ଆଉ ୪ ଦିନ ରିମାଣ୍ଡରେ ଟିଟୋ

16

ଭୁବନେଶ୍ୱର, ୯ା୭(ବୁ୍ୟରୋ): ଗ୍ୟାଙ୍ଗଷ୍ଟର ସୟଦ ଉସ୍ମାନ୍ ଅଲ୍ଲୀ ଓରଫ ଟିଟୋକୁ ଆଉ ୪ ଦିନ ଲାଗି କ୍ରାଇମ୍ବ୍ରାଞ୍ଚ୍ ସ୍ପେଶାଲ ଟାକ୍ସ୍ ଫୋର୍ସ (ଏସ୍ଟିଏଫ୍) ରିମାଣ୍ଡରେ ଆଣି ମାରାଥନ ଜେରା କରୁଛି । ୫ ଦିନିଆ ରିମାଣ୍ଡ ଅବଧି ଶେଷ ପରେ ଏସ୍ଟିଏଫ୍ ଆଜି ଟିଟୋକୁ କେନ୍ଦ୍ରାପଡା ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରିଥିଲା । ଏଥିସହ ମାମଲାରେ ଅଧିକ ତଥ୍ୟ ହାସଲ କରିବାକୁ ଆଉ ୧୦ ଦିନ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା । ଉକ୍ତ ଆବେଦନର ବିଚାର କରି କୋର୍ଟ ୪ ଦିନ ରିମାଣ୍ଡ ନେବାକୁ ଅନୁମତି ପ୍ରଦାନ କରିଥିଲେ । ସେହିପରି ତା’ ମୁଖ୍ୟ ସହଯୋଗୀ ଚନକୁ ମଧ୍ୟ ଏସ୍ଟିଏଫ୍ ପୁଣି ରିମାଣ୍ଡରେ ନେବ ବୋଲି ଜଣାପଡିଛି । କାରଣ ଉଭୟଙ୍କୁ ମୁହାଁମୁହିଁ ଜେରା କରିବାକୁ ଏସ୍ଟିଏଫ୍ ଯୋଜନା କରିଛି । ତା’ ଅପରାଧ ଓ ବ୍ୟବସାୟ ନେଟ୍ୱାର୍କକୁ ଭେଦ କରିବା ଲାଗି ତଦନ୍ତକାରୀ ଟିମ୍ ଅଣ୍ଟାଭିଡିଛି । ହେଲେ ତା’ ଅପରାଧ ଓ ବ୍ୟବସାୟ ନେଟ୍ୱାର୍କ କେନ୍ଦ୍ରପଡାରୁ ଦୁବାଇ ପର୍ଯ୍ୟନ୍ତ ଲମ୍ବିଛି । ସେ ମଧ୍ୟରେ ବିଭିନ୍ନ କିସମର ବେପାର ଚାଲିଛି । ଦିନକୁ ଟିଟୋ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା ବୋଲି ଏସ୍ଟିଏଫ୍କୁ ସୂଚନା ମିଳିଛି । ତା’ର ସମସ୍ତ କାର୍ବାର୍ ଉପରେ ରୋକ୍ ଲଗାଇବା ଲାଗି ତଦନ୍ତକାରୀ ଟିମ୍ ଉଦ୍ୟମ ଜାରି ରଖିଛି । ଅନ୍ୟପକ୍ଷରେ ଟିଟୋର ଭାଇମାନେ ଅଣ୍ଡରଗ୍ରାଉଣ୍ଡ ହେବା ଏସ୍ଟିଏଫ୍ର ଚିନ୍ତା ବଢ଼ାଇଦେଇଛି । ସେମାନେ ଧରାନପଡିଲେ ଟିଟୋର ଅପରାଧ ନେଟ୍ୱାର୍କକୁ ରୋକିବା ଅସମ୍ଭବ ହେବା ନିଶ୍ଚିନ୍ତ ବୋଲି ତଦନ୍ତକାରୀ ଟିମ୍ ଏକପ୍ରକାର ସ୍ପଷ୍ଟ ହୋଇଛି ।
ଟିଟୋକୁ ଏସ୍‌ଟିଏଫ୍‌ ଜେରା କରିବା ପରେ ତା’ ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଟିଟୋର ଅଣ୍ଡରୱାଲ୍ଡ ଲିଙ୍କ ଥିବା ତଦନ୍ତକାରୀ ଟିମ୍‌ ସନେ୍ଦହ ପ୍ରକଟ କରିଛି । କାରଣ କୋଲ୍କାତା ଓ ବାଙ୍ଗାଲୁରୁରେ ଟିଟୋର ବିଭିନ୍ନ ବ୍ୟବସାୟ ରହିଛି । ଏପରିକି ଟିଟୋ ତା’ ସହଯୋଗୀମାନଙ୍କ ନାମରେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି କରିସାରିଛି । ନିଶ୍ଚନ୍ତକୋଇଲି ଠାରୁ ଆରମ୍ଭ କରି କେନ୍ଦ୍ରାପଡା, ଯାଜପୁର ଅଞ୍ଚଳର ଏକାଧିକ ବାଲିଘାଟ ଟିଟୋ ଅଧିନରେ ରହିଛି । ଅନ୍ୟପକ୍ଷରେ ତା’ ଅପରାଧର ଚେର ଦୁବାଇ ପର୍ଯ୍ୟନ୍ତ ଲମ୍ବିଥିବା ଚର୍ଚ୍ଚା ହେଉଛି । ଜେରା ପରେ ଏସ୍ଟିଏଫ୍କୁ ବହୁ ତଥ୍ୟ ମିଳିବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଅପରାଧୀକ ଷଡଯନ୍ତ୍ର ଘଟଣାରେ ଟିଟୋର ଆଉ କିଛି ସହଯୋଗୀଙ୍କୁ ଧରିବା ଲାଗି ଏସ୍‌ଟିଏଫ୍‌ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସରିଛି । ସେମାନଙ୍କୁ ଧରିବା ଲାଗି ଏସ୍ଟିଏଫ୍ ଚଢାÿଉ ଜାରି ରଖିଛି । ସେହିପରି ଟିଟୋର ଆର୍ଥିକ କାର୍ବାର୍ ସମ୍ପର୍କରେ ପ୍ରବର୍ତ୍ତନ ନିିଦେ୍ର୍ଦଶାଳୟ (ଇଡି) ଖୋଳତାଡ କରିବାକୁ ଯୋଜନା ଚଳାଇଛି । କାରଣ ଟିଟୋର ରାଜ୍ୟ ବାହାରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ଏଥିସହ ବିଦେଶରେ ତା’ର ବ୍ୟବସାୟ ମଧ୍ୟ ଚାଲିଥିବା ଏସ୍ଟିଏଫ୍ ଜାଣିବାକୁ ପାଇଛି ।




Powered by odothemes.com