rath-kam

ଶେଷ ପର୍ଯ୍ୟାୟରେ ପଟା ବାଡ଼ିଆ

26

ରଥଯାତ୍ରା ଆଉ ୧୭ ଦିନ
ପୁରୀ (ବୁ୍ୟରୋ): ଆଉ ମାତ୍ର ୧୭ ଦିନ ପରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ରଥଖଳା । ରାତି ପାହିଲେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ତିନି ରଥରେ ମହାରଣା ସେବାୟତମାନେ ପଟାବାଡ଼ାଇବାରେ ଲାଗିଛନ୍ତି । ତେବେ ଲଗାଣ ବର୍ଷାଯୋଗୁ କାମ ବାଧାପ୍ରାପ୍ତ ହୋଇଛି । ତିନି ରଥର ଦୁଇଟି ଲେଖାଏଁ ଦ୍ୱାରବେଢ଼ା ନିର୍ମାଣ ଶେଷ ହୋଇଛି । ଆହୁରି ଦୁଇଟି ଲେଖାଏଁ ଦ୍ୱାରବେଢ଼ା ନିର୍ମାଣ କରାଯିବ । ସେହିପରି ପ୍ରତ୍ୟେକ ରଥରେ କଇଁଚି ଓ ଅନ୍ଧାର ତାଗ ବାଡିଆ ଯାଇଥିବା ବେଳେ ଚାରପରସା ତଳେ ଗୁଣ୍ଠି ବାଡ଼ିଆ ଯାଇଥିଲା । ତିନି ରଥରେ ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ରୂପକାର ସେବକ ମଧ୍ୟ ବର୍ଷାକୁ ଖାତିର ନକରି ଖୋଦେଇ କରୁଛନ୍ତି । ମୋଟାମୋଟି ଭାବେ ରଥଖଳାରେ ରଥ କାମ ଜୋର୍ଦାର ହୋଇଛି । ରଥ ନିର୍ମାଣରେ ଲାଗିଥିବା ମହାରଣା ସେବାୟତମାନଙ୍କୁ ସହଯୋଗ କରୁଛନ୍ତି ଭୋଇ ସେବାୟତ ଏବଂ ଅନ୍ୟମାନେ ।

ସେଆର କରନ୍ତୁ:



Powered by odothemes.com