hw1

ସିଝୁଛି ଅଧା ରାଜ୍ୟ

51

ଭୁବନେଶ୍ୱର, ୧୮ ।୬(ବୁ୍ୟରୋ): ଟକ୍ମକ୍ ଫୁଟୁଛି ଅଧା ରାଜ୍ୟ । ଏଥିରେ ସିଝୁଛନ୍ତି ଓଡ଼ିଶାବାସୀ । ଗ୍ରୀଷ୍ମର ପ୍ରବାହ ଏତେ ବଢ଼ିଯାଇଛି ଯେ ଦିନବେଳା ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ରାଜଧାନୀ ସମତେ ୧୫ ସହରର ପାରଦ ୪୦ଂ ଉପରେ ରହିଛି । ଆଜି ବି ଭୁବନେଶ୍ୱରରେ ରେକର୍ଡ ଛୁଇଁଛି ପାରଦ । ଏହି ସହରରେ ତାପମାତ୍ରା ୪୨ଡିଗ୍ରୀ ଅତିକ୍ରମ କରିଛି । ଏଭଳି ତାତି ଆସନ୍ତା ୩-୪ ଦିନ ଯାଏ ଲାଗି ରହିବ । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ଲାଗି ସତର୍କ ସୂଚନା ଭାରତୀୟ ପାଣିପାଗ ପକ୍ଷରୁ ଜାରି କରାଯାଇଛି । ଗ୍ରୀଷ୍ମ ପ୍ରକୋପରେ କାନ୍ଥବାଡ଼ ସବୁ ତାତି ଯାଉଛି । ଦିନ ତମାମ ଅସହ୍ୟ ଗୁଳୁଗୁଳିରେ ତ୍ରାହିତ୍ରାହି ଡାକିଳେଣି ଲୋକେ । ତା’ ସାଙ୍ଗକୁ ଘନଘନ ବିଜୁଳି କାଟ୍ ନାକେଦମ୍ କରିଦେଉଛି । ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗରମ ପବନ ଅନୁଭୂତ ହେଉଛି । ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏ ଝାଞ୍ଜି ପବନ ବୋହୁଛି । ଫଳରେ ନିହାତି କାମ ଥିଲେ ଲୋକେ ତଳିପାଠୁ ମୁଣ୍ଡ ଯାଏ ଢାଙ୍କି ହୋଇ ଘରୁ ବାହାରୁଛନ୍ତି । ସାମବାର ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୨.୨ଡିଗ୍ରୀ ରହିଥିବା ବେଳେ ବାରିପଦାରେ ୪୨.୨ଡିଗ୍ରୀ ଓ ତାଳଚେରରେ ୪୨ଡିଗ୍ରୀ ତାପମାତ୍ରା ରହିଛି । ସେହିଭଳି ଅନୁଗୁଳରେ ୪୧.୯ଡିଗ୍ରୀ, ଚାନ୍ଦବାଲିରେ୪୧.୭, ଟିଟିଲାଗଡ଼ରେ ୪୧.୫, ବାଲେଶ୍ୱରରେ ୪୧.୨, ବଲାଙ୍ଗୀରରେ ୪୦.୮, କଟକରେ ୪୦.୬, ଢେଙ୍କାନାଳରେ ୪୦.୫, ପାରାଦୀପରେ ୪୦.୧, ଝାରସୁଗୁଡ଼ାରେ ୪୦.୧, ସମ୍ବଲପୁରରେ ୪୦.୨, ହୀରାକୁଦରେ ୪୦.୧, ସୋନପୁରରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସୂଚନା ମୁତାବକ ୨୦୧୨ରେ ଜୁନ୍ରେ ୪୬.୭ଂ ତାପମାତ୍ରା ରହିଥିବା ବେଳେ ୨୦୧୫ରେ ଏହା ୪୪ଂ ଛୁଇଁଥିଲା ।
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତ୍ତନ ଠାରୁ ୭.୬ କିମି ଉଚ୍ଚରେ ରହିଛି । ସମୁଦ୍ର ଠାରୁ ବହୁ ଉଚ୍ଚରେ ଘୂର୍ଣ୍ଣିବଳୟ ରହୁଥିବାରୁ ଏହାର ସଠିକ୍ ଚିତ୍ର ସ୍ପଷ୍ଟ ହୋଇନି । ତେବେ ଏହା ଲଘୁଚାପ ରୂପ ନେବାର ବହୁ ସମ୍ଭାବନା ରହିଛି । ଏହାରି ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହ ବର୍ଷା ଆରମ୍ଭ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୩ରୁ ୪ଦିନ ପରେ ମୌସୁମୀ ସକ୍ରିୟ ଲାଗି ବୟୁମଣ୍ଡଳୀୟ ବାତ୍ତାବରଣ ଅନୁକୂଳ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶକ ଏଚ୍ଆର୍ ବିଶ୍ୱାସ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com