dkl--

ଢେଙ୍କାନାଳରେ ମୋ ସ୍କୁଲ ଅଭିଯାନ କର୍ମଶାଳା

176

ଯୋ÷÷ନ ନିର୍ଯାତନା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଢେଙ୍କାନାଳ(ଆପ୍ର): ବୁଧବାର ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ‘ମୋ ସ୍କୁଲ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଛି । କର୍ମଶାଳାରେ ଢେଙ୍କାନାଳ ଜିଲ୍ଲାପାଳ ନିଖିଲ୍ ପୱନ କଲ୍ୟାଣ ଛାତ୍ରଛାତ୍ରୀଙ୍କ ଯୌନ ନିର୍ଯାତନା ଉପରେ କଡ଼ା ମନୋଭାବ ପୋଷଣ କରିଛନ୍ତି । ସେୂ କହିଛନ୍ତି, ବିଦ୍ୟାଳୟରେ କୌଣସି ଶିକ୍ଷକ ବା କର୍ମଚାରୀ ଶିଶୁଙ୍କୁ ଯଦି ଯୈ÷ାନ ନିର୍ଯ୍ୟାତନ ଦେଇଥିବା ଦୃଷ୍ଟିକୁ ଆସେ ତେବେ ତାଙ୍କ ବିରୁଦ୍ଧରେ ତକ୍ରାଳ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶିକ୍ଷା ସହିତ ପିଲାମାନଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ଧ୍ୟାନ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ତମ ଏବଂ ମାର୍ଜିତ ବ୍ୟବହାର ପ୍ରଦର୍ଶନ କରିବାକୁ ଗୁରୁତ୍ୱ ଦେଇଥିଲେ । ପିଲାମାନଙ୍କର ଯେଭଳି ଶିକ୍ଷା ଓ ଅନ୍ତର୍ନିହିତ ଗୁଣାବଳିର ପରିପୁଷ୍ଟ ହୋଇପାରିବ ସେଥିପ୍ରତି ସମସ୍ତେ ଯତ୍ନବାନ ହୋଇ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ମୋ ସ୍କୁଲ ଅଭିଯାନ ରାଜ୍ୟ ସଂଯୋଜକ ଅମରଜିତ୍ ଜେନା ବିଦ୍ୟାଳୟର ସର୍ବାଙ୍ଗୀଣ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେ କହିଥିଲେ, ବଦାନ୍ୟ ବ୍ୟକ୍ତିମାନଙ୍କର ବିଦ୍ୟାଳୟକୁ ଦେଇଥିବା ସାହାଯ୍ୟର ପିରମାଣକୁ ଦୃଷ୍ଟିରେ ରଖି ପିଲାମାନଙ୍କର ଶିକ୍ଷା, ଗୁଣବତ୍ତାର ବିକାଶ ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦିଆଯାଇ ଯୋଜନା ପ୍ରସ୍ତୁତ କରାଯିବ । ନୂତନ ଚିନ୍ତାଧାରାର ପରିପ୍ରକାଶ ଦ୍ୱାରା ବିଦ୍ୟାଳୟ ପରିବେଶର ଉନ୍ନତି, ଶିକ୍ଷାର ଗୁଣାତ୍ମକ ବିକାଶ ତଥା ସମାଜର ସାମଗ୍ରୀକ ବିକାଶ ସମ୍ଭବ । ମୋ ସ୍କୁଲ ଅଭିଯାନର ଉଜ୍ଜ୍ୱଳ ଉତ୍ଥାନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସବୁବର୍ଗର ବ୍ୟକ୍ତି ବିଶେଷ ଆନ୍ତରିକତାର ସହିତ ଆଗେଇ ଆସିବାକୁ ଡିଇଓ ସୁଧାନନ୍ଦ ପରିଡ଼ା ଆହ୍ୱାନ କରିଥିଲେ । ୫୦ ଏବଂ ୧୦୦ ବର୍ଷର ପୁରାତନ ବିଦ୍ୟାଳୟଗୁଡିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ୬ ରୁ ୧୪ ବର୍ଷ ବୟସର ପିଲାମାନେ ଯେପରି ପଢ଼ା ନ ଛାଡନ୍ତି ତାହା ଉପରେ ଗୁରୁତ୍ୱ ଦେବା ସହ ବିଦ୍ୟାଳୟରେ ଝିଅଙ୍କ ପରିଶ୍ରାଗାରର ଉଚିତ୍ ରକ୍ଷଣାବେକ୍ଷଣ, ଶୁଦ୍ଧ ପାନୀୟଜଳ ଯୋଗାଣ, ପାଠ୍ୟ ପୁସ୍ତକ ଏବଂ ପାଠାଗାର ପୁସ୍ତକ ଯୋଗାଣ, ପିଲାମାନଙ୍କ ସୁରକ୍ଷା, ବିକାଶ, ବେସରକାରୀ ବିଦ୍ୟାଳୟରେ ବିଭିନ୍ନ ବର୍ଗର ପିଲାଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା ସଂପର୍କରେ କର୍ମଶାଳାରେ ଆଲୋଚନା ହୋଇଥିଲା । କର୍ମଶାଳାରେ ଡିସିପିଓ ଅନୁରାଧା ଗୋସ୍ୱାମୀ, ସଦର ବିଇଓ ନିତ୍ୟାନନ୍ଦ ବାରିକଙ୍କ ସମେତ ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ପ୍ରଧାନ ଶିକ୍ଷକ, ସିଆର୍ସିସି, ଡିପିସିର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com