8-6-2015=5

ଅଗଷ୍ଟ ୧୫ରୁ ସୁନ୍ଦରଗଡ଼ ମେଡିକାଲ କଲେଜର ନିର୍ମାଣ

7

ଭୁବନେଶ୍ୱର, ୮ ।୬ (ବୁ୍ୟରୋ): ସୁନ୍ଦରଗଡ଼ ଜିଲ୍ଲାରେ ଜାତୀୟ ତାପଜ ବିଦୁ୍ୟତ୍ କେନ୍ଦ୍ର (ଏନ୍ଟିପିସି ) ପକ୍ଷରୁ ପ୍ରସ୍ତାବିତ ମେଡ଼ିକାଲ କଲେଜ ଓ ହସ୍ପିଟାଲର ନିର୍ମାଣ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇ ଦୁଇବର୍ଷରେ ସମ୍ପୂର୍ଣ୍ଣ ହେବ । ମେଡିକାଲ କଲେଜ ନିର୍ମାଣ ସଂପର୍କିରେ ଏନ୍ଟିପିସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଆଜି କରାଯାଇଥିବା ଉପସ୍ଥାପନାରୁ ଏହା ଜଣାପଡ଼ିଛି । ଏହି ମେଡ଼ିକାଲ କଲେଜ ଓ ହସ୍ପିଟାଲ କମ୍ପ୍ଲେକ୍ସର ଆର୍କିଟେକ୍ଚରାଲ୍ ଡିଜାଇନିଂ ସଂପର୍କରେ ବିଶିଷ୍ଟ ଆର୍କିଟେକ୍ଟ ହଫିଜ୍ କଣ୍ଟ୍ରାକ୍ଟର ସୂଚନା ଦେଇଥିଲେ । ଏହି ପ୍ରକଳ୍ପ ସମୁଦାୟ ୨୧ ଏକର ଜମିରେ ନିର୍ମିତ ହେବ ଏବଂ ଏହାର ନିର୍ମାଣ ଅଞ୍ଚଳ ୧,୩୦,୦୦୦ ବର୍ଗ ମିଟର ରହିବ । ୫ ମହଲା ବିଶିଷ୍ଟ ଏହି କଂପ୍ଲେକ୍ସର ୫୦୦ଟି ବେଡ୍ ରହିବ ଏବଂ ୫୦୦ ଛାତ୍ରଙ୍କ ପଢ଼ିବା ପାଇଁ ବ୍ୟବସ୍ଥା ହେବ । ୬୦୦ ରୁମ୍ ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ । ୭ଟି ରୋଗ ପାଇଁ ବିଶେଷ ଚିକିତ୍ସା ବ୍ୟବସ୍ଥା ରହିବ । ଏହା ସହିତ ରିକି୍ରଏସନ୍ କ୍ଲବ, ଷ୍ଟାଫ୍ କ୍ୱାର୍ଟର, ହଷ୍ଟେଲ୍ ବ୍ଲକ୍ ଓ ପାର୍କିଂ ଆଦି ବ୍ୟବସ୍ଥା ରହିବ । ଏହି ପ୍ରକଳ୍ପର ସମୁଦାୟ ୯୦୦ କୋଟି ଟଙ୍କା ବିନିଯୋଗ ହେବ । ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଶକ୍ତି, ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏନ୍ଟିପିସି ପକ୍ଷରୁ ଅଧ୍ୟକ୍ଷ ଅରୁପ ରାୟଚୌଧୁରୀ ଏବଂ ଏନ୍ଟିପିସିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।




Powered by odothemes.com