nabina

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

91

ଚଳିତବର୍ଷ ହଜ୍ ଯାଉଛନ୍ତି ୭୩୧
ଭୁବନେଶ୍ୱର, ୧୧ା୭(ବୁ୍ୟରୋ): ହଜ୍ ଯାତ୍ରାରେ ଯାଉଥିବା ଓଡ଼ିଶାର ଯାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାରୁ ଚଳିତ ବର୍ଷ ୭୩୧ ଜଣ ଯାତ୍ରୀ ହଜ୍ କରିବା ପାଇଁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ହଜ୍ ଯାତ୍ରୀମାନଙ୍କୁ ସୁବିଧା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବନେ୍ଦାବସ୍ତ କରିଛନ୍ତି । ଆଲ୍ଲାଙ୍କ କରୁଣାରୁ ଏହି ଯାତ୍ରା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଶୁଭ କାମନା କରିଥିଲେ । ଭୁବନେଶ୍ୱରଠାରେ ଏକ ହଜ୍ ଭବନ ନିର୍ମାଣ କାର୍ଯ୍ୟ ଜାରି ରହିଛି ଏବଂ ଏହା ଖୁବ୍ ଶୀଘ୍ର ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାସହିତ ଭୁବନେଶ୍ୱରରେ ଏକ ଇମବାରକେସନ୍ ପଏଣ୍ଟ କରିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । ସଂଖ୍ୟାଲଘୁ ବର୍ଗର ଲୋକଙ୍କର ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ପାଠାଗାର, ପରୀକ୍ଷାଗାର ଏବଂ ଅତିରିକ୍ତ ଶ୍ରେଣୀଗୃହର ସୁବିଧା ପାଇଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ୬ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି । ସେହିପରି ସଂଖ୍ୟାଲଘୁ ବର୍ଗର ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ୪୦୦୦ ଛାତ୍ରଛାତ୍ରୀ ରହିବା ଭଳି ୪୦ଟି ହଷ୍ଟେଲ ନିର୍ମାଣ କରାଯାଉଛି । ସେମାନଙ୍କ ପାଇଁ ୧୦୦ଟି ବହୁମୁଖୀ କମୁ୍ୟନିଟି ସେଣ୍ଟର ମଧ୍ୟ ନିର୍ମାଣ କରାଯାଉଛି । ସଂଖ୍ୟାଲଘୁ ବର୍ଗର ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହଜ୍ ଯାତ୍ରୀମାନଙ୍କୁ ହଜ୍ କିଟ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ବିଧାୟକ ଆୟୁବ ଖାଁ, ବିଧାୟକ ଦେବାଶିଷ ସାମନ୍ତରାୟ, କାଜୁ ନିଗମର ଅଧ୍ୟକ୍ଷ ଜନାବ ମୁନ୍ନା ଖାଁ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ସଚିବ ରଘୁପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ । ଚଳିତ ବର୍ଷ ଓଡ଼ିଶା ହଜ୍ କମିଟି ଜରିଆରେ ୭୩୧ ଜଣ ହଜ୍ ଯାତ୍ରୀ ତୀର୍ଥ ନିମନ୍ତେ ସାଉଦି ଆରବର ମକ୍କା ମଦିନା ଯାତ୍ରା କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତନ୍ମଧ୍ୟରୁ ୪୩୩ ଜଣ ପୁରୁଷ ଏବଂ ୨୯୮ ଜଣ ମହିଳା ହଜ୍ ଯାତ୍ରୀ ଅନ୍ତର୍ଭୁକ୍ତ । ହଜ୍ ଯାତ୍ରୀମାନଙ୍କ ସହଯୋଗ ଓ ସୁବିଧା ନିମନ୍ତେ ସରକାରଙ୍କ ତରଫରୁ ୪ ଜଣ ସରକାରୀ କର୍ମଚାରୀଙ୍କୁ ଖାଦିମୁଲ-ହୁଜାଜ୍ ଭାବେ ସାଉଦି ଆରବକୁ ପ୍ରେରଣ କରିବାର ବ୍ୟବସ୍ଥା କରାଯାଇଛି ।
ରାଜ୍ୟର ହଜ୍ ଯାତ୍ରୀ ରହଣି ଏବଂ ଅନ୍ୟାନ୍ୟ ସିୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱର ସ୍ଥିତ ପୋଖରୀପୁଟଠାରେ ହଜ୍ ଭବନ ନିର୍ମାଣ କରାଯାଉଛି । ହଜ୍ ଯାତ୍ରୀଙ୍କୁ ବିନା ମୂଲ୍ୟରେ ହଜ୍ ସାମଗ୍ରୀ ଓ ଓଡ଼ିଆ ଭାଷାରେ ମୁଦ୍ରିତ ସରଳ ହଜ୍ ଗାଇଡ୍ ପୁସ୍ତକ ଯୋଗାଇ ଦିଆଯାଉଛି । ରାଜ୍ୟର ବିଭିନ୍ନ ସଦର ମହକୁମାରେ ରାଜ୍ୟ ହଜ୍ କମିଟି ଆନୁକୂଲ୍ୟରେ ହଜ୍ କର୍ମଶାଳା ଅନୁଷ୍ଠିତ କରାଯାଉଛି । ଚଳିତ ବର୍ଷ ହଜ୍ ଯାତ୍ରୀମାନେ ୧୨ ଜୁଲାଇରୁ ୨୯ ଜୁଲାଇ ମଧ୍ୟରେ କଲିକତାରୁ ହଜ୍ ଯାତ୍ରା ଆରମ୍ଭ କରି ସାଉଦି ଆରବରେ ପାଖାପାଖି ୪୫ ଦିନ କାଳ ଅବସ୍ଥାନ କରିବେ ଏବଂ ହଜ୍ ଯାତ୍ରା ସାରି ୨ ସେପ୍ଟେମ୍ବରରୁ ୧୨ ସେପ୍ଟେମ୍ବର ମଧ୍ୟରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

ସେଆର କରନ୍ତୁ:



Powered by odothemes.com