staniya-lokanka-nijukti-dabire-amarana-ansana,-vadrasahi

ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଅନଶନ

21

ଭଦ୍ରାସାହି,୨୫ା୬(ଆପ୍ର): ଖଣି ଦ୍ୱାରା ପ୍ରଭାବିତ ଗ୍ରାମବାସୀଙ୍କ ଖଣିରେ ନିଯୁକ୍ତି, ପରିବହନ ଓ ରେଳ ବୋଝେଇରେ ଅଗ୍ରାଧିକାର ଦାବିରେ ବଡବିଲ ତହସିଲ ଅନ୍ତର୍ଗତ ଉଚ୍ଚବାଲି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ସୋମବାର ଆମରଣ ଅନଶନରେ ବସିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଯେ, ଗତ ୭ ମାସ ହେଲା ନିଯୁକ୍ତ ଦାବିରେ ଆନେ୍ଦାଳନ କରି ଆସୁଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ବରଂ ଆଶ୍ୱାସନାମୂଳକ ସେମାନଙ୍କୁ କେବଳ ପ୍ରତିଶୃତି ମିଳୁଛି । ଅନେକଥର ପ୍ରଶାସନିକ ଅଧିକାରୀଙ୍କ ସହିତ ଏ ନେଇ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଫଳରେ ଖଣି ପ୍ରଭାବରେ ଚାଷବାସ ହରାଇଥିବା ଉଚ୍ଚବାଲି ଗ୍ରାମବାସୀ ନିଜର ଜୀବିକା ହରାଇଛନ୍ତି । ତେଣୁ କାମ ନ ପାଇ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଥିବା ଉଚ୍ଚବାଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଚମ୍ପୁଆ ବିଧାୟକଙ୍କ ପଞ୍ଚାୟତବାସୀଙ୍କ ଏପରି ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଆଲୋଚନାର ବିଷୟ ହୋଇଛି । ଅପରପକ୍ଷେ ବିଧାୟକଙ୍କ ଘନିଷ୍ଠ ସମର୍ଥକ ଜଣାଶୁଣା କିଛି ବ୍ୟକ୍ତି ନିଜର ବ୍ୟକ୍ତିଗତ ଫାଇଦା ପାଇଁ ଏହି ଷଡଯନ୍ତ୍ରରେ ସାମିଲ ଥିବା ସନେ୍ଦହ କରାଯାଉଥିବା ବେଳେ ଏହା ପଛରେ କିଛି ପ୍ରଭାବଶାଳୀ ଖଣି ବ୍ୟବସାୟୀଙ୍କ ହାତ ଥିବା ସାଧାରଣରେ ଆଲୋଚନା ହେଉଛି । ଚମ୍ପୁଆ ବିଧାୟକ ଗତ କିଛି ଦିନ ହେଲା ସ୍ୱାସ୍ଥ୍ୟଗତ କାରଣ ହେଉ ଅବା ରାଜନୈତିକ ବ୍ୟସ୍ତତା ହେଉ ସେ ତାଙ୍କ ହେଡକ୍ୱାର୍ଟର ବାହାରେ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଅଞ୍ଚଳବାସୀଙ୍କୁ ଉସୁକାଉଥିବା ଘଟଣା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ବିଧାୟକଙ୍କ ଗୁଣଗାନ କରୁଥିବା ବ୍ୟକ୍ତି ସ୍ୱାର୍ଥ ହାସଲ ପରେ ବିଦ୍ରୋହ କରିବା ଘଟଣା ସାଧାରଣରେ ନାପସନ୍ଦ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com