puri1

ସରିଲା ଖଳି ଲାଗି ନୀତି

52

ଘୋଷଯାତ୍ରା ଆଉ ୨ ଦିନ
ପୁରୀ(ବୁ୍ୟରୋ): ଆଉ ମାତ୍ର ଦୁଇ ଦିନ ପରେ ରଥଯାତ୍ରା । ତିନି ରଥ ନିର୍ମାଣ ସରିଆସିଲାଣି । ରଥ ଚାରିପଟେ ପାଶ୍ୱର୍ ଦେବଦେବୀଙ୍କୁ ବସାଉଛନ୍ତି ମହାରଣା ସେବାୟତ । ବୁଧବାର ତିନି ରଥରେ ସ୍ଥାପନ ହୋଇଛି କଳସ । ଶୁକ୍ରବାର ଦିନ ନେତ୍ରୋସôବ । ଏହାକୁ ଦୃଷ୍ଟିରେ ରଖି କାରୀଗରମାନେ କାମ କରିଚାଲିଛନ୍ତି । ଦୁଇଦିନ ପରେ ରଥଯାତ୍ରା ପଡ଼ୁଥିବାରୁ ମହାରଣା ସେବାୟତଙ୍କଠାରୁ ଆରମ୍ଭ କରି ଚିତ୍ରକର, ଭୋଇ, ରୂପକାର ସେବାୟତମାନେ ତିନିରଥର ବାକି ରହିଥିବା କାର୍ଯ୍ୟ ଶେଷ କରିବାକୁ ଲାଗିଛନ୍ତି । ରଥଖଳାରେ ଚିତ୍ରକର ସେବାୟତମାନେ ତିନି ରଥରେ ମହାରଣା କାରୀଗରମାନେ ବସାଉଥିବା ଦେବଦେବୀଙ୍କୁ ଭଲ ଭାବରେ ସଜାଇଛନ୍ତି । ତତ୍ ସହିତ ତିନି ରଥରେ ରଙ୍ଗ ଦିଆଚାଲିଛି । ରଥର କପଡ଼ା ସିଲେଇ ବି ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ଗୁରୁବାର ରଥ ପ୍ରଶାସନକୁ ହସ୍ତାନ୍ତର କରାଯିବ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ସମ୍ପନ୍ନ ହୋଇଛି । ଶ୍ରୀଜିଉମାନେ ଅଣସର ଘରେ ରହିଥିବାରୁ ସେମାନଙ୍କ ଶ୍ରୀଅଙ୍ଗରେ ସପ୍ତାବରଣ କାର୍ଯ୍ୟ ଚାଲିଛି । ଗତକାଲି ଘଣାକଟା କାର୍ଯ୍ୟ ଶେଷ ହୋଇଥିଲା । ବୁଧବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ନିମନ୍ତେ ଘଣାଲାଗି, ଶ୍ରୀମୁଖ ଓତା, ଶ୍ରୀପୟର ମୁଦା କାର୍ଯ୍ୟ ଶେଷ ହୋଇଛି । ଏସବୁ ପରେ ଜୟବିଜୟ ଦ୍ୱାର ଫିଟାଯାଇ ପଟିଦିଅଁଙ୍କର ମଙ୍ଗଳ ଆଳତି କରାଯାଇଥିଲା । ସକାଳ ୮ଟାରେ ଖଳି ଲାଗି ନୀତି ବଢ଼ିବା ପରେ ମଧ୍ୟାହ୍ନରେ ଘଣାଲାଗି ନୀତି ସମ୍ପାଦିତ ହୋଇଥିଲା । ଠାକୁରମାନେ ଅଣସରଘରେ ଥିଲେ ବି ଶ୍ରୀମନ୍ଦିରରେ ଭିଡ଼ ପରିଲକ୍ଷିତ ହୋଇଥିଲା ।




Powered by odothemes.com