ନିର୍ବାଚନ ପରିଚାଳନା ନେଇ ଦ୍ୱନ୍ଦ୍ୱରେ କମିଶନ୍

47

ସେପ୍ଟେମ୍ବରରେ ସରୁଛି ୬୫ ପୌର ପରିଷଦ କାର୍ଯ୍ୟକାଳ
ଭୁବନେଶ୍ୱର(ବୁ୍ୟରୋ): ରାଜ୍ୟର ୧୧୮ ପୌର ପରିଷଦ ମଧ୍ୟରୁ ଆସନ୍ତା ଜାନୁଆରୀ ସୁଦ୍ଧା ୯୦ ପୌର ପରିଷଦର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସେଥିମଧ୍ୟରୁ ସେପ୍ଟେମ୍ବର ଶେଷ ସୁଦ୍ଧା ୬୫ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବ୍ୟବସ୍ଥା ମୁତାବକ ନିର୍ବାଚନର ୪ ମାସ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହେବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ନଗର ଉନ୍ନୟନ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ମତ ପ୍ରଦାନ କରାଯାଇ ନାହିଁ । ଯାହାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଦ୍ୱନ୍ଦ୍ୱ ଉପୁଜିଛି । ତେବେ ନିର୍ବାଚନ କରିବା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ବୋଲି ଜଣାଇବା ପରେ କମିଶନ ନିର୍ବାଚନ କରିଥାନ୍ତି ବୋଲି ରାଜ୍ୟ ନିର୍ବାଚନ କମିଶନ ସଚିବ ଉଦୟ ନାରୟଣ ଦାସ ସୂଚନା ଦେଇଛନ୍ତି ।
ଗୁରୁବାର ପୌର ନିର୍ବାଚନ ପରିଚାଳନା ସମ୍ପର୍କରେ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନ ସଚିବ ଶ୍ରୀ ଦାସ କହିଛନ୍ତି ଯେ କୌଣସି ପରିସ୍ଥିତିରେ ସଂରକ୍ଷଣ ସୀମା ୫୦% ଟପିବନି ବେଲି ମେ’ ମାସରେ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ପୌର ନିର୍ବାଚନରେ ସଂରକ୍ଷଣ ସୀମା ୬୭% ରଖିଛନ୍ତି । ସେଥିପାଇଁ ନିର୍ବାଚନ ପରିଚାଳନା କରିବାରେ ଅଡୁଆ ସୃଷ୍ଟି ହୋଇଛି । ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ୬୫ ପୌର ପରିଷଦର କାର୍ଯ୍ୟକାଳ ଶେଷ ହେଉଛି । ସେହିଭଳି ନଭେମ୍ବରରେ କିଛି ପୌର ପରିଷଦର କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଆସନ୍ତା ଜାନୁଆରୀରେ ଅଉ କିଛି ପୌର ପରିଷଦର କର୍ଯ୍ୟକାଳ ଶେଷ ହେଉଛି । ନିୟମ ଅନୁସାରେ ଚାରିମାସ ପୂର୍ବରୁ ନିର୍ବାଚନ ତାରିଖ ଘୋଷଣା ହେବା କଥା । ହେଲେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ହାଇକୋର୍ଟଙ୍କ ନିଦେ୍ର୍ଦଶ ପରେ ଏବେ ରାଜ୍ୟ ସରକାର ଅଡୁଆରେ ପଡିଛନ୍ତି । ପୂର୍ବରୁ ରାଜ୍ୟ ସରକାର ପୌର ନିର୍ବାଚନରେ ୬୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବା ବେଳେ କୌଣସି ପରିସ୍ଥିତିରେ ସଂରକ୍ଷଣ ବ୍ୟବସ୍ଥା ୫୦% ରୁ ଅଧିକ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଅପରପକ୍ଷରେ ସମୟ ଗଡି ଚାଲିଥିବା ବେଳେ ନିର୍ବାଚନ କମିଶନ ନଗର ଉନ୍ନୟନ ବିଭାଗକୁ ଏ ସମ୍ପର୍କରେ ଗତ ଜୁନ ୧୨ ତାରିଖରେ ରିପୋର୍ଟ ତଲବ କରାଯାଇଥିଲା । ତେବେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ କୌଣସି ସ୍ପଷ୍ଟ କରିନାହାନ୍ତି । ତେବେ ଜୁନ ୧୫ ରେ ନଗର ଉନ୍ନୟନ ବିଭାଗ ହାଇକୋର୍ଟଙ୍କ ରାୟ ପରିପ୍ରେକ୍ଷୀର ସୁପ୍ରିମକୋର୍ଟରେ ଅପିଲ ଫାଇଲ କରିବ ବୋଲି ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି ବୋଲି ନିର୍ବାଚନ କମିଶନ ସଚିବ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com