rajprasad-bije-1

ଶ୍ରୀଜିଉ ସୁସ୍ଥ: ଖବର ପାଇଲେ ଗଜପତି

26

ପୁରୀ(ବୁ୍ୟରୋ): ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱର ପୀଡ଼ିତ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି । ଜ୍ୱରାକ୍ରାନ୍ତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅଣସର ଘରେ ରଖାଯାଇ ଉପଚାର କରାଯାଉଥିଲା । ଶ୍ରୀଜିଉମାନଙ୍କୁ ଦେଶୀ ଔଷଧ ଲାଗି ହେବା ପରେ ସୁସ୍ଥ ହୋଇଛନ୍ତି । ସେବାୟତମାନେ ମଙ୍ଗଳବାର ଠାକୁରମାନଙ୍କ ସୁସ୍ଥ ଖବର ଗଜପତିଙ୍କ ନିକଟକୁ ପ୍ରେରଣ କରିଛନ୍ତି ।
ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ । ଦାରୁବିଗ୍ରହଙ୍କ ନୀତିକାନ୍ତି ଓ ଜୀବନଚର୍ଯ୍ୟା ସାଧାରଣ ମଣିଷଙ୍କ ଭଳି । ଅଣସର ଘରେ ଦଇତାପତି ସେବକମାନେ ଗୋଷ୍ଠୀଗତ ଭାବେ ମହାପ୍ରଭୁଙ୍କ ସେବା କରୁଛନ୍ତି । ଇତିମଧ୍ୟରେ ବଡ଼ବଓଡ଼ିଆ ମଠରୁ ଆସିଥିବା ଫୁଲୁରି ତେଲ, ଶୁଦ୍ଧ ସୁଆର ସେବକ ଦେଇଥିବା ଓଷୁଅ ଲାଗି ହେଲା ପରେ ଶ୍ରୀବିଗ୍ରହମାନେ ଚକା ବିଜେ କରିଥିଲେ । ଖଳିଲାଗି ଏକାଦଶୀରେ ଦଶମୂଳ ମୋଦକ ଖାଇଲା ପରେ ସୁସ୍ଥ ହୋଇଛନ୍ତି । ଦଇତାପତିମାନେ ଶ୍ରୀନଅରକୁ ଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଶ୍ରୀଜିଉଙ୍କ ସୁସ୍ଥ ଖବର ପ୍ରଦାନ କରିଥିଲେ । ତତ୍ ସହିତ ଶ୍ରୀଅଙ୍ଗରେ ଲାଗି ହୋଇଥିବା ପ୍ରସାଦ ମଧ୍ୟ ପ୍ରଦାନ କରିଥିଲେ । ସୁସ୍ଥ ଖବର ସହିତ ଶ୍ରୀକ୍ଷେତ୍ରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ।

ସେଆର କରନ୍ତୁ:



Powered by odothemes.com