belpahada-bridge

ଭୁଶୁଡ଼ିଲା ଲୋଟସ୍ ବ୍ରିଜ୍

34

ବେଲପାହାଡ,୨୪ା୬(ଆପ୍ର): ଝାରସୁଗୁଡା ଲଖନପୁର ବ୍ଲକ୍ ଅନ୍ତର୍ଗତ ଗ୍ରୀଣ୍ଡୋଲା ନିକଟସ୍ଥ ଲୋଟସ୍ ବ୍ରିଜ୍ଟି ଭୁଶୁଡି ପଡିଛି । ତେବେ ପୋଲ ଉପରେ ଏକ ଚିଫ୍ସ ବୋଝେଇ ହାଇୱା ଫଶିରହିଥିବାବେଳେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି । ବେଲପାହାଡ ଓ ହେମଗିିରି ମଧ୍ୟରେ ଯାତାୟାତ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ସୂଚନାଯୋଗ୍ୟ ଗତକାଲି ରାତିରେ ଏକ ହାଇୱା ଲୋଟସ ପୋଲ ପାର ହେଉଥିବାବେଳେ ହଠାତ୍ ପୋଲଟି ଭୁଶୁଡି ପଡିଥିଲା । ଫଳରେ ହାଇୱା ଡ୍ରାଇଭର ଗାଡି ସହିତ ଫଶି ରହିଯାଇଥିଲେ । ତୁରନ୍ତ ଏ ଖବର ମିଳିବା ପରେ କ୍ରେନ୍ ଦ୍ୱାରା ଡ୍ରାଇଭର ଓ ଗାଡିକୁ ଉଦ୍ଧାର କରାଯାଇଛି । ପୋଲ ଭାଙ୍ଗିଯିବା ପରେ ବେଲପାହାଡ ଓ ହେମଗିରି ମଧ୍ୟରେ ଯାତାୟାତ ବନ୍ଦ ହୋଇଯାଇଛି । ତେବେ ପୋଲଟି ବେଲପାହାଡ ଓ ଏମ୍ସିଏଲ୍ ବସୁନ୍ଧରା ଖଣିକୁ ଯୋଗ କରୁଥିବାବେଳେ ବର୍ତ୍ତମାନ ମାଲ ପରିବହନ ପାଇଁ ଅସୁବିଧା ହେଉଛି । ଅନ୍ୟପକ୍ଷରେ ସମ୍ବଲପୁର ଓ ବୁର୍ଲା ମେଡିକାଲକୁ ଯିବାକୁ ଏହା ଏକମାତ୍ର ରାସ୍ତା ହୋଇଥିବାବେଳେ ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ଆହୁରି ବଢ଼ିଯାଇଛି ।
ଉଲ୍ଲେଖଯୋଗ୍ୟ ୧୫ବର୍ଷ ତଳେ ବଡରରୋର୍ଡ ଅର୍ଗାନାଇଜେସନ (ବିଆରଓ) ଦ୍ୱାରା ୪୫କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ବିଆରଓ ଏହାକୁ ନିର୍ମାଣ କରିଥିବାବେଳେ ୧୮ବର୍ଷ ମଧ୍ୟରେ ସେଥିରେ ଗୋଟିଏ ବି ଟଙ୍କା ଖର୍ଚ୍ଚ ହୋଇନାହିଁ । ତେବେ ବର୍ଷକ ତଳେ ରାସ୍ତାର ଉନ୍ନତୀକରଣ ପାଇଁ ତଥା ଗ୍ରୀଣ୍ଡୋଲାଠାରୁ ଦୁଇ କିଲୋମିଟର ରାସ୍ତା ଆରମ୍ଭରୁ ଅଦ୍ୟାବଧି ମାଟି ରାସ୍ତା ରହିଥିବାବେଳେ ଏନେଇ ବହୁବାର ଜିଲ୍ଲାପାଳଙ୍କଠାରେ ଅନୁରୋଧ କରାଯାଇଛି । ଖୁବ୍ ଶୀଘ୍ର ଏନେଇ କାର୍ଯ୍ୟ କରାଯିବ ବୋଲି ଜିଳ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ବି କାର୍ଯ୍ୟ କରିବାରେ ଅବହେଳା କରାଯାଇଛି । ଆସନ୍ତା ଜୁଲାଇ ୮ତାରିଖରେ ମହାମହିମ ଓଡ଼ିଶାର ରାଜ୍ୟପାଳ ଗ୍ରୀଣ୍ଡୋଲା ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ସ୍ଥୀରିକୃତ ହୋଇଥିବାବେଳେ ବି୍ରଜ୍ ଭାଙ୍ଗିବା ଭଳି ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ବ୍ରିଜ୍ ମରାମତି କରାଯାଉ ବୋଲି ସାଧାରଣରେ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com