ୍ର): ଦୁର୍ଗନ୍ଧରେ ନାକ ଫାଟି ପଡୁଛି, ଯୁଆଡ଼େ ଦେଖିବ ପାନ ଗୁଟଖାର ଚିହ୍ନ । ୱାର୍ଡ ଭିତରେ ପଶିଲେ ଆନାସ୍ଥେସିଆ ଦରକାର ପଡିବନି, ଅଚେତ ହେବାକୁ । ଖଟଗୁଡ଼ିକ ଜଙ୍କ୍ ଖାଇଗଲାଣି । କୌଣସି ଖଟରେ ଗଦି କି ବେଡ୍ସିଟ ନାହିଁ । ରୋଗୀଙ୍କୁ ଚେୟାରରେ ବସାଇ ସାଲାଇନ୍ ଓ ରକ୍ତ ଦିଆଯାଉଛି । କରେଣ୍ଟ୍ ଚାଲିଗଲେ ଟର୍ଚ୍ଚରେ ଚିକିତ୍ସା କରାଯାଉଛି । ଜେନେରେଟର ଚଳାଇବାକୁ ଲୋକ ଥିଲେ ମଧ୍ୟ ସେ ମନଇଚ୍ଛା କାମ କରୁଛନ୍ତି । ରୋଗୀମାନଙ୍କୁ ମାଗଣାରେ ଔଷଧ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଚାହିଦା ମୁତାବକ ଔଷଧ ନଥିବାରୁ ଗରିବ ଲୋକେ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି । ଲୋକେ ରୋଗୀ ନେଇ ଆସୁଛନ୍ତି ସତ ଦୁଇ ଚାରି ଦିନ ରହିବାପରେ ରୋଗ ନେଇ ଫେରୁଛନ୍ତି । ରୋଗୀଙ୍କୁ କୁକୁର ମାଙ୍କଡ ପରି ବ୍ୟବହାର କରାଯାଉଛି । ମୋଟାମୋଟି କହିବାକୁ ଗଲେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା ନର୍କପୁରୀ ପାଲଟିଛି । ଡାକ୍ତରଖାନାରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଭିତରେ କାହାର କାହା ସହିତ କାହାର ସମନ୍ୱୟ ନଥିବାରୁ ଚିକିସôା ପ୍ରହସନ ପାଲଟିଛି । ଉପଖଣ୍ଡସ୍ଥରୀୟ ଡାକ୍ତରଖାନା ହୋଇଥିବାରୁ ପ୍ରତିଦିନ ଶହ ଶହ ରୋଗୀ ଏଠାକୁ ଆସନ୍ତି ହେଲେ ଏଠି ପହଞ୍ଚିବା ପରେ ସୁଇପର ଠାରୁ ଆରମ୍ଭ କରି ଡାକ୍ତର ପର୍ଯ୍ୟନ୍ତ ଆରମ୍ଭ କରିଦିଅନ୍ତି ମାନସିକ ଯନ୍ତ୍ରଣା । ୱାର୍ଡ ପାଇଁ ୨ଜଣ, ଲାବରେଟାରୀ ପାଇଁ ଜଣେ ସୁଇପର ଓ ବାହାର ସଫାକରିବା ପାଇଁ ୨ ଜଣ ସୁଇପର ଥିଲେ ବି ଡାକ୍ତଖାନା ପରିଷ୍କାର ହୋଇପାରୁନାହିଁ । ପ୍ରତିବର୍ଷ ଚାହିଦା ମୁତାବକ ବେଡସିଟ ଓ ଗଦିି ଅଣାଯାଉଥିଲେ ମଧ୍ୟ କୌଣସି ବେଡରେ ତାହା ପଡୁନାହିଁ । ଏ ସମ୍ପର୍କରେ ଚିକିସôା ଅଧିକାରୀ ଡା.ରନôାକର ସାମଲଙ୍କୁ ପଚାରିବାରୁ ସେ ଅସହାୟତା ପ୍ରକାଶ କରିଥିଲେ । ଅବ୍ୟବସ୍ଥା ସୁଧାରିବା ପାଇଁ ଉଦ୍ୟମ କରିବାସହ ଗଦିି ଓ ବେଡସିଟ ଦିଆନଯିବାର କାରଣ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ପ୍ର୍ରତିଶ୍ରୁତି ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com