Kumundi---Fuljha-Sadaka-Varijana-calachalaku-asontosh,-kjr

ଭାରୀଯାନ ଚଳାଚଳ ନେଇ ବଢୁଛି ଅସନ୍ତୋଷ

17

କୁମୁଣ୍ଡି-ଫୁଲଝର ଗ୍ରାମ୍ୟ ରାସ୍ତା
କେନ୍ଦୁଝର,୨୨ା୬(ଆପ୍ର): କେନ୍ଦୁଝର ଜିଲ୍ଲାର ଅନେକ ଗ୍ରାମ୍ୟ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ଗାଁର ରାସ୍ତାଗୁଡିକ ନଷ୍ଟ ହେବା ସହ ଦୁର୍ଘଟଣା ବୃଦ୍ଧି ପାଉଛି । ଫଳରେ ଲୋକଙ୍କ ଅସନ୍ତୋଷ ସହ ଆଇନଶୃଙ୍ଖଳା ପରିସ୍ଥିତି ଦେଖାଦେଉଛି । ସ୍ଥାନୀୟ ଶୁଆକାଟି ପୁଲିସ ଏହି କାର୍ଯ୍ୟକୁ ପ୍ରୋସôାହନ ଯୋଗାଇ ଦେଉଥିବାରୁ ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ଏବେ ଅସନ୍ତୋଷ ବଢିବାରେ ଲାଗିଛି । ବାଂଶପାଳ ବ୍ଲକ ଶୁଆକାଟୀ ସ୍ଥିତ ଓଏମ୍ସି ଗନ୍ଧମାର୍ଦ୍ଦନ ଖଣିରୁ ଫୁଲଝର ଆରଡେଣ୍ଟ ଷ୍ଟିଲ୍ କାରଖାନାକୁ ରାସ୍ତାର ଦୂରତା କମ୍ ପଡୁଥିବାରୁ ଲୁହାପଥର ବୋଝେଇ ଟ୍ରକ୍ ଗୁଡିକ ଗ୍ରାମ୍ୟ ରାସ୍ତା ଦେଇ ଚଳାଚଳ କରୁଛନ୍ତି । ଫଳରେ ଭାରିଜାନ ଓ ଅହରହ ଚଳାଚଳ ଯୋଗୁ ଗାଁ ରାସ୍ତା ନଷ୍ଟ ହେବାକୁ ବସିଛି । ଲୁହାପଥର ବୋଝେଇ ଟ୍ରକ୍ ଶୁଆକାଟୀ-କେନ୍ଦୁଝର-ପଳାଶପଙ୍ଗା-ଜଗଦଳା କିଡକୋ ରାସ୍ତା ଦେଇ ଫୁଲଝର ଆର୍ଡେଣ୍ଟ ପ୍ଲାଣ୍ଟକୁ ଟ୍ରକ ଚଳାଚଳ ପାଇଁ ଚାଲାଣରେ ଇଗଲ ମାଇନିଂ ଏଣ୍ଡ୍ ମିନେରାଲ ଦେଇଥିବା ଲେଖାଯାଇଛି । ସୂଚନାଯୋଗ୍ୟ ଯେ, ଏହି ରାସ୍ତାରେ ଗାଡି ଚଳାଚଳ କଲେ ୫୦ କିଲୋମିଟର ଦୂର ହେବ । ମାତ୍ର ସ୍ଥାନୀୟ ଟ୍ରକ୍ ମାଲିକମାନେ ଚାଲାଣରେ ଉଲ୍ଲେଖ ଥିବା ରାସ୍ତା ବ୍ୟବହାର ନକରି ଶୁଆକାଟୀ-କୁମୁଣ୍ଡି-ଫୁଲଝର ରାସ୍ତାରେ ଗାଡି ଚଳାଚଳ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତା ଦେଇ ଟ୍ରକ୍ ଚଳାଚଳ କଲେ ମାତ୍ର ୧୫କିଲୋମିଟର ପଡୁଥିବାରୁ ଟ୍ରକ୍ମାଲିକ ମାନେ ଦୂରତା କମ୍ ନେଇ ରାସ୍ତା ଦେଇ ବେଆଇନ ଭାବେ ଚଳାଚଳ କରୁଥିବାରୁ ଗାଁ ରାସ୍ତା ଖୁବ୍ କମ୍ ଦିନରେ ପିଚୁ ଉଠିଯାଇଛି । କୁମୁଣ୍ଡି-ଫୁଲଝର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ହୋଇଥିବାରୁ ରାସ୍ତାରେ ଖଣିଜ ପରିବହନ ଗାଡି ମନା ଥିଲେ ମଧ୍ୟ ଅବାଧରେ ଭାରିଯାନ ଚଳାଚଳ କରୁଛି । ଗାଁ ରାସ୍ତାରେ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତା ନଷ୍ଟ ହେବା ସହ ଧୂଳିଧୂଆଁରେ କୁମୁଣ୍ଡି ଗ୍ରାମବାସୀ ଅତିଷ୍ଠ ହୋଇଗଲେଣି । ଏହାର ପ୍ରତିବାଦରେ ଗତ ବୁଧବାର ଦିନ କୁମୁଣ୍ଡି ଗ୍ରାମବାସୀ ଖଣିଜ ପରିବହନ କରୁଥିବା ୩୦ରୁ ଉର୍ଦ୍ଧ ଭାରୀଯାନକୁ ଦୀର୍ଘ ସମୟ ଧରି ଅଟକାଇଥିଲେ । ଘଟଣାସ୍ଥଳକୁ ପୋଲିସ ଆସି ଟ୍ରକମାଲିକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ବଦଳରେ ଓଲଟି ଗାଁ ଲୋକଙ୍କୁ ନାଲି ଆଖି ଦେଖାଇଥିଲା । ଏଡାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ପରିବହନ ବିଭାଗ,ପୋଲିସ ଏବଂ ଖଣି ବିଭାଗ କାର୍ଯ୍ୟନୂଷ୍ଠାନ ନନେଲେ ଆଗାମି ଦିନରେ ଏକ ଜନଆନେ୍ଦାଳନ ମୁଣ୍ଡ ଟେକିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।




Powered by odothemes.com