police-briefing-1

ଜଗିବ ୧୮୫ ସିସିଟିଭି

51

ସୁରକ୍ଷା ବଳୟରେ ରଥଯାତ୍ରା
ପୁରୀ (ବୁ୍ୟରୋ): ରଥଯାତ୍ରା ଆଉ ୨ ଦିନ ଥିବା ବେଳେ ସହରରେ କଡ଼ା ସୁରକ୍ଷା ବନେ୍ଦାବସ୍ତ କରାଯାଇଛି । ଟାଉନ୍ହଲରେ ବୁଧବାର ପୁଲିସ ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ପୁଲିସ ମହାନିଦେ୍ର୍ଦଶକ ଡା. ଆରପି ଶର୍ମା ଯୋଗଦେଇ କହିଲେ ରଥଯାତ୍ରାକୁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ରଖାଯିବ । ଶାନ୍ତି ଶୃଙ୍ଖଳା ପାଇଁ ୧୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସହରରେ ବିଭିନ୍ନ ସ୍ଥାନରେ ୧୮୫ ସିସିଟିଭି କ୍ୟାମେରା ଲଗାଯିବ । ଫଳରେ କିଛି ଅଘଟଣ ଘଟିଲେ ତାହା ସଙ୍ଗେ ସଙ୍ଗେ ଜଣାପଡିବ । ଏହାଦ୍ୱାରା ତୁରନ୍ତ ପ୍ରତିକାର ବ୍ୟବସ୍ଥା ସହଜ ହେବ ବୋଲି ସେ କହିଛନ୍ତି । ସେହିପରି ସମୁଦ୍ର ପଥ ରହିବ କୋର୍ଡ ଗାର୍ଡ ନଜରରେ । ଯଦି ସମୁଦ୍ର ପଟୁ କିଛି ଅଘଟଣ ଘଟେ ତାହା ହେଲେ ତାହାକୁ ସହଜରେ ମୁକାବିଲା କରିହେବ । ରଥଯାତ୍ରା ପାଇଁ ବିଭିନ୍ନ ପଦବୀର ପୋଲିସ ଅଧିକାରୀ ଓ କର୍ମ·ରୀଙ୍କୁ ମୁତୟନ କରାଯାଇଛି । ୧୭ ଜଣ ଏସ୍ପି, ୩୭ ଜଣ ଅତିରିକ୍ତ ଏସ୍ପି, ୮୫ ଜଣ ଡିଏସ୍ପି, ୧୧୦ ଜଣ ଇନିସ୍ପେକ୍ଟର, ୬୫୦ ଜଣ ଏସ୍ଆଇ ଓ ଏଏସ୍ଆଇ, ୯୦ ଜଣ ହାବିଲଦାର, ୫୫୦ ଜଣ କନେଷ୍ଟବଳ, ୩୦ ଜଣ ଟ୍ରାଫିକ ହାବିଲଦାର, ୧୦୦ ଜଣ ଟ୍ରାପିକ କନେଷ୍ଟବଳ, ୮ଜଣ ବିଗୁଲର, ୨୪୫୦ ହୋମଗାର୍ଡ, ୧୪୦ ପ୍ଲାଟୁନ ଓଏସଏପି ଓ ଏପିଆର ଫୋର୍ସ, ୨ କମ୍ପାନୀ ର୍ୟାପିଡ ଆକ୍ସନ ଫୋର୍ସ, ୨ ୟୁନିଟ ଓଡ୍ରାଫ୍ଟ ଟିମ୍, ୨ ୟୁନିଟ୍ ଏସଓଜି, ୨ ୟୁନିଟ ଏସଟିୟୁ, ୨ ୟୁନିଟ ଏନଡିଆରଏଫ୍, ୩ କମ୍ପାନୀ ଓଏସଏଫ ଓ ୨ କମ୍ପାନୀ ଆଣ୍ଟି ଟେରୋରିଷ୍ଟି ସ୍କ୍ୱାଡ ମୁତୟନ କରାଯାଉଛି ବୋଲି ଡିଜି ଡ. ଶର୍ମା ସୂଚନା ଦେଇଛନ୍ତି । ସାଂପ୍ରତିକ ଉଗ୍ରବାଦ ଓ ଆତଙ୍କବାଦ ଦୃଷ୍ଟିରୁ ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେଥିପାଇଁ ହୋଟେଲ , ଲଜିଂ ଧର୍ମଶାଳା ଗୁଡିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସମୁଦ୍ରକୂଳ ୱାଚ ଟାୱାର ଉପରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି । ରେଳ ଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ଓ ଅନ୍ୟାନ୍ୟ ଜନଗହଳି ସ୍ଥାନ ମାନଙ୍କରେ ସାଧା ପୋଷାକଧାରୀ ପୁଲିସ ପଇଁତରା ମାରୁଛନ୍ତି । ଭିଡିଓ କ୍ୟାମେରା ଦ୍ୱାରା ବିଭିନ୍ନ ଘଟଣାକୁ ରେକର୍ଡ କରାଯାଇ ଟାଉନଥାନାରେ କଣ୍ଟ୍ରୋଲ ରୁମରେ ମନିଟରିଂ କରାଯାଉଛି । ଏପରିକି ସନ୍ଧାନୀ କୁକୁର ଦ୍ୱାରା ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ତନଖି କରାଯାଉଛି । ଭାରତ ବର୍ଷର ବିଭିନ୍ନ ରାଜ୍ୟର କୁଖ୍ୟାତ ଅପରାଧୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାକୁ ସସିଟିଭି କଣ୍ଟ୍ରୋଲ ରୁମ ସହ ସଂଯୋଗୀକରଣ କରାଯାଇଛି । ଫଳରେ କୌଣସି ଅପରାଧମୂଳକ କାର୍ଯ୍ୟକୁ ରୋକାଯାଇପାରିବ । ସେହିପରି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଚିହ୍ନଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଘୋଷଯାତ୍ରାରେ ସେବାୟତମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ । ଚଳିତବର୍ଷ ମହାପ୍ରଭୁଙ୍କ ନୀତିକାନ୍ତି ଠାରୁ ଆରମ୍ଭ କରି ଘୋଷଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହିତ ଶେଷ ହେବ ସେ ନେଇ ବୁଧବାର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ନିଯୋଗର ସେବାୟତଙ୍କ ସହିତ ଆଲୋଚନା କରି ସହଯୋଗ ଲୋଡିଛନ୍ତି । ସହଯୋଗ କରିବେ ବୋଲି ମଧ୍ୟ ପ୍ରଶାସକଙ୍କୁ ସମସ୍ତ ନିଯୋଗ ପ୍ରତିଶ୍ରୁତି ଦେଇଛନ୍ତି । ସୁଚନାଥାଉକି, ସେବାୟତ ଓ ପ୍ରଶାସନ ମଧ୍ୟରେ ଲାଗିଥିବା ବିବାଦ ଦିନକୁ ଦିନ ବଢି ଚାଲିଛି । ଫଳରେ ସବୁବେଳେ ସେବାୟତମାନେ ପ୍ରଶାସନ ଉପରେ ଅସନ୍ତୁଷ୍ଟ ହେଉଛନ୍ତି । ଅନ୍ୟପଟରେ ଶ୍ରୀମନ୍ଦିର ବ୍ୟବସ୍ଥାରେ ସଂସ୍କାର ଆଣିବା ଉଦେ୍ଦଶ୍ୟରେ ସେବାୟତଙ୍କ ଉପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଛାଟ ବାଜିଛି । ଫଳରେ ସେବାୟତଙ୍କୁ ଆଘାତ ଲାଗିଛି । ଏତେ ବିଶୃଙ୍ଖଳା ଭିତରେ ମହାପ୍ରଭୁୂଙ୍କ ଘୋଷଯାତ୍ରା ସୁରୁଖୁରରେ ଶେଷ ହେଉଛି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।

ସେଆର କରନ୍ତୁ:



Powered by odothemes.com