photo--1

ସମସ୍ୟା ଘେରରେ ବାରବାଟୀ ସଂସ୍କୃତ ମହାବିଦ୍ୟାଳୟ

13

ମୁଖ୍ୟ ଫାଟକ ଆଗରେ ନିଅଁ ଖୋଳାକୁ ନିନ୍ଦା
କୁଆଖିଆ(ଆପ୍ର): ରସୁଲପୁର ବ୍ଲକ୍ ବାରବାଟୀ ସଂସ୍କୃତ ବିଦ୍ୟାଳୟ । ନାନା ସମସ୍ୟା ଦେଇ ଗତି କରୁଥିବା ବିଦ୍ୟାଳୟ ପାଇଁ ଏବେ ଆଉ ଏକ ନୂଆ ସମସ୍ୟା ଉପୁଜିଛି । ସ୍କୁଲ୍ ନିକଟରେ ନୂତନ ସରକାରୀ ଗୃହ ନିର୍ମାଣ ପାଇଁ ଜଣେ ଠିକାଦର ସ୍କୁଲ୍ର ମୁଖ୍ୟ ଫାଟକ ଆଗରେ ନିଅଁ ଖୋଳିଛନ୍ତି । ଫଳରେ ପିଲାମାନେ ସ୍କୁଲ୍କୁ ଯିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲି ପିଲାମାନେ ନୁହନ୍ତି ବିଦ୍ୟାଳୟ କର୍ମଚାରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀମାନେ ବି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟ ଆଗରେ ଏହି ସରକାରୀ ଘର ତିଆରି ହେଲେ ବିଦ୍ୟାଳୟର ସୌନ୍ଦର୍ଯ୍ୟ ଓ ପରିବେଶ ନଷ୍ଟ ହୋଇଯିବ ବୋଲି ଅଭିଭାବକ ମହଲରେ ଚର୍ଚ୍ଚା ହେଉଛି ।
ଅପରପକ୍ଷେ ଏହି ବିଦ୍ୟାଳୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କ ପାଇଁ ଶୌଚାଦି ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ବିଦ୍ୟାଳୟ ଗୃହ ଗୁଡିକ ବହୁ ଦିନର ହୋଇଯିବା କାରଣରୁ କାନ୍ଥ ଫାଟିବାରେ ଲାଗିଲାଣି । ୧୩ ଜଣ ଅଧ୍ୟାପକ, ଅଧ୍ୟାପିକା ଅଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ସୋମନାଥ ନାୟକଙ୍କୁ ପଚାରିଲେ ମନ ଭିତରେ କୋହ ରଖି ସମସ୍ୟା ଗୁଡିକ ପ୍ରକାଶ କରିଛନ୍ତି ।




Powered by odothemes.com