ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ୍କୁ ବିରୋଧ

Baraja bihari pur Ra Grama Basi Nka Ravenshaw university Nutan Cmps Ku Birodha (7)

କଟକ, ୯ା୬(ବୁ୍ୟରୋ): ଆସନ୍ତାକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ପ୍ରଦାନ କରିବେ । ଏଥିପାଇଁ ବ୍ରଜବିହାରୀପୁର ଠାରେ ଜାଗା ଚିହ୍ନଟ ପ୍ରକ୍ରିୟା କାମ କେବେ ଠାରୁ ସମାପ୍ତ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟକୁ ବ୍ରଜବିହାରୀପୁର ବାସିନ୍ଦା ବିରୋଧ କରିଛନ୍ତି । ଗଡ଼ଜାତ ଅମଳରୁ ଏଇ ଜାଗା ଆମ ଅଧିନରେ ରହିଆସିଛି । କୌଣସି ମତେ ଏଠାରେ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଇଦେବୁନି କି ଜାଗା ଛାଡିବୁନି ବୋଲି ଅଞ୍ଚଳବାସୀ ଦର୍ଶାଇଥିଲେ । ଅନ୍ୟ ଜାଗାରେ ବିଶ୍ୱବିଦ୍ୟାଳୟ ପାଇଁ ଜାଗା ଚିହ୍ନଟ କରାଯାଉ ବୋଲି ସେମାନେ ଦାବି କରିଥିବା ଜଣାଯାଇଛି । ଆଜି ସେଠାରେ ଫଳକ ପ୍ରତିଷ୍ଠା ପାଇଁ କାମ ଚାଲିଥିବାବେଳେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀଙ୍କ ବିରୋଧ ପାଇଁ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।