gadabisunpur-dasamatha-cachha-phisari-ru-banduka-dekae-tanka-lut-(4)

ବ୍ଲାଙ୍କ୍ ଫାୟାରିଂ କରି ୪ଲକ୍ଷ ଲୁଟ୍, ପ୍ରତିବାଦରେ ଲୋକଙ୍କ ରାସ୍ତାରୋକ

35

ବାଲିକୁଦା/ଜଗତସିଂହପୁର/ଅନୁଗୁଳ (ଆପ୍ର): ଏରସମା ଥାନାର ଗଡବିଶନପୁର ପଞ୍ଚାୟତ ଦାସମଠ ଗ୍ରାମର ଗଡ-ଓଲରା ମୁଖ୍ୟ ରାସ୍ତାର ଅଶୋକରମା ମାଛ ଫିସେରିରେ ଶୁକ୍ରବାର ଅପରାହ୍ଣରେ ୬ଜଣ ଦୁର୍ବୃତ୍ତ ୪ଟି ବାଇକ୍ରେ ସଂଘବଦ୍ଧ ଭାବେ ଆସି ଗାଁରେ ବର୍ବର କାଣ୍ଡ ଘଟାଇଛନ୍ତି । ଫେସାରିରେ ଥିବା ୬ଜଣ ପିଲାଙ୍କୁ ମାଡ ମାରିଥିବାବେଳେ ବନ୍ଧୁକ ଦେଖାଇ ବ୍ଲାଙ୍କ୍ ଫାୟାରିଂ କରି ଫିସେରିରୁ ୪ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ସାମାନ୍ୟ କଥାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ବା ବ୍ଲାଙ୍କ୍ ଫାୟାରିଂ କରି ଲୁଟ୍ କରୁଥିବାରୁ ସାଧାରଣ ଜନତାଙ୍କ ପ୍ରତି ଅସୁରକ୍ଷିତ ପରିସ୍ଥିତି ସୃଷ୍ଟି କରିଛି । ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତମାନେ ବାରମ୍ବାର ଏଭଳି ଅଘଟଣ ଘଟାଇଚାଲିଛନ୍ତି । କିନ୍ତୁ ପୁଲିସ ପ୍ରଶାସନ କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ଚାହିଁରହିଥିବା ଶୁଣିବାକୁ ମିଳୁଛି । ମାଛ ଫିସେରିର ଏହି ଲୁଟ୍ ଘଟଣାକୁ ନେଇ ସ୍ଥାନୀୟ ଦାସମଠ, ଓଲରା ଓ ଗଡପଞ୍ଚାୟତର ଶତାଧିକ ଲୋକେ ଏକ୍ଜୁଟ୍ ହୋଇ ଗଡ-ଓଲରା ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏରସମା ପୁଲିସ ଅନୁସନ୍ଧାନ ଚଲାଇଛି । ଏରସମାର ବିଭିନ୍ନ ସ୍ଥାନରେ ବାରମ୍ବାର ଏପରି ରାହାଜାନି ଘଟାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଉଥିବାବେଳେ ପୁଲିସ କୌଣସି ସୁରାକ ପାଉନି । ସ୍ଥାନୀୟ ଦାସମଠ, ଓଲରା ଓ ଅସିଆ ଗ୍ରାମର କିଛି ଯୁବକ ଏହି ଘଟଣାରେ ସମ୍ପୃକ୍ତ ଥିବା ସ୍ଥାନୀୟ ଲୋକେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅନୁସନ୍ଧାନ ଚଳାଇଥିବାବେଳେ ଲୋକଙ୍କୁ ରାସ୍ତାରୋକରୁ ହଟାଯାଇଥିବା ଜଣାଯାଇଛି ।
ସେହିପରି ଦୁବୃର୍ତ୍ତମାନେ ଶୁକ୍ରବାର ଅନୁଗୁଳ ଫାୟାର ଷ୍ଟେସନ ନିକଟ ଏନ୍ଏଚ୍ ୫୫ ନମ୍ବର ଉପରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି । ସୂଚନାଯୋଗ୍ୟ, ଶୁକ୍ରବାର ୩ ଦୁବୃର୍ତ୍ତ ଉପେନ୍ଦ୍ରଙ୍କ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଉପେନ୍ଦ୍ରଙ୍କ ଶରୀରରେ ଗୋଟିଏ ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦାଦାବଟିରୁ ଗୁଳିକାଣ୍ଡ ହୋଇଥିବା ସନେ୍ଦହ କରାଯାଉଛି ।

ସେଆର କରନ୍ତୁ:



Powered by odothemes.com