Photo-No.-2

ବିପଦସଙ୍କୁଳ ଭୁବନ-ମୃଦଙ୍ଗ ରାସ୍ତା, ମରାମତି ନାହିଁ

173

ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍
ଭୁବନ,୧୯ା୬(ଆପ୍ର): ଭୁବନ ସହର ଠାରୁ ମୃଦଙ୍ଗା ପଞ୍ଚାୟତ ନୂଆହାଟ ପର୍ଯ୍ୟନ୍ତ ପ୍ରାୟ ୭ କମି ରାସ୍ତାକୁ ୨କୋଟି ୯୯ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା କଂକ୍ରିଟ୍ ରାସ୍ତାଟି ମରାମତି ଅଭାବରୁ ବର୍ତ୍ତମାନ ବିପଦସଙ୍କୁଳ ପାଲଟିଛି । ନିମ୍ନମାନର କାର୍ଯ୍ୟ କରାଯାଇ ଥିବା ଯୋଗୁଁ ପାଣିରେ ଢେଉ ସଦୃଶ ରାସ୍ତାଟି ଦେଖାଯାଉଥିବା ବେଳେ ଅଧିକାଂଶ ସ୍ଥାନରେ ଖାଲଖମା ହୋଇ ରାସ୍ତାଟି ଫାଟି ଆଁ କରିଛି । ବିଶେଷ କରି ପାଣ୍ଡରା ପୋଲକୁ ସଂଯୋଗ କରୁଥିବା ଏହି ରାସ୍ତାରେ କଂକ୍ରିଟ୍ ୱାଲ ଭାଙ୍ଗି ନାଳ ତଳକୁ ଖସିପଡ଼ିଥିବାରୁ ରାସ୍ତା ଓ ପୋଲ ମଧ୍ୟରେ ୨ ଫୁଟ୍ର ଶୂନ୍ୟସ୍ଥାନ ହୋଇ ମରଣ ଯନ୍ତା ପାଲଟିଛି ।
ପୂର୍ବରୁ ଏହା ଭଲ ପିଚୁ ରାସ୍ତା ଥିବାବେଳେ ୨୦୧୩ ମସିହାରେ ଏହି ରାସ୍ତାକୁ ବନ୍ୟା କ୍ଷତିଗ୍ରସ୍ତ ରାସ୍ତା ଭାବେ ଚୟନ କରାଯାଇ ଏହି କଂକ୍ରିଟ୍ ରାସ୍ତାର ନିର୍ମାଣ କରାଯାଇଥିଲା । ଏହାର ରକ୍ଷଣାବେକ୍ଷଣ ବା ମରାମତି ପାଇଁ ୫ ବର୍ଷ ପର୍ଯ୍ୟନ୍ତ ନିଦେ୍ର୍ଦଶ ଥିବା ଜଣାଯାଇଛି । କିନ୍ତୁ ରାଜନେତାଙ୍କ ଛତ୍ରଛାୟା ତଳେ ରହି ଠିକାଦାର ବିଭାଗୀୟ ଯନ୍ତ୍ରୀଙ୍କୁ ହାତ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଏହି ରାସ୍ତାର ମରାମତି କାର୍ଯ୍ୟ କରିବା ପରିବର୍ତ୍ତେ ଲୁଚକାଳି ଖେଳ ଖେଳୁଥିବା ଦେଖାଯାଇଛି । ବିଭାଗୀୟ ଯନ୍ତ୍ରୀ ଏହାକୁ ଘଣ୍ଟ ଘୋଡ଼ାଉଥିବାରୁ ଜନସାଧାରଣଙ୍କ ଦ୍ୱାରା ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ ପଦସ୍ଥ କର୍ତ୍ତୃପକ୍ଷଙ୍କୁ ହେଉଥିବା ଅଭିଯୋଗ ପାଣିରେ ଗାର ସଦୃଶ ପାଲଟିଛି । ଏହି ରାସ୍ତା ଦେଇ ଦୈନିକ ଏହି ବ୍ଲକର ୪ଟି ପଞ୍ଚାୟତର ଓ ନିକଟସ୍ଥ ସୁକିନ୍ତା ବ୍ଲକର ୩ଟି ପଞ୍ଚାୟତର ହଜାର ହଜାର ଲୋକ ଯାତାୟାତ କରିଥାନ୍ତି ।
ସୂଚନାଥାଉକି କଳିଙ୍ଗ ନଗର ଯିବା ପାଇଁ ଏହି ରାସ୍ତାଟି ଶାନ୍ତିପୂର୍ଣ୍ଣ ଓ ଅନ୍ୟ ରାସ୍ତା ଅପେକ୍ଷା ବ୍ୟବଧାନରେ କମ୍ । ତେବେ ଏହିପରି ବ୍ୟସ୍ତ ବହୁଳ ରାସ୍ତାଟି ଉପରେ ପୋଲ ନିକଟସ୍ଥ ସାଇଟ୍ୱାଲ୍ ୧ମାସ ବିତି ଯାଇଥିଲେ ମଧ୍ୟ ୪ଟି ପଥର ଥୋଇ ଚୂନ ମାରି ଠିକାଦାର କାମ ସାରି ଦେଇଥିବା ବେଳେ ୫ବର୍ଷ ଅବଧି ଥିବା ମରାମତି କାର୍ଯ୍ୟ ଅଞ୍ଚଳବାସୀଙ୍କ ପାଇଁ ସାତସପନ ପାଲଟିଛି । ଏକ ବଡ଼ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ଜିଲ୍ଲାପାଳ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com