bipada-sankula-setu-(1)-n-koil

ବିପଦସଙ୍କୁଳ ଅବସ୍ଥାରେ ସେତୁ, ପ୍ରତିକାର ଦାବି

39

ନିଶ୍ଚିନ୍ତକୋଇଲି (ଆପ୍ର): ନରେନ୍ଦ୍ରପୁର ସେକ୍ସନ ବଜାରରେ ଥିôବା ବ୍ରିଟିଶ ଅମଳର ଏକ ସେତୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପ୍ରତିକାର ଦିଗରେ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ନରେନ୍ଦ୍ରପୁର ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ଥିବା ପୁନ୍ଦାଳ ବ୍ରାଞ୍ଚ କେନାଲ ଉପରେ ଏହି ପୁରାତନ ସେତୁ ରହିଛି । ସେତୁଟି କେନ୍ଦ୍ରାପଡା ପୂର୍ତ୍ତ ବିଭାଗ ଅଧିନରେ ଥିବା କଟିକଟା-ଜୟପୁର ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଛି । ସେତୁ ଉପର ଦେଇ ଦୈନନ୍ଦିନ ଶହ ଶହ ବସ୍, ଟ୍ରକ ଆଦି ଭାରିଯାନ ସମେତ ବହୁ ଯାନ ଚଳାଚଳ କରିଥାଏ । ଏଥିସହ ଶହ ଶହ ସ୍କୁଲ୍-କଲେଜ ଛାତ୍ରଛାତ୍ରୀ ଓ ଯାତ୍ରୀ ଏହି ସେତୁ ଦେଇ ଯାତାୟାତ କରନ୍ତି । ସେତୁଟି କଟକ-କେନ୍ଦ୍ରାପଡା, ଯାଜପୁର ଓ ଜଗତସିଂହପୁରକୁ ବି ସଂଯୋଗ କରୁଛି । ଏପରିକି ଝଙ୍କଡସ୍ଥିତ ମା’ ଶାରଳାଙ୍କ ଦର୍ଶନ ନିମନ୍ତେ ପ୍ରତ୍ୟହ ରାଜ୍ୟ ତଥା ରାଜ୍ୟ ବାହାରୁ ଶହଶହ ଭକ୍ତ ଏହା ଦେଇ ଯାଆସ କରନ୍ତି । ହେଲେ ଦୀର୍ଘଦିନ ହେବ ସେତୁଟି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାବେଳେ କେତେବେଳେ ଭୁଷୁଡି ନିରୀହଙ୍କ ଧନଜୀବନ ନଷ୍ଟ କରିବ, ତାହା କହିହେବନାହିଁ । ସେତୁର ମରାମତି ନିମନ୍ତେ ବହୁବାର ଅଭିଯୋଗ କରାଯିବା ସତ୍ତ୍ୱେ ସ୍ଥାନୀୟ ଜଳସମ୍ପଦ ବିଭାଗ କିମ୍ବା ପୂର୍ତ୍ତ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ବିପଦ ସଙ୍କୁଳ ସେତୁର ମରାମତି ନିମନ୍ତେ ପଦକ୍ଷେପ ନେବା ପାଇଁ ଜନସାଧାରଣରେ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଏନେଇ କୌଣସି ଅଘଟଣ ଘଟିଲେ, ସେଥିôପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି ।




Powered by odothemes.com