ବନ୍ଧୁକ କାରଖାନା ଠାବ, ୨ ଗିରଫ

31

ଭୁବନେଶ୍ୱର, ୧୦ ।୬(ବୁ୍ୟରୋ): କମିଶନ୍ରେଟ୍ ପୁଲିସ୍ କିଛି ଦିନ ତଳେ ଜଙ୍କିଆ ଥାନା ଅଞ୍ଚଳରୁ ବନ୍ଧୁକ କାରଖାନା ଠାବ କରିଥିଲା । ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ପୁଲିସ୍ ଠଣାପଲ୍ଲୀ ଗ୍ରାମରେ ଚଢ଼ାଉ କରି ଆଉ ଏକ ବନ୍ଧୁକ କାରଖାନାକୁ ଠାବ କରିଛି । ବେଆଇନ୍ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ପୁଲିସ୍ ବାବୁଲି ମହାରଣା ଓ ତାଙ୍କ ପୁଅ ସଞ୍ଜୟ ମହାରଣାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ ବାଣିଆ ଗାଁରେ ବୋଲି ପୁଲିସ୍ କହିଛି । ତେବେ ସେମାନେ ଉପରୋକ୍ତ ସ୍ଥାନରେ ରହି ବନ୍ଧୁକ ଓ ଗୁଳି ତିଆରି କରୁଥିଲେ । ସେମାନଙ୍କ ଠାରୁ ଅଧାତିଆରି ୩ଟି ବନ୍ଧୁକ, ୯ଟି ଖୋକା, ଗୁଳି ପ୍ରସ୍ତୁତ ପାଇଁ ଥିବା ପାଉଡର ଓ ଅନ୍ୟାନ୍ୟ ସାମଗ୍ରିକୁ ଜବତ କରିଛି । ସୂଚନାଯୋଗ୍ୟ, ବେଆଇନ୍ ବନ୍ଧୁକ ତିଆରି ଅଭିଯୋଗରେ ବାବୁଲିକୁ ପୂର୍ବରୁ ବୈଦେଶ୍ୱର ଥାନା ପୁଲିସ୍ ଗିରଫ କରିଥିଲା । ସେହି ଦିନ ଠାରୁ ବାବୁଲି ଓ ତା’ ପୁଅ ସଞ୍ଜୟ ବେଗୁନିଆ ଅଞ୍ଚଳରେ ରହି ପୁଣି ବନ୍ଧୁକ ବ୍ୟବସାୟ ଆରମ୍ଭ କରିଥିଲେ । ଗୋଟି, ଦେଶୀ ବନ୍ଧୁକକୁ ସେ ୬ ହଜାର ଟଙ୍କାରେ ବିକ୍ରି କରୁଥିଲେ । ସେହିପରି ଗୁଳି ଗୁଡିକୁ ୨ ଶହ ଟଙ୍କାରେ ସେ ବିକ୍ରି କରୁଥିଲେ । ବିଭିନ୍ନ ଜିଲ୍ଲାର ଅପରାଧୀ ବାବୁଲି ଠାରୁ ବନ୍ଧୁକ କିଣୁଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି ।




Powered by odothemes.com